ଓଡିଶା

odisha

ETV Bharat / sports

ବୁମରାଙ୍କ ପାଇଁ ଶ୍ରେଷ୍ଠ ୟର୍କର ବୋଲର ମାଲିଙ୍ଗା

ମାଲିଙ୍ଗା ଦୁନିଆର ଶ୍ରେଷ୍ଠ ୟର୍କର ବୋଲର ବୋଲି କହିଛନ୍ତି ବୁମରା । ମାଲିଙ୍ଗା ମଧ୍ୟ କଲେ ବୁମରାଙ୍କ ପ୍ରଶଂସା । ଅଧିକ ପଢ଼ନ୍ତୁ...

By

Published : Jun 5, 2020, 7:40 PM IST

Jasprit Bumrah, Bumrah names the best yorker bowler in the world,  ବୁମରାଙ୍କ ପାଇଁ ଶ୍ରେଷ୍ଠ ୟର୍କର ବୋଲର ମାଲିଙ୍ଗା, ଦୁନିଆର ଶ୍ରେଷ୍ଠ ୟର୍କର ବୋଲର
ବୁମରାଙ୍କ ପାଇଁ ଶ୍ରେଷ୍ଠ ୟର୍କର ବୋଲର ମାଲିଙ୍ଗା

ହାଇଦ୍ରବାଦ: ଯେତେବେଳେ ଭାରତର ପୂର୍ବତନ କୋଚ ଜନ୍ ରାଇଟ ଜସପ୍ରୀତ ବୁମରାଙ୍କୁ ଦେଖି ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ସେଟକୁ ଆଣିଥିଲେ, ଗୁଜୁରାଟର ଡାହାଣହାତୀ ଦ୍ରୁତ ବୋଲରଙ୍କ ଗତି ଏବଂ ଆକ୍ସନ ସଭିଙ୍କ ଧ୍ୟାନ ଆକର୍ଷଣ କରିବାକୁ ଯଥେଷ୍ଟ ଥିଲା । ବୁମରାଙ୍କ ପାଖରେ ପ୍ରତିଭା ସର୍ବଦା ଥିଲା କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବାବେଳେ ତାଙ୍କ ପ୍ରତିଭାକୁ ଶ୍ରୀଲଙ୍କାର ପେସର ଲାସିଥ ମାଲିଙ୍ଗା ଆହୁରି ବିକଶିତ କରିଥିଲେ । ମାଲିଙ୍ଗା, ଯିଏ ନିଜେ ଜଣେ ଅସାଧାରଣ ସ୍ଲିଙ୍ଗ ଆକ୍ସନ ଏବଂ ଡେଥ୍‌ ଓଭରରେ ମଧ୍ୟ ଏକଦମ ସଠିକ ବୋଲିଂ କରିବାର କ୍ଷମତା ପାଇଁ ପ୍ରସିଦ୍ଧ ଥିଲେ, ବୁମରାଙ୍କ ସହ କାମ କରିଥିଲେ ଯେହେତୁ ଯୁବ ବୁମରା ପ୍ରତ୍ୟେକ ସିଜନରେ ଉନ୍ନତି ଜାରି ରଖିଥିଲେ । ତେଣୁ ବୁମରା, ମାଲିଙ୍ଗାଙ୍କୁ ଶ୍ରେଷ୍ଠ ୟର୍କର ବୋଲର କହିବା କୌଣସି ଆଶ୍ଚର୍ଯ୍ୟଜନକ କଥା ନୁହେଁ ।

ବୁମରା ତାଙ୍କ ଆଇପିଏଲ ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସର ଏକ ଟ୍ବିଟରେ କହିଛନ୍ତି ଯେ, ‘‘ମାଲିଙ୍ଗା ଦୁନିଆର ଶ୍ରେଷ୍ଠ ୟର୍କର ବୋଲର ଏବଂ ସେ ନିଜର ସାମର୍ଥ୍ୟ ସହ ଏହାକୁ ଦୀର୍ଘ ସମୟ ଧରି ବଜାୟ ରଖିଥିଲେ ।’’

2013 ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଡେବ୍ୟୁ କରିଥିବା ବୁମରା ମାଲିଙ୍ଗାଙ୍କ ସହ ସାତୋଟି ଆଇପିଏଲ ସିଜନ ଖେଳିଛନ୍ତି, ଯିଏକି ଆଇପିଏଲର ପ୍ରତ୍ୟେକ ସିଜନରେ ଖେଳିଛନ୍ତି ଏବଂ କେବଳ ଗୋଟିଏ ଫ୍ରାଞ୍ଚାଇଜର ପ୍ରତିନିଧିତ୍ବ କରିଛନ୍ତି ।

ଏକ ସାକ୍ଷାତକାରରେ ବୁମରା ପୂର୍ବରୁ କହିଥିଲେ ଯେ ମାଲିଙ୍ଗା ତାଙ୍କୁ କିପରି ବିଭିନ୍ନ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥିଲେ। “ଅନେକ ଲୋକ ବିଶ୍ବାସ କରନ୍ତି ଯେ ସେ ମତେ ୟର୍କର୍ ଶିଖାଇଥିଲେ, କିନ୍ତୁ ତାହା ସତ୍ୟ ନୁହେଁ। ସେ ମତେ ପଡ଼ିଆରେ କିଛି ଶିଖାଇ ନହାନ୍ତି । ମୁଁ ତାଙ୍କଠାରୁ ଯାହା ଶିଖିଛି ତାହା ହେଉଛି ମନ ବିଷୟରେ । ବିଭିନ୍ନ ପରିସ୍ଥିତିକୁ କିପରି ପରିଚାଳନା କରିବା, ରାଗ ଉପରେ ନିୟନ୍ତ୍ରଣ କରିବା ଓ ଜଣେ ବ୍ୟାଟ୍ସମ୍ୟାନଙ୍କ ପାଇଁ କିପରି ଯୋଜନା ପ୍ରସ୍ତୁତ କରିବା ତାହା ମାଲିଙ୍ଗା ଠାରୁ ଶିଖିଛି,’’ ବୋଲି ବୁମରା କହିଛନ୍ତି।

ଦ୍ରୁତ ବୋଲର ଭାବରେ ବୁମରାଙ୍କ ପରିଚୟ ବିଷୟରେ କହିଥିବା ବେଳେ ମାଲିଙ୍ଗା କହିଛନ୍ତି ଯେ ଦ୍ରୁତ ବୋଲରଙ୍କ ସଫଳତାରେ ସେ ଯୋଗଦାନ ଦେଇଥିବାରୁ ବହୁତ ଖୁସି । “ମୁଁ ଅନ୍ତର୍ଜାତୀୟ କ୍ରିକେଟ ଖେଳୁଥିବାବେଳେ କାହାକୁ ସାହାଯ୍ୟ କରି ପାରିଥିବାରୁ ବହୁତ ଖୁସି, ଏବଂ ସେ ବର୍ତ୍ତମାନ ବିଶ୍ବର ଏକ ନମ୍ବର ବୋଲର ଅଟନ୍ତି। ତାଙ୍କୁ ଟିପ୍ସ ଦେଇ ଖୁସି, ଯାହା ତାଙ୍କୁ ତାଙ୍କ କ୍ୟାରିୟରରେ ମୋର ଅବଦାନକୁ ଚିହ୍ନାଇବ । ମୁଁ ଭାବୁଛି ସମସ୍ତେ ଯୁବ ଖେଳାଳିଙ୍କ ସହ ସେମାନଙ୍କର ଅଭିଜ୍ଞତା ବାଣ୍ଟିବା ଉଚିତ ଯାହା ଦ୍ବାରା କ୍ରିକେଟ ଶେଷରେ ବିଜେତା ହେବ,’’ ବୋଲି ମାଲିଙ୍ଗା କହିଛନ୍ତି। ବୁମରା ବର୍ତ୍ତମାନ ଦିନିକିଆରେ ନମ୍ବର 2 ଏବଂ ଆଇସିସି ଟେଷ୍ଟ ମାନ୍ୟତାରେ 7 ନମ୍ବର ସ୍ଥାନରେ ଅଛନ୍ତି ।

ABOUT THE AUTHOR

...view details