ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ଅନୀଲ କୁମ୍ବଲେ କ୍ୟାପ୍ଟେନ କୁଲ ମେହନ୍ଦ୍ର ସିଂ ଧୋନିଙ୍କ ଭବିଷ୍ୟତ ନେଇ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ଆଗାମୀ ଆଇପିଏଲ ସଂସ୍କରଣରେ ଧୋନିଙ୍କ ପ୍ରଦର୍ଶନ ହିଁ କହିବ ଭାରତୀୟ ଦଳରେ ତାଙ୍କ ସ୍ଥାନ କେଉଁଠି ।
'ଆଇପିଏଲ ପ୍ରଦର୍ଶନ କହିବ ଧୋନିଙ୍କ ଭବିଷ୍ୟତ’
ପୂର୍ବତନ ଭାରତୀୟ ଅଧିନାୟକ ଅନୀଲ କୁମ୍ବଲେ କ୍ୟାପ୍ଟେନ କୁଲ ମେହନ୍ଦ୍ର ସିଂ ଧୋନିଙ୍କ ଭବିଷ୍ୟତ ନେଇ ଭବିଷ୍ୟବାଣୀ କରିଛନ୍ତି ।
ଉଲ୍ଲେଖଥାଉ କି, 2019 ବିଶ୍ବକପ ସେମିଫାଇନାଲ ପରେ କୌଣସି ଅନ୍ତର୍ଜାତୀୟ ମ୍ୟାଚରେ ଧୋନି ନଜର ଆସୁନାହିନ୍ତି । ସେ ନିଜକୁ କ୍ରିକେଟଠାରୁ କିଛି ସମୟ ଦୂରେଇ ରଖିବାକୁ ଚାହୁଁଛନ୍ତି ବୋଲି କୁହନ୍ତି । ଅନ୍ୟପଟେ ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବ ଟି-20 କ୍ରିକେଟ ବିଶ୍ବକପ । ତେବେ ସଂପ୍ରତି ଭାରତୀୟ ଦଳରେ ୱିକେଟ କିପିଂ ସ୍ଥିତି ଓ ଅଭିଜ୍ଞତାକୁ ତର୍ଜମା କଲେ ଧୋନିଙ୍କ କୌଣସି ବିପଳ୍ପ ଦେଖାଯାଉ ନାହିଁ । ଫଳରେ ବୋର୍ଡ ମ୍ୟାନେଜମେଣ୍ଟଠୁ ଆରମ୍ଭ କରି ଦଳର ଖେଳାଳି ସମସ୍ତେ ଚାହାନ୍ତି ଧୋନି ଆଗାମୀ ଟି-20 ବିଶ୍ବକପ ଖେଳନ୍ତୁ ।
ତେବେ ଧୋନିଙ୍କ ବିଶ୍ବକପ ଖେଳିବା ସଂପର୍କରେ କୁମ୍ବଲେ କହିଛନ୍ତି, "ଦଳରେ ସମସ୍ତ ଚାହାନ୍ତି ଧୋନି ଟି-20 ବିଶ୍ବକପ ଖେଳନ୍ତୁ । ମାତ୍ର ମୋ ମତରେ ଆଗାମୀ ଆଇପିଏଲ ସଂସ୍କରଣ ଧୋନିଙ୍କ ପ୍ରଦର୍ଶନ ହିଁ କହିବ ସେ ଦଳରେ ସାମଲି ହୋଇ ପାରିବେ ନା ନାହିଁ । "