ଓଡିଶା

odisha

ETV Bharat / sports

ଆଇପିଏଲ 2020: ଲଗାତାର ଦ୍ବିତୀୟ ବର୍ଷ ଟ୍ରଫି ବିଜେତା ହେବ କି ମୁମ୍ବାଇ ଇଣ୍ଡିଆନ୍ସ ? - ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ଟ୍ରଫି ବିଜେତା

ମୁମ୍ବାଇ ଇଣ୍ଡିଆନ୍ସ ଅଯୁଗ୍ମ ସଂଖ୍ୟା ବର୍ଷ ଅର୍ଥାତ(2013, 2015, 2017, 2019)ରେ 4ଥର ଆଇପିଏଲର ବିଜେତା ହୋଇଛି । ସବୁଥର କ୍ୟାପଟେନ ରୋହିତ ଶର୍ମା ରହିଛନ୍ତି । ଗତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ 1 ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ 4ର୍ଥ ଆଇପିଏଲ ଟାଇଟଲ ହାସଲ କରିଥିଲା ।

IPL 2020: Will Mumbai Indians be able to complete trophy double?
ଆଇପିଏଲ 2020: ଲଗାତାର ଦ୍ବିତୀୟ ବର୍ଷ ଟ୍ରଫି ବିଜେତା ହେବ କି ମୁମ୍ବାଇ ଇଣ୍ଡିଆନ୍ସ ?

By

Published : Sep 15, 2020, 10:36 PM IST

ଆବୁଧାବି: ଆଇପିଏଲ ଟୁର୍ଣ୍ଣମେଣ୍ଟ ଇତିହାସରେ ଶ୍ରେଷ୍ଠ ସର୍ବାଧିକ 4ଟି ଟ୍ରଫି ବିଜୟୀ ସହ ସଫଳ ଟିମ ରହିଛି ମୁମ୍ବାଇ ଇଣ୍ଡିଆନ୍ସ । ଗତ ସଂସ୍କରଣରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଚିତାକର୍ଷକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଗୋଟିଏ ରନରେ ହରାଇ ଚମ୍ପିଆନ ହୋଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ 4ଥର ଚମ୍ପିଆନ ହୋଇଥିବାବେଳେ ଚେନ୍ନାଇ ସୁପର କିଙ୍ଗ୍ସ 3ଟି ଟ୍ରଫି ନିଜ ନାମରେ କରିଛି ।

କିରଣ ପୋଲାର୍ଡ

ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ସେପ୍ଟେମ୍ବର 19ରେ ଆବୁଧାବିରେ ଆଇପିଏଲ 2020ର ଉଦ୍ଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ । ମୁମ୍ବାଇ ଇଣ୍ଡିଆନ୍ସ 5ମଥର ଆଇପିଏଲ ଚମ୍ପିଆନ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ।

ଶକ୍ତିଶାଳୀ ବ୍ୟାଟିଂ ଲାଇନଅପ୍

କ୍ରୁୁଣାଳ ପାଣ୍ଡ୍ୟା

ମୁମ୍ବାଇ ପାଖରେ ରହିଛି ଶକ୍ତିଶାଳୀ ବ୍ୟାଟିଂ ଲାଇନଅପ୍ । ତେବେ ଚଳିତ ଥର ଦକ୍ଷ ସ୍ପିନର ଓ ଭେଟେରାନ ଲସିଥ ମାଲିଙ୍ଗାଙ୍କ ଅନୁପସ୍ଥିତି ଟିମର ପ୍ରଦର୍ଶନକୁ ପ୍ରଭାବିତ କରିପାରେ ।

ମୁମ୍ବାଇ ଇଣ୍ଡିଆନ୍ସ
ଜଶପ୍ରୀତ ବୁମରା

ଟୁର୍ଣ୍ଣାମେଣ୍ଟର ଘୋଷିତ ସୂଚୀ ଅନୁଯାୟୀ, ଟିମ ଅଧିକାଂଶ ମ୍ୟାଚ ଆବୁଧାବିର ଧୀମା ପିଚରେ ଖେଳିବ । କ୍ୟାପଟେନ ରୋହିତ ଶର୍ମାଙ୍କ ସହ ଦକ୍ଷିଣ ଆଫ୍ରିକୀୟ ଷ୍ଟାର କ୍ବିଣ୍ଟନ ଡିକକଙ୍କୁ ନେଇ ବିସ୍ପୋରକ ଓପନିଂ ଯୋଡି ରହିଛି । ଅଷ୍ଟ୍ରେଲିଆର ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ କ୍ରିସ ଲିନ ମଧ୍ୟ ବିକଳ୍ପ ଓପନର ରହିଛନ୍ତି ।

ସୂର୍ଯ୍ୟକୁମାର ଯାଦବ, କିରଣ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁଣାଳ ପାଣ୍ଡ୍ୟା ବ୍ୟାଟିଂ ଅର୍ଡରର ପ୍ରମୁଖ ଖେଳାଳି ରହିଛନ୍ତି ।

ରୋହିତ ଶର୍ମା

ଶକ୍ତିଶାଳୀ ପେସ୍ ଆଟାକ, ସ୍ପିନରଙ୍କ ଅନୁପସ୍ଥିତି

ଟିମ ପାଖରେ ସନ୍ତୁଳିତ ଓ ଦକ୍ଷ ପେସ ବୋଲିଂ ବିଭାଗ ରହିଛି । ମାତ୍ର ସ୍ପିନ ବୋଲିଂ ବିଭାଗ ସାମାନ୍ୟ ଦୁର୍ବଳ ରହିଛି । ବ୍ୟକ୍ତିଗତ କାରଣରୁ ଲସିଥ ମାଲିଙ୍ଗା ଓହରିଯାଇଥିବାରୁ ଶପ୍ରୀତ ବୁମରାଙ୍କ ଉପରେ ବୋଲିଂ ଭାର ରହିବ । ତେବେ ଆହତ ସମସ୍ୟାରୁ ଫେରିଥିବା ବୁମରାଙ୍କ ଉପରେ ପ୍ରଦର୍ଶନର ଚାପ ରହିବ । ଗତ ସଂସ୍କରଣରେ 19 ୱିକେଟ ସହ ବୁମରା ମୁମ୍ବାଇ ପକ୍ଷରୁ ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଥିଲେ ।

ସେହିପରି ମିଚେଲ ମାକଲେଘାନ, ଟ୍ରେଣ୍ଟ୍ର ବୋଲ୍ଟ ଓ ନାଥନ କୁଲଟର ନାଇଲ ମଧ୍ୟ ରହିଛନ୍ତି । ଅଷ୍ଟ୍ରେଲିଆ ସ୍ପିଟଷ୍ଟାର ଜେମ୍ସ ପାଟିନସନ ମଧ୍ୟ ବିକଳ୍ପ ରହିଛନ୍ତି । ତେବେ ଅଲରାଉଣ୍ଡର କ୍ରୁଣାଳ ପାଣ୍ଡ୍ୟାଙ୍କ ବ୍ୟତୀତ ଦଳରେ ଦକ୍ଷ ସ୍ପିନରଙ୍କ ଅଭାବ ରହିଛି । ଲେଗ ସ୍ପିନର ରାହୁଲ ଚହର ଓ ଜୟନ୍ତ ଯାଦବ ମଧ୍ୟ ରହିଛନ୍ତି ।

ପୋଲାର୍ଡ ପ୍ରଭାବ

ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ ସୂଚୀ

ପୋଲାର୍ଡଙ୍କ ପ୍ରଦର୍ଶନ ମୁମ୍ବାଇ ଇଣ୍ଡିଆନ୍ସର ଅନ୍ୟତନ ବିଜୟର କାରଣ ରହିଛି । ମୁମ୍ବାଇ ଟିମରେ ପୋଲାର୍ଡଙ୍କ 10 ବର୍ଷର ଯାତ୍ରାରେ 33ବର୍ଷୀୟ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର 1755 ରନ ସଂଗ୍ରହ କରିଛନ୍ତି । ତେବେ ସବୁଠୁ ଅବିଶ୍ବସନୀୟ ହେଉଛି ପୋଲାର୍ଡଙ୍କ 146.77ର ଷ୍ଟ୍ରାଇରେଟ ।

ଗତ ସଂସ୍କରଣରେ ରୋହିତ ଆହତ ହୋଇ ବାଦ ପଡିବା ପରେ ସେ ଦଳର ନେତୃତ୍ବ ନେଇଥିଲେ । 31 ବଲରୁ 83 ରନର ବିସ୍ପୋରକ ଇଂନିସ ଖେଳି ପୋଲାର୍ଡ ମୁମ୍ବାଇକୁ ସର୍ବାଧିକ ରନର ସଫଳ ପିଛା କରି ବିଜୟ ଦେଇଥିଲେ ।

ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ ସୂଚୀ

ସଦ୍ୟ ସମାପ୍ତ କାରବିୟନ ପ୍ରିମିୟର ଲିଗରେ ପୋଲାର୍ଡ ଦମଦାର ଫର୍ମରେ ରହିଥିବା ଦେଖାଯାଇଛି । ଏଥିସହିତ ତାଙ୍କ ଟିମ ତ୍ରିନବାଗୋ ନାଇଟ ରାଇଡର୍ସ ଚମ୍ପିଆନ ହୋଇଛି ।

ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ ସୂଚୀ

ଟିମ: ରୋହିତ ଶର୍ମା, ଆଦିତ୍ୟ ତାରେ, ଅନମୋଲପ୍ରିତ ସିଂ, ଅନକୁଲ ରୟ, କ୍ରିସ ଲିନ, ଧାୱନ କୁଲକର୍ଣ୍ଣି, ଦିଗବିଜୟ ଦେଶମୁଖ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ, ଜେମ୍ସ ପାଟିନସନ, ଜଶପ୍ରୀତ ବୁମରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, କ୍ରୁଣାଳ ପାଣ୍ଡ୍ୟା, ମିଚେଲ ମେକଲେଘାନ, ମୋହସିନ ଖାନ, ନାଥନ କୁଲଟର-ନାଇଲ, ପ୍ରିନ୍ସ ବଲୱାନ୍ତ ରାୟ, କ୍ବିଣ୍ଟନ ଡିକକ, ରାହୁଲ ଚହର, ସୌରଭ ତିୱାରୀ, ସେରଫାନି ରଦରଫୋର୍ଡ, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ ।

ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ ସୂଚୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details