ଓଡିଶା

odisha

ETV Bharat / sports

ଆଇପିଏଲର ରୋଚକ ନିୟମ, ଖେଳାଳି ଅଦଳବଦଳ ପାଇଁ ରହିଛି ସପ୍ତାହେ ସମୟ

ଯେଉଁ ଖେଳାଳି ନିଜର ଫ୍ରାଞ୍ଚାଇଜ ପାଇଁ ଆଇପିଏଲ 2020ର ପ୍ରଥମାର୍ଦ୍ଧ ସୁଧା ଦୁଇ କିମ୍ବା କମ ମ୍ୟାଚ ଖେଳିଥିବେ, ବଦଳ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ।

By

Published : Oct 14, 2020, 6:13 PM IST

IPL 2020: Tahir, Rahane key names in mid-season transfer window
ଆଇପିଏଲର ଖେଳାଳି ବଦଳ ନିୟମ, ରହିଛି ସପ୍ତାହେ ସମୟ

ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗର 13ତମ ସଂସ୍କରଣ ୟୁଏଇରେ ଚାଲୁରହିଛି । ଟୁର୍ଣ୍ଣାମେଣ୍ଟର ପ୍ରଥମାର୍ଦ୍ଧ ଶେଷ ହୋଇଛି । ଦ୍ବିତୀୟାର୍ଦ୍ଧ ପୂର୍ବରୁ ପ୍ରସ୍ତାବିତ ମିଡ-ସିଜନ ଟ୍ରାନ୍ସଫର ପାଇଁ ଦ୍ବାର ଖୋଲିଛି । ଫଳରେ ଅନ୍ୟ ଟିମରୁ ନୂଆ ନିଯୁକ୍ତି ସହ ନିଜ କ୍ୟାମ୍ପର ଦୁର୍ବଳତା ଦୂର କରିବାକୁ ଅବସର ମିଳିଛି ।

ଲୁକି ଫର୍ଗୁସନ

ସମସ୍ତ ଟିମ ଲିଗ ଷ୍ଟେଜର 7ଟି ଲେଖାଏଁ ମ୍ୟାଚ ଖେଳିସାରିଛନ୍ତି । ଫଳରେ ମଙ୍ଗଳବାର ଠାରୁ ପରବର୍ତ୍ତୀ 5 ଦିନ ପର୍ଯ୍ୟନ୍ତ ମିଡ-ସିଜନ ଟ୍ରାନ୍ସଫର ଚାଲୁରହିବ । ପୂର୍ବ ସଂସ୍କରଣରେ କେବଳ ଅନକ୍ୟାପ୍ ଖେଳାଳିଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ଥିଲା । ମାତ୍ର କୌଣସି ଫ୍ରାଞ୍ଚାଇଜ ଏହାର ଲାଭ ଉଠାଇନଥିଲେ ।

କଣ ଏହି ମିଡ-ସିଜନ ଟ୍ରାନ୍ସଫର ନିୟମ ?

ଜସ ହେଜେଲଉଡ

ଯେଉଁ ଖେଳାଳି ନିଜର ଫ୍ରାଞ୍ଚାଇଜ ପାଇଁ ଆଇପିଏଲ 2020ର ପ୍ରଥମାର୍ଦ୍ଧ ସୁଧା ଦୁଇ କିମ୍ବା କମ ମ୍ୟାଚ ଖେଳିଥିବେ, ବଦଳ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । ତେବେ ବଦଳ ସମୟରେ ଉଭୟ ଟିମ ମଧ୍ୟରେ ବଦଳ ଚୁକ୍ତି ନେଇ ପରସ୍ପର ସହମତ ହେବା ଆବଶ୍ୟକ ।

ଖେଳାଳିଙ୍କୁ କେବଳ ରଣ ଆକାରରେ ଅନ୍ୟ ଟିମ ନେଇପାରିବେ, ଏଥିସହ ଟୁର୍ଣ୍ଣାମେଣ୍ଟ ଶେଷରେ ମୂଳ ପ୍ରାଞ୍ଚାଇଜକୁ ଖେଳାଳିଙ୍କୁ ଫେରାଇବାକୁ ହେବ । ମୂଳ ଫ୍ରାଞ୍ଚାଇଜ ଏହି ଚୁକ୍ତି ପାଇଁ ଅର୍ଥ ପାଇବେ । ଋଣ ଅର୍ଥର 50 ପ୍ରତିଶତ ରେଜିଷ୍ଟ୍ରେସନର ପ୍ରଥମ ସାତ ଦିନ ମଧ୍ୟରେ ଦେବାକୁ ହେବ । ବାକି 50 ପ୍ରତିଶତ ଶେଷ ମ୍ୟାଚର ସାତଦିନ ମଧ୍ୟରେ ଦେବାକୁ ହେବ ।

ତେବେ ଏହି ନିୟମର ସବୁଠୁ ମଜାଦାର କଥା ହେଉଛି, ନିଜର ପୂର୍ବ ଟିମ ବିପକ୍ଷରେ ରଣରେ ଆସିଥିବା ଟିମସହ ମ୍ୟାଚ ଥିଲେ ଉକ୍ତ ଖେଳାଳି ଖେଳିପାରିବେ ନାହିଁ ।

ନଜର ପକାନ୍ତୁ ଚଳିତ ଆଇପିଏଲରେ ମିଡ-ସିଜନ ଟ୍ରାନ୍ସଫର ପାଇଁ ଯୋଗ୍ୟ ଖେଳାଳିଙ୍କ ଉପରେ....

ମୁମ୍ବାଇ ଇଣ୍ଡିଆନ୍ସ: ଆଦିତ୍ୟ ତାରେ, ଅଙ୍କୁଲ ରୟ, ମିଚେଲ ମାକଲେଘାନ, କ୍ରିସ ଲିନ, ନାଥନ କୁଲଟର-ନାଇଲ, ସୌରଭ ତିୱାରୀ, ମୋହସିନ ଖାନ, ଦିଗବିଜୟ ଦେଶମୁଖ, ପ୍ରିନ୍ସ ବଲବନ୍ତ ରାଏ, ଧାୱଲ କୁଲକର୍ଣ୍ଣୀ, ଜୟନ୍ତ ଯାଦବ, ସେଫର୍ଣ୍ଣ ରୋଦରଫୋର୍ଡ, ଅନମୋଲପ୍ରିତ ସିଂ

ଚେନ୍ନାଇ ସୁପର କିଙ୍ଗ୍ସ: କେଏମ ଆସିଫ, ଇମ୍ରାନ ତାହିର, ନାରାୟଣ ଜଗଦୀଶାନ, କର୍ଣ୍ଣ ଶର୍ମା, ମିଚେଲ ସାଣ୍ଟନର, ମୋନୁ କୁମାର, ରୁତୁରାଜ ଗାଏକ୍ବାଡ, ଶାର୍ଦ୍ଦୁଳ ଠାକୁର, ଆର ସଇ କିଶୋର, ଜସ ହେଜେଲଉଡ ।

ଦିଲ୍ଲୀ କ୍ୟାପିଟାଲ୍ସ: ଅଜିଙ୍କ୍ୟ ରାହାଣେ, କିମୋ ପଲ, ସନ୍ଦୀପ ଲାମିଚେନ, ଆଲେକ୍ସ କ୍ୟାରୀ, ଅଭେସ ଖାନ, ହର୍ଷଲ ପଟେଲ, ଇଶାନ୍ତ ଶର୍ମା, ଲଲିତ ଯାଦବ, ଡାନିଏଲ ସାମ୍ସ, ତୁଷାର ଦେଶପାଣ୍ଡେ, ମୋହିତ ଶର୍ମା ।

ସନରାଇଜର୍ସ ହାଇଦ୍ରାବାଦ: ଶ୍ରୀବାତ ଗୋସ୍ବାମୀ, ସିଦ୍ଧାର୍ଥ କଲ, ରିଦ୍ଧିମାନ ଶାହା, ବିଜୟ ଶଙ୍କର, ବିରାଟ ସିଂ, ବାଭାଙ୍କା ସନ୍ଦୀପ, ଫାବିଏଲ ଆଲେନ, ସଞ୍ଜୟ ଯାଦବ, ବାଶିଲ ଥାମ୍ପି, ବିଲ୍ଲି ଷ୍ଟାନଲେକ ମହମ୍ମଦ ନବି, ସନ୍ଦୀପ ଶର୍ମା, ଶାହାବାଦ ନଦୀମ ।

କିଙ୍ଗ୍ସ ଇଲେଭେନ ପଞ୍ଜାବ: ମୁଜୀବ ଅର ରେହମାନ, ମୁରୁଗାଁ ଅଶ୍ବିନୀ, ଦୀପକ ହୁଡ୍ଡା, ଇଶାନ ପୋରେଲ, କ୍ରିସ ଜୋର୍ଡାନ, ସିମ୍ରନ ସିଂ, ତାଜିନ୍ଦର ସିଂ, ଆକାଶଦୀପ ସିଂ, ଦର୍ଶନ ନଲଖଣ୍ଡେ, କ୍ରୀଷ୍ଣାପ୍ପା ଗୋୱଥାମ, ହାରଦସ ଭିଲଜିଓନ, କ୍ରିସ ଗେଲ, ହରପ୍ରିତ ବ୍ରାର, ଜଗଦୀଶ ସୁଚୀତ, ମନ୍ଦୀପ ସିଂ ।

କୋଲକାତା ନାଇଟ ରାଇଡର୍ସ: ଟମ ବାଣ୍ଟନ, ନିଖିଲ ନଏକ, ଅଲ୍ଲି ଖାନ, ପ୍ରସିଦ୍ଧ କ୍ରୀଷ୍ଣା, ରିଙ୍କୁ ସିଂ, ସନ୍ଦୀପ ୱାରିୟର, ସିଦ୍ଧେଶ ଲାଡ, କ୍ରିସ ଗ୍ରୀନ, ଏମ ସିଦ୍ଧାର୍ଥ, ଲୁକି ଫର୍ଗୁସନ ।

ରାଜସ୍ଥାନ ରୟାଲ୍ସ: ବରୁଣ ଆରୋନ, କାର୍ତ୍ତିକ ତ୍ୟାଗୀ, ଓସାନେ ଥୋମାସ, ଅନିରୁଦ୍ଧ ଜୋଷୀ, ଆଣ୍ଡ୍ରିୟୁ ଟାଇ, ଆକଶ ସିଂ, ଅନୁଜ ରାୱତ, ଜସଶ୍ବୀ ଜୟସ୍ବାଲ, ମୟଙ୍କ ମାର୍କଣ୍ଡେ, ଅଙ୍କିତ ରାଜପୁତ, ମନନ ବୋହରା, ମହୀପାଲ ଲୋମରର, ଶଶାଙ୍କ ସିଂ, ଡେଭିଡ ମିଲର

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଜସ ଫିଲିପ, କ୍ରିସ ମୋରିସ, ଡେଲ ଷ୍ଟେନ, ଶାହବାଜ ଅହମ୍ମଦ, ପବନ ଦେଶପାଣ୍ଡେ, ଅଡାମ ଜାମ୍ପା, ଗୁରକ୍ରୀତ ସିଂ ମନ, ମୋଇନ ଅଲ୍ଲୀ, ମହମ୍ମଦ ସିରାଜ, ପାର୍ଥୀବ ପଟେଲ, ପବନ ନେଗୀ, ଉମେଶ ଯାଦବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details