ଦୁବାଇ: ଶନିବାର ଏଠାରେ ଖେଳାଯାଉଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର 33 ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷରେ ଟସ୍ ଜିତିବା ପରେ ଷ୍ଟିଭ୍ ସ୍ମିଥଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛି ।
ଗୁରୁବାର ପଞ୍ଜାବ ବିପକ୍ଷ ମ୍ୟାଚରେ 8 ୱିକେଟରେ ପରାଜୟ ପାଇବା ପରେ ମଧ୍ୟ ଆରସିବି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ, ଷ୍ଟିଭ୍ ସ୍ମିଥଙ୍କ ନେତୃତ୍ୱାଧୀନ ଆରଆର ଏକ ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ଅପ୍ ସହ ଆଜି ପଡିଆକୁ ଓହ୍ଲାଉଛି । ତେବେ ସ୍ମିଥ୍, ସଞ୍ଜୁ ସାମସନ୍ ଏବଂ ଜୋସ୍ ବଟଲର୍ ଗତ ମ୍ୟାଚରେ ବିଫଳ ହୋଇଥିଲେ।