ଓଡିଶା

odisha

ETV Bharat / sports

19ରେ ଆଇପିଏଲର ହାଇବଜେଟ ନିଲାମ, 322 କ୍ରିକେଟରଙ୍କ ଭାଗ୍ୟପରୀକ୍ଷା

ଡିସେମ୍ବର 19ରେ ଇଣ୍ଡିଆନ ପ୍ରିମିୟର ଲିଗର 13 ତମ ସଂସ୍କରଣ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ହେବ । ବିଶ୍ବର ସବୁଠୁ ବଡ ଟି20 ଲିଗ ଆଇପିଏଲର ହାଇବଜେଟ ନିଲାମ ପର୍ବରେ 322 କ୍ରିକେଟର ସାମିଲ ଅଛନ୍ତି । ଅଧିକ ପଢନ୍ତୁ...

By

Published : Dec 13, 2019, 4:54 PM IST

Updated : Dec 13, 2019, 5:07 PM IST

ଆଇପିଏଲ ନିଲାମ
ଆଇପିଏଲ ନିଲାମ

ମୁମ୍ବାଇ: ଡିସେମ୍ବର 19ରେ ଇଣ୍ଡିଆନ ପ୍ରିମିୟର ଲିଗର 13 ତମ ସଂସ୍କରଣ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ହେବ । ବିଶ୍ବର ସବୁଠୁ ବଡ ଟି20 ଲିଗ ଆଇପିଏଲର ହାଇବଜେଟ ନିଲାମ ପର୍ବ କୋଲକାତାରେ ହେବାନେଇ ସ୍ଥିର ହୋଇଛି । 186 ଭାରତୀୟ ଖେଳାଳି ଓ 143 ବିଦେଶୀ ଖେଳାଳିଙ୍କ ସମେତ 3ଜଣ ସହକାରୀ ଦେଶର ଖେଳାଳିଙ୍କୁ ମିଶାଇ ମୋଟ 322 ଜଣ କ୍ରିକେଟରଙ୍କୁ ନିଲାମ ପାଇଁ ସାମିଲ କରାଯାଇଛି ।

ଆଇପିଏଲ ନିଲାମ
ଆଇପିଏଲ ନିଲାମ

ନିଲାମ ପ୍ରକ୍ରିୟାରେ ମୋଟ 997 ଖେଳାଳି ରେଜିଷ୍ଟ୍ରେସନ କରିଥିଲେ । 8ଟି ଆଇପିଏଲ ଫ୍ରାଞ୍ଚାଇଜ ତାଲିକାଭୁକ୍ତ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି । ତେବେ ଏଥିମଧ୍ୟରୁ 7ଜଣ ବିଦେଶୀ ଖେଳାଳି-ପାଟ କମିନ୍ସ, ଜସ ହାଜଲଉଡ, କ୍ରିସ ଲିନ, ମିଚେଲ ମାର୍ଶ, ଗ୍ଳେନ ମାକ୍ସୱେଲ, ଡେଲ ଷ୍ଟେନ ଓ ଆଞ୍ଜେଲୋ ମାଥ୍ୟୁସ ଦାମୀ ଖେଳାଳି ତାଲିକାରେ ସ୍ଥାନ ପାଇଛନ୍ତି । ଏହି 7ଖେଳାଳିଙ୍କ ପ୍ରାଥମିକ ମୂଲ୍ୟ 2କୋଟି ଟଙ୍କା ରହିଛି । ଏକମାତ୍ର ଭାରତୀୟ ଖେଳାଳି ଭାବେ ରବିନ ଉଥାପ୍ପାଙ୍କ ପ୍ରାଥମିକ ମୂଲ୍ୟ 1.5 କୋଟି ଟଙ୍କା ରହିଛି । ପିୟୁଷ ଚାୱଲା, ୟୁସୁଫ ପଠାନ, ଜୟଦେବ ଉନତକତ ସେମାନଙ୍କର ପ୍ରାଥମିକ ମୂଲ୍ୟ 1କୋଟି ରଖିଛନ୍ତି ।

Last Updated : Dec 13, 2019, 5:07 PM IST

ABOUT THE AUTHOR

...view details