ଶାରଜାହ: ସବୁ ମ୍ୟାଚ ଟିମ ପାଇଁ ଫାଇନାଲ ମ୍ୟାଚ ପରି । ଏହା କହିଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଅଲରାଉଣ୍ଡର ଜେସନ ହୋଲ୍ଡର । ପ୍ଲେ-ଅଫ୍ ପାଇଁ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଥିବା ହାଇଦ୍ରାବାଦ ମୁମ୍ବାଇ ବିପକ୍ଷରେ ସମସ୍ତ ଶକ୍ତି ଲଗାଇଛି ।
ଟସ ଜିତି କ୍ୟାପଟେନ ଡେଭିଡ ୱାର୍ଣ୍ଣର ପ୍ରଥମେ ବୋଲିଂ ନିଷ୍ପତ୍ତି ନେବାପରେ ବୋଲର କ୍ୟାପଟେନଙ୍କ ନିଷ୍ପତ୍ତିକୁ ସଠିକ ପ୍ରମାଣିତ କରିଥିଲେ । ପ୍ରଥମ ବଲରୁ ମୁମ୍ବାଇ ବ୍ୟାଟ୍ସମ୍ୟାନଙ୍କୁ ବଡ ସଟ ଖେଳିବାରୁ ବିରତ ରଖିବା ସହ, ରନ ଗତିକୁ ଧୀମା କରିବାରେ ସଫଳ ହୋଇଥିଲେ । ତେବେ ଶେଷ ଭାଗରେ ଅଲରାଉଣ୍ଡର କିରଣ ପୋଲାର୍ଡ ପ୍ରତିଆକ୍ରମଣ ସହ ହାଇଦ୍ରାବାଦ ଠାରୁ ମ୍ୟାଚକୁ ମୁମ୍ବାଇ ପକ୍ଷର ନେବାକୁ ଚେଷ୍ଟା କରିଥିଲେ ।