ଓଡିଶା

odisha

By

Published : Oct 3, 2020, 6:29 PM IST

ETV Bharat / sports

DC vs KKR: ଆଜି ମ୍ୟାଚରେ ଖେଳିବେ କି ଆହତ ଅଶ୍ବିନ ?

ଅଶ୍ବିନ ଗତ ସେପ୍ଟେମ୍ବର 20ରେ ଦୁବାଇରେ କିଙ୍ଗସ୍ ଏକାଦଶ ପଞ୍ଜାବ ବିପକ୍ଷରେ କ୍ୟାପିଟାଲ୍ସ ମ୍ୟାଚରେ ସେ ଖେଳିଥିଲେ । ସେ ନିକୋଲାସ ପୁରାନ୍ ଏବଂ କରୁଣ ନାୟାରଙ୍କ ୱିକେଟ୍ ନେଇଥିଲେ । ନିଜ ବଲକୁ ଅଟକାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା ।

DC vs KKR: ଆଜି ମ୍ୟାଚରେ ଖେଳିବେ କି ଆହତ ଅଶ୍ବିନ ?
DC vs KKR: ଆଜି ମ୍ୟାଚରେ ଖେଳିବେ କି ଆହତ ଅଶ୍ବିନ ?

ଶାରଜା:କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସର ଆଗାମୀ ମ୍ୟାଚ୍ ପୂର୍ବରୁ ଡିସି ବୋଲିଂ କୋଚ୍ ରିଆନ୍ ହାରିସ୍ ରବିଚନ୍ଦ୍ରନ ଅଶ୍ୱିନଙ୍କ ଉପଲବ୍ଧତା ଉପରେ ନିଜର ମତ ରଖିଛନ୍ତି । ଅଶ୍ବିନ ଗତ ସେପ୍ଟେମ୍ବର 20 ରେ ଦୁବାଇରେ କିଙ୍ଗସ୍ ଏକାଦଶ ପଞ୍ଜାବ ବିପକ୍ଷରେ କ୍ୟାପିଟାଲ୍ସ ମ୍ୟାଚରେ ସେ ଖେଳିଥିଲେ । ସେ ନିକୋଲାସ ପୁରାନ୍ ଏବଂ କରୁଣ ନାୟାରଙ୍କ ୱିକେଟ୍ ନେଇଥିଲେ ।

ତେବେ ନିଜ ବଲକୁ ଅଟକାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା । ଅକ୍ଟୋବର 3, ଶନିବାର ଶାରଜାରେ ଖେଳାଯିବାକୁ ଥିବା ଦିଲ୍ଲୀର 4ର୍ଥ ମ୍ୟାଚ ପୂର୍ବରୁ ହ୍ୟାରିସ୍ କହିଛନ୍ତି ଯେ ଅଶ୍ୱିନ୍ ଶୀଘ୍ର ସୁସ୍ଥ ହୋଇସାରିଛନ୍ତି । କିନ୍ତୁ ସେ ଏହା ମଧ୍ୟ କହିଛନ୍ତି ଯେ ଅଶ୍ୱିନ ଚୟନ ପାଇଁ ଉପଲବ୍ଧ ହେବ କି ନାହିଁ ତାହା ଉପରେ ଡାକ୍ତରୀ ଦଳଙ୍କ ନିଷ୍ପତି ନିର୍ଭର କରେ ।

ABOUT THE AUTHOR

...view details