ଆବୁଧାବି: ଆଇପିଏଲର 55ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ଟସ ଜିତି ଦିଲ୍ଲୀ କ୍ୟାପଟେନ ଶ୍ରେୟସ ଆୟର ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ସହ ଆରସିବିକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ପରେ ନିର୍ଧାରିତ 20 ଓଭରରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 152 ରନ ସଂଗ୍ରହ କରିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ 153 ରନର ବିଜୟ ଲକ୍ଷ୍ୟ ରହିଛି ।
ବାଙ୍ଗାଲୋର ପକ୍ଷରୁ ଓପନର ଦେବଦତ୍ତ ପାଦିକ୍କଲ ସର୍ବାଧିକ 50 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । 41 ବଲରୁ ପାଦିକ୍କଲ 5 ଚୌକା ସହାୟତାରେ ଏହି ଉପଯୋଗୀ ଇଂନିସ ଖେଳିଛନ୍ତି । କ୍ୟାପଟେନ ବିରାଟ କୋହଲି 24 ବଲରୁ 2 ଛକା ଓ ଗୋଟିଏ ଛକା ସହାୟତାରେ 29 ରନ କରିଛନ୍ତି । ଓପନର ଜସ ଫିଲିପ 12 ରନ ସହ ପୁନର୍ବାର ନିରାଶ କରିଛନ୍ତି ।