ଓଡିଶା

odisha

ETV Bharat / sports

ଆଇପିଏଲ 2020: ଚେନ୍ନାଇ ସୁପରକିଙ୍ଗ୍ସର ସପ୍ତମ ପରାଜୟ

ଚେନ୍ନାଇକୁ 7 ଓ୍ବିକେଟରେ ମାତ୍‌ ଦେଇଛି ରାଜସ୍ଥାନ ରୟାଲ୍ସ । ଏହି ପରାଜୟ ପରେ ପଏଣ୍ଟ ଟେବୁଲର ଅନ୍ତିମ ସ୍ଥାନରେ ପହଞ୍ଚିଛି ଚେନ୍ନାଇ ସୁପରକିଙ୍ଗ୍ସ ।

ଆଇପିଏଲ 2020: ଚେନ୍ନାଇ ସୁପରକିଙ୍ଗ୍ସର ସପ୍ତମ ପରାଜୟ
ଆଇପିଏଲ 2020: ଚେନ୍ନାଇ ସୁପରକିଙ୍ଗ୍ସର ସପ୍ତମ ପରାଜୟ

By

Published : Oct 20, 2020, 8:44 AM IST

Updated : Oct 20, 2020, 10:08 AM IST

ଆବୁଧାବି: ଶେଖ ଜାୟଦ ଷ୍ଟାଡିୟମରେ ଲିଗ୍‌ର 37ତମ ମ୍ୟାଚ ଚେନ୍ନାଇ-ରାଜସ୍ଥାନ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଚେନ୍ନାଇକୁ 7ଓ୍ବିକେଟରେ ମାତ୍‌ ଦେଇଛି ରାଜସ୍ଥାନ ରୟାଲ୍ସ । ଏହି ପରାଜୟ ପରେ ପଏଣ୍ଟ ଟେବୁଲର ଅନ୍ତିମ ସ୍ଥାନରେ ପହଞ୍ଚିଛି ଚେନ୍ନାଇ ସୁପରକିଙ୍ଗ୍ସ ।

ଟସ୍‌ ଜିତି ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ଓଭରରେ 5 ଓ୍ବିକେଟ ହରାଇ ଦଳ 125ରନ୍‌ ସଂଗ୍ରହ କରିଛି । ତେବେ 126ରନ୍‌ ବିଜୟ ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିବା ସ୍ମିଥଙ୍କ ରାଜସ୍ଥାନ ରୟାଲ୍ସ 17.3ଓଭରରେ 3ଓ୍ବିକେଟ ହରାଇ ଟାର୍ଗେଟ ପୂରଣ କରିଥିଲା । ଦଳ ପକ୍ଷରୁ ବଟଲର ସର୍ବାଧିକ 70ରନ୍‌(48ବଲ୍‌, 7ଚୌକା, 2ଛକା) କରିଥିଲେ । ତାଙ୍କର ଦମଦାର ପ୍ରଦର୍ଶନ ଯୋଗୁଁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି ।

ସୋମବାର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଟିମ ପକ୍ଷରୁ ସର୍ବାଧିକ 35 ଓ କ୍ୟାପଟେନ ଧୋନି 28 ରନର ଇଂନିସ ଖେଳିଥିଲେ । ଦଳ ପକ୍ଷରୁ ଫାଫ ଡୁପ୍ଲେସିସ 10, ଶେନ ୱାଟସନ 8 ଓ ଅମ୍ବାତି ରାୟୁଡୁ ମାତ୍ର 13 ରନରେ ପ୍ୟାଭିଲିୟନ ଫେରିଯାଇଥିଲେ । ତେବେ ଅଲରାଉଣ୍ଡର ସାମ କରନ 25 ବଲରୁ ଗୋଟିଏ ଛକା ଓ ଗୋଟିଏ ଚୌକା ସହାୟତାରେ 22 ରନର ଇଂନିସ ଖେଳି ନିର୍ଦ୍ଧାରିତ ଓଭର ଶେଷ ସୁଦ୍ଧା 5 ଓ୍ବିକେଟ ହରାଇ125ରନ କରିଥିଲା ଦଳ ।

ତେବେ ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର, କାର୍ତ୍ତିକ ତ୍ୟାଗୀ, ଶ୍ରେୟସ ଗୋପାଳ ଓ ରାହୁଲ ତେୱାତିଆ ଗୋଟିଏ ଲେଖାଁଏ ୱିକେଟ ହାସଲ କରିଥିଲେ ।

126ରନର ବିଜୟଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲା ରାଜସ୍ଥାନ ରୟାଲ୍ସ । ଦଳ ପକ୍ଷରୁ ଜସ ବଟଲର ସର୍ବାଧିକ 70ରନ୍‌ କରିଥିଲେ । ତାଙ୍କ ବ୍ୟତୀତ ଷ୍ଟୋକ୍ସ 19, ସ୍ମିଥ 26ରନ୍‌ ଓ ଉତ୍ଥପା 4ରନ୍‌ ସଂଗ୍ରହ କରିଛନ୍ତି । ତେବେ ଦଳ ନିର୍ଦ୍ଧାରିତ ଓଭର ପୂର୍ବରୁ 17.3 ଓଭରରେ ହିଁ 3 ଓ୍ବିକେଟ ହରାଇ 126ରନ ହାସଲ କରିଥିଲେ ।

ଚେନ୍ନାଇ ପକ୍ଷରୁ ଚହର 2ଟି ଓ ଜସ ହେଜଲଉଡ ଗୋଟିଏ ଓ୍ବିକେଟ ନେଇଥିଲେ ।

Last Updated : Oct 20, 2020, 10:08 AM IST

ABOUT THE AUTHOR

...view details