ଓଡିଶା

odisha

ETV Bharat / sports

IPL 2020: ପ୍ରଥମ ଥର ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲେ ଧୋନି

ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ସିଏସକେ ଅଧନାୟକ ଏମଏସ ଧୋନି । ତେବେ ଚଳିତ ସିଜିନରେ ଏହା ଧୋନିଙ୍କ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ହୋଇଛି ।

IPL 2020: ପ୍ରଥମ ଥର ଟସ ଜିତି ପାଇଁ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଲେ ଧୋନି
IPL 2020: ପ୍ରଥମ ଥର ଟସ ଜିତି ପାଇଁ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଲେ ଧୋନି

By

Published : Oct 13, 2020, 7:32 PM IST

ଦୁବାଇ: ଆଇପିଏଲ୍-13ରେ ଆଜିର 29ତମ ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ସିଏସକେ ଅଧିନାୟକ ଏମଏସ ଧୋନି । ତେବେ ଚଳିତ ସିଜିନରେ ଏହା ଧୋନିଙ୍କ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ହୋଇଛି ।

ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଦଳ ଏନ. ଜଗଦୀଶାନଙ୍କ ସ୍ଥାନରେ ପୀୟୁଷ ଚାୱଲାଙ୍କୁ ସୁଯୋଗ ଦିଆଯାଇଥିବାବେଳେ ହାଇଦ୍ରାବାଦ ଦଳ ମଧ୍ୟ କେବଳ ଗୋଟିଏ ପରିବର୍ତ୍ତନ ହୋଇଛି । ଦଳରେ ଅଭିଷେକ ଶର୍ମାଙ୍କ ସ୍ଥାନ ନେବାକୁ ଶାହବାଜ ନାଦିମଙ୍କୁ ସୁଯୋଗ ମିଳିଛି ।

ଡେଭିଡ ୱାର୍ନରଙ୍କ ଅଧିନାୟକ ସନରାଇଜର୍ସ ହାଇଦ୍ରାବାଦ ଏପର୍ଯ୍ୟନ୍ତ 7ଟି ମ୍ୟାଚ୍ ଖେଳି 3ଟି ଜିତିଛି । ହାଇଦ୍ରାବାଦ 6 ପଏଣ୍ଟ ସହ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି | ଏଥି ସହିତ ଚେନ୍ନାଇର ଅବସ୍ଥା ଏପର୍ଯ୍ୟନ୍ତ ବହୁତ ଖରାପ ଦେଖାଯାଉଛି । ଦଳ ଖେଳାଯାଇଥିବା 7ଟି ମ୍ୟାଚ ମଧ୍ୟରୁ କେବଳ ଦୁଇଟି ଜିତିବାରେ ସକ୍ଷମ ହୋଇଛି ।

  • ସନରାଇଜର୍ସ ହାଇଦ୍ରାବାଦ ଏକାଦଶ:ଡେଭିଡ ୱାର୍ଣ୍ଣର (ଅଧିନାୟକ), ଜନି ବେୟାରଷ୍ଟୋ (ୱିକେଟରକ୍ଷକ), ମନୀଷ ପାଣ୍ଡେ, କେନ ୱିଲିୟମସନ, ପ୍ରିୟ ଗର୍ଗ, ଶାହବାଜ ନାଦିମ, ଅବଦୁଲ ସମାଦ, ରସିଦ ଖାନ, ସନ୍ଦୀପ ଶର୍ମା, ଖଲିଲ୍‌ ଅହମ୍ମଦ, ଟି ନାଟାରାଜନ ।
  • ଚେନ୍ନାଇ ସୁପର କିଙ୍ଗ୍ସ ଏକାଦଶ: ସେନ ୱାଟସନ, ଫାଫ ଡୁ ପ୍ଲେସିସ୍, ଅମ୍ବାତି ରାୟୁଡୁ, ଏମଏସ ଧୋନି, ସାମ କୁରନ, ରବିନ୍ଦ୍ର ଜାଡେଜା, ଡୱେନ ବ୍ରାଭୋ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, କର୍ଣ୍ଣ ଶର୍ମା, ପୀୟୁଷ ଚାୱଲା ।

ABOUT THE AUTHOR

...view details