ହାଇଦ୍ରାବାଦ: ସେପ୍ଟେମ୍ବର 19ରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର 13ତମ ସଂସ୍କରଣ । ଅନେକ ଆଶଙ୍କା ଓ କଳ୍ପନାଜଳ୍ପନା ପରେ ବିଶ୍ବର ଏହି ବିତ୍ତଶାଳୀ ଟି-20 ଲିଗ ୟୁଏଇରେ ଆରମ୍ଭ ହେବାକୁ ଯାଉଛି । କୋରୋନା ମହାମାରୀ ସଂକ୍ରମଣ ଭୟ କାରଣରୁ ୟୁଏଇରେ ଖେଳାଯିବ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ।
ଆଇପିଏଲରେ ପର୍ପଲ କ୍ୟାପ ଏକ ସମ୍ମାନଜନକ ବ୍ୟକ୍ତିଗତ ଆୱାର୍ଡ । ପ୍ରତ୍ୟକ ବୋଲର ଏହି ସମ୍ମାନର ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଥାନ୍ତି । ତେବେ ସର୍ବାଧିକ ୱିକେଟ ହାସଲକାରୀଙ୍କୁ ପର୍ପଲ କ୍ୟାପ ମିଳିଥାଏ ।
ତେବେ ଆଇପିଏଲ 2020 ଆରମ୍ଭ ପୂର୍ବରୁ ଇଟିଭି ଭାରତ 5ଜଣ ଏମିତି ବୋଲରଙ୍କୁ ଚୟନ କରିଛି ଯେଉଁମାନେ ପର୍ପଲ କ୍ୟାପ ରେସ୍ ଜିତିପାରନ୍ତି । ଗୋଟିଏ ଆଇପିଏଲ ସଂସ୍କରଣର ସର୍ବାଧିକ ୱିକେଟ ହାସଲକାରୀ ବୋଲରଙ୍କୁ ପର୍ପଲ କ୍ୟାପ ମିଳିଥାଏ । ପୁରସ୍କାର ରାଶି ବାବଦକୁ 10ଲକ୍ଷ ଟଙ୍କା ଓ ଏକ ମୋମେଣ୍ଟୋ ମିଳିଥାଏ ।
ଜଶପ୍ରୀତ ବୁମରା
ଆଇପିଏଲ 2020ରେ ନିଜର ପୁରୁଣା ଲୟକୁ ଫେରିବା ଲକ୍ଷ୍ୟରେ ରହିଛନ୍ତି ଜଶପ୍ରୀତ ବୁମରା । ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ ଆଟାକ୍ ର ପ୍ରମୁଖ ଅସ୍ତ୍ର ହେଉଛନ୍ତି ବୁମରା । ତେବେ ବୁମରା ପୂର୍ବରୁ କେବେବି ପର୍ପଲ କ୍ୟାପ ବିଜୟୀ ହୋଇନାହାନ୍ତି । ତେବେ କ୍ୟାପଟେନ ରୋହିତ ଶର୍ମା ଆଇପିଏଲର 13ତମ ସଂସ୍କରଣରେ ବୁମରାଙ୍କୁ ଘାତକ ରୂପରେ ଦେଖିବା ସହ ପର୍ପଲ କ୍ୟାପ ବିଜେତା ଭାବେ ଦେଖିବାକୁ ଚାହିଁବେ । ବୁମରା ସର୍ବାଧିକ ୱିକେଟ ସହ ସିଜିନ ଶେଷ କରିବା ଅର୍ଥ ମୁମ୍ବାଇ ଇଣ୍ଡିଆନ୍ସ ଚମ୍ପିଆନ୍ସ ପାଇଁ ଅପରାଜେୟ ରେକର୍ଡ ।
ବୁମରାଙ୍କ ସୁଇଂ, ପେସ, ବାଉନ୍ସର, ସ୍ଲୋ ବୋଲିଂ ୟୁଏଇରେ ମୁମ୍ବଇ ଇଣ୍ଡିଆନ୍ସର ସଫଳତାର ପ୍ରମୁଖ ଦିଗ ହେବ । 26 ବର୍ଷୀୟ ବୁମରା ସେପ୍ଟେମ୍ବର 19ରେ ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ନଜର ଆସିବେ ।
ୟୁଜଭେନ୍ଦ୍ର ଚହଲ
ୟୁଏଇରେ ଆଇପିଏଲ ଖେଳାଯିବାକୁ ଥିବାରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଲେଗସ୍ପିନର ୟୁଜଭେନ୍ଦ୍ର ଚହଲଙ୍କୁ ଏହି ତାଲିକାରୁ ଅଣଦେଖା କରିବା କଷ୍ଟକର । ୟୁଏଇର ଧୂଳପୂର୍ଣ୍ଣ ପିଚରେ ଚହଲଙ୍କ ସ୍ଲୋ ଗୁଗଲି ପ୍ରତିପକ୍ଷ ଟିମର ବ୍ୟାଟ୍ସମ୍ୟାନଙ୍କ ପାଇଁ ଆହ୍ବାନ ସୃଷ୍ଟି କରିପାରେ । କାରଣ ଅଧିକାଂଶ ବ୍ୟାଟ୍ସମ୍ୟାନ ଅଧା ପ୍ରସ୍ତୁତି ସହ ଆଇପିଏଲ ଖେଳିବାକୁ ପହଞ୍ଚିଛନ୍ତି । ଫଳରେ ଏହି ସଂସ୍କରଣର ଫାଇଦା ଉଠାଇବା ଲକ୍ଷ୍ୟରେ ରହିଛନ୍ତି ଚହଲ ।
ତେବେ ଆଇପିଏଲ ଇତିହାସରେ ଆରସିବି ସଠିକ ସନ୍ତୁଳିତ ବୋଲିଂ ବିଭାଗ ହାସଲ କରିପାରିନାହିଁ । ଏହା ଦଳର ପରାଜୟର ପ୍ରମୁଖ କାରଣ ଓ ଦୁର୍ବଳତା ହୋଇଛି । ତେବେ ଚହଲ ଆଇପିଏଲରେ ଆରସିବିର ସର୍ବାଧିକ ୱିକଟ ହାସଲକାରୀ ବୋଲର ରହିଛନ୍ତି । ଏହି ସଂସ୍କରଣରେ ଆରସିବି ପାଖରେ ଶକ୍ତିଶାଳୀ ବୋଲିଂ ୟୁନିଟ ରହିଥିବା କୁହାଯାଉଛି । ଫଳରେ ସ୍ପିନ ଅନୂକୂଳ ପରିବେଶରେ ପର୍ପଲ କ୍ୟାପର ଦାବିଦାର ରହିଛନ୍ତି ଚହଲ ।