ନୂଆଦିଲ୍ଲୀ: ଶନିବାର ଆରମ୍ଭ ହେଉଛି ଆଇପିଏଲ। ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ଓ କୋହଲିଙ୍କ ନେତୃତ୍ବରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର ପରସ୍ପର ମୁହାଁମୁହିଁ ହେବେ। ଦୁନିଆଁର ପ୍ରତି କୋଣରେ ଏହି ସବୁଠାରୁ ଦାମୀକ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଦେଖନ୍ତି କ୍ରିକେଟ ଫ୍ୟାନ୍ସ । କିନ୍ତୁ ଏହି ବର୍ଷ ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ପ୍ରସାରିତ ହେବ ନାହିଁ । ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫୱାଦ ଅହମଦ ଏହି ସୂଚନା ଦେଇଛନ୍ତି ।
ସୂଚନା ଦେଇ ଫୱାଦ କହିଛନ୍ତି ଯେ ଗତ ମାସରେ ପାକିସ୍ତାନ ସୁପରଲିଗର ପ୍ରସାରଣକୁ ଭାରତରେ ବ୍ୟାନ କରିଥିଲା ଭାରତ ତେଣୁ ଆଇପିଏଲର ପ୍ରସାରଣକୁ ବନ୍ଦ କରିଛି ପାକିସ୍ତାନ। ପାକିସ୍ତାନର ଏକ ଟିଭି ଚ୍ୟାନେଲରେ ଏହି କଥା କହିଛନ୍ତି ଫୱାଦ ଅହମ୍ମଦ। ସେ କହିଛନ୍ତି ‘ପିସିଏଲ ବେଳେ ଭାରତୀୟ କମ୍ପାନୀଓ ଭାରତ ସରକାର ପାକ କ୍ରିକେଟ ସହ ଯେଉଁଭଳି ବ୍ୟବହାର କଲେ, ତାହା ପାକ କଦାପି ସହ୍ୟ କରିବ ନାହିଁ। ତେଣୁ ଆମେ ମଧ୍ୟ ଆଇପିଏଲର ପ୍ରସାରଣକୁ ବ୍ୟାନ କରିଛୁ।’