ମୁମ୍ବାଇ: ୱାଙ୍ଖଡେ ଗ୍ରାଉଣ୍ଡରେ ଘରୋଇ ଦଳର ଗେମ ଷ୍ଟାଟେଜିକୁ ଭୁଲ ପ୍ରମାଣିତ କରିଛନ୍ତି ପଞ୍ଜାବର ଓପନର ଲୋକେଶ ରାହୁଲ । ୬୪ ବଲରେ ୬ ଚୌକା ଓ ୬ ଛକା ସହ ଅପରାଜିତ ୧୦୦ ରନର ଶତକୀୟ ପାଳି ଖେଳିଛନ୍ତି ରାହୁଲ । ତେବେ ଏହା ରାହୁଲଙ୍କ ପ୍ରଥମ ଆଇପିଏଲ ଶତକ ହୋଇଛି । ଏଥି ସହିତ ଚଳିତ ସିଜିନରେ ସେ 317 ରନ କରି 2ୟ ସର୍ବାଧିକ ସ୍କୋରର ବନିଛନ୍ତି ।
ତେବେ ଅରୋଞ୍ଜ କ୍ୟାପଠାରୁ ଗୋଟେ ପାଦ ପଛରେ ଅଛନ୍ତି ରାହୁଲ । 349ରନ ସହ ଡେଭିଡ ୱାରର୍ନରଙ୍କ ପାଖରେ ରହିଛି ଏହି କ୍ୟାପ ।
ତେବେ ୱାଙ୍ଖଡେ ଗ୍ରାଉଣ୍ଡରେ ଟସ ଜିତି ପ୍ରଥମ ବୋଲିଂ କରିବାକୁ ନିଷ୍ପତି ନେଇଥିଲା ଘରୋଇ ଦଳ । ମାତ୍ର ଘରୋଇ ଦଳର ଗେମ ଷ୍ଟାର୍ଜେଜିକୁ ଭୁଲ ପ୍ରାଣିତ କରିଥିଲେ ପଞ୍ଜାବର ଦୁଇ ଓପନର କେଲ ରାହୁଲ ଓ କ୍ରିସ ଗେଲ । ରାହୁଲଙ୍କ ଶକତୀୟ ପାଳି ଛଡା ପଞ୍ଜାବର ସ୍କୋର କାର୍ଡରେ ସାମିଲ ଅଛି ଗେଲଙ୍କ ଅର୍ଦ୍ଧଶତକ । ଗେଲ 36 ବଲରୁ 63ରନ କରିଛନ୍ତି । ଯେଉଁଥିରେ ସାମିଳ ଅଛି 3ଟି ଚୌକା, ୭ ଛକା ।
ତେବେ ରାହୁଲଙ୍କ ଏହି ଶକତୀୟ ପାଳି ସତ୍ବେ ୱାଙ୍କଡେ ଗ୍ରାଉଣ୍ଡରେ 3ୱିକେଟରେ ମୁମ୍ବାଇଠାରୁ ପରାସ୍ତ ହୋଇଛି ପଞ୍ଜାବ ।