ଓଡିଶା

odisha

କୋରୋନା ଭାଇରସ: ଭାରତୀୟ ମହିଳା କ୍ରିକେଟ ଦଳର ଇଂଲଣ୍ଡ ଗସ୍ତ ସ୍ଥଗିତ

ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଆଉ ଏକ ଅନ୍କର୍ଜାତୀୟ କ୍ରିକେଟ ସିରିଜ ପ୍ରଭାବିତ ହୋଇଛି । 25ରୁ ଆରମ୍ଭ ହେବାକୁ ଥିବା ଭାରତୀୟ ମହିଳା କ୍ରିକେଟ ଦଳର ଇଂଲଣ୍ଡ ଗସ୍ତ ସ୍ଥଗିତ ହୋଇଛି ।

By

Published : Apr 25, 2020, 10:54 AM IST

Published : Apr 25, 2020, 10:54 AM IST

India's tour of England postponed as ECB suspends all cricket till july 1 amid COVID-19 pandemic
କୋରୋନା ଭାଇରସ: ଭାରତୀୟ ମହିଳା କ୍ରିକେଟ ଦଳର ଇଂଲଣ୍ଡ ଗସ୍ତ ସ୍ଥଗିତ

ଲଣ୍ଡନ: ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଆଉ ଏକ ଅନ୍କର୍ଜାତୀୟ କ୍ରିକେଟ ସିରିଜ ପ୍ରଭାବିତ ହୋଇଛି । ଭାରତୀୟ ମହିଳା କ୍ରିକେଟ ଦଳର ଇଂଲଣ୍ଡ ଗସ୍ତ ସ୍ଥଗିତ ହୋଇଛି । ଶୁକ୍ରବାର ଇଂଲଣ୍ଡ କ୍ରିକେଟ ବୋର୍ଡ ଜୁଲାଇ 1 ପର୍ଯ୍ୟନ୍ତ ଦେଶରେ ସମସ୍ତ ପ୍ରକାର କ୍ରିକେଟ ବାତିଲ ଘୋଷଣା କରିଥିଲା । ଏହାପରେ ଜୁନ 25ରୁ ଆରମ୍ଭ ହେବାକୁ ଥିବା ଭାରତୀୟ ଦଳର ଇଂଲଣ୍ଡ ଗସ୍ତ ପ୍ରଭାବିତ ହୋଇଛି ।

ଏହି ଗସ୍ତରେ ଭାରତୀୟ ମହିଳା ଦଳ 4ଟି ଦିନିକିଆ ଓ 2ଟି ଟି-20 ଖେଳିବାର ସୂଚୀ ରହିଛି । ଅସ୍ଥାୟୀ ଭାବେ ଏହି ସିରିଜ ସ୍ଥଗିତ ହୋଇଥିଲେ ମଧ୍ୟ ସ୍ଥିତି ସ୍ବାଭାବିକ ହେଲେ, ପୁନଃ ମ୍ୟାଚସୂଚୀରେ ଧାର୍ଯ୍ୟ ହେବ । କୋରୋନା ଭାଇରସର ପ୍ରଭାବ କମ ହେବାପରେ,ଏହ ସିରିଜ ଖେଳାଯିବା ନେଇ ଆଶାବାଦୀ ଅଛନ୍ତି ECB ମୁଖ୍ୟ କାର୍ଯ୍ୟନିବାହୀ ଅଫିସର ଟମ ହରିସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details