ଲକ୍ଷ୍ନୌ:ତୃତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାଠାରୁ 6 ୱିକେଟରେ ପରାଜିତ ହେଲା ଭାରତୀୟ ମହିଳା କ୍ରିକେଟ ଦଳ। ଦକ୍ଷିଣ ଆଫ୍ରିକା ଓପନର ଲିଜେଲ୍ ଲି'ଙ୍କ ଶତକୀୟ ଇନିଂଶ ବଳରେ ଦକ୍ଷିଣ ଆଫ୍ରିକା ବିଜୟ ହାସଲ କରିଛି। 47ତମ ଓଭରରେ ଡକୱର୍ଥ ଲୁଇସ ନିୟମରେ ଦକ୍ଷିଣ ଆଫ୍ରିକାକୁ ବିଜୟୀ ଘୋଷଣା କରାଯାଇଛି। ଫଳରେ 5ଟିକିଆ ଦିନିକିଆ ସିରିଜରେ 2-1ରେ ଆଗୁଆ ରହିଛି ଦକ୍ଷିଣ ଆଫ୍ରିକା ଦଳ।
249 ରନ୍ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟସମ୍ୟାନ। ଦଳୀୟ ସ୍କୋର 41 ରନ ହୋଇଥିବା ବେଳେ ଲାଉରା ୱାଲଭାର୍ଟ ଆଉଟ ହୋଇଥିଲେ। ତେବେ ଏହାପରେ ମଧ୍ୟ ଦଳ ଦକ୍ଷିଣ ଆଫ୍ରିକା ଆକ୍ରାମକ ବ୍ୟାଟିଂ ଜାରି ରଖିଥିଲା। 81 ରନ ସ୍କୋରରେ ଲାରା ଗୁଡାଲ ଦ୍ବିତୀୟ ୱିକେଟ ଭାବରେ ଝୁଲଣ ଗୋସ୍ବାମୀଙ୍କ ଶିକାର ହୋଇଥିଲା। ଏହାପରେ ମିଗ୍ନୁନ ଡୁ ପ୍ରେଜ ଓ ଲିଜେଲ୍ ଲି'ଙ୍କ ମଧ୍ୟରେ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା।
ଆଉ କୌଣସି ବ୍ୟାଟ୍ସମ୍ୟାନ ସେଭଳି ଆଖିଦୃଶିଆ ରନ କରି ପାରିନଥିଲେ। ତେବେ ଏହା ଦକ୍ଷିଣ ଆଫ୍ରିକାର ବିଜୟ ରାସ୍ତାର କଣ୍ଟା ହୋଇନଥିଲା। ଦଳ ମାତ୍ର 4ୱିକେଟ ହରାଇ 47ତମ ଓଭର ବେଳକୁ 223ରନ କରିଥିଲା। ଏହାପରେ ବର୍ଷା ଯୋଗୁଁ ଦକ୍ଷିଣ ଆଫ୍ରିକାକୁ ବିଜୟୀ ଘୋଷଣା କରାଯାଇଥିଲା।