ଚେନ୍ନାଇ: ଭାରତୀୟ କ୍ରିକେଟର ଗୁରୁବାର ସେମାନଙ୍କର ପ୍ରଥମ ରାଉଣ୍ଡ RT-PCRଟେଷ୍ଟ କରାଇଛନ୍ତି । ଫେବ୍ରୁଆରୀ 2ରେ ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଭ୍ୟାସ ଆରମ୍ଭ କରିବ । ତେବେ ଏହା ପୂର୍ବରୁ ଅଧିକ ଦୁଇଟି ରାଉଣ୍ଡର ଟେଷ୍ଟର ସାମ୍ନା କରିବେ ସମସ୍ତ ସଦସ୍ୟ । ତେବେ ପ୍ରଥମ ପର୍ଯ୍ୟାୟ ଟେଷ୍ଟ ପରେ ପରିବାରକୁ ଖେଳାଳିଙ୍କ ସହ ରହିବାକୁ ଅନୁମତି ମିଳିଛି ।
ଫେବ୍ରୁଆରୀ 5ରୁ 4 ମ୍ୟାଚ ବିଶିଷ୍ଟ ସିରିଜ ଆରମ୍ଭ ହେବ । ସମସ୍ତ ଭାରତୀୟ ଖେଳାଳି ଚେନ୍ନାଇଇ ପହଞ୍ଚିସାରିଥିବାବେଳେ, ଉଭୟ ଟିମ ଲୀଲା ପ୍ୟାଲେସରେ ରହିଛନ୍ତି ।