କଟକ: ଜୁନ୍ ୫ (ବୁଧବାର) ବିଶ୍ବକପରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ । ଆଇସିସି ବିଶ୍ବକପ୍ରେ ଏଥର ଭାରତ ଏବଂ ଇଂଲଣ୍ଡ ଟାଇଟଲର ପ୍ରବଳ ଦାବିଦାର ଦଳ କୁହାଯାଉଛି । ମାତ୍ର ଏବେ ଭାରତ ତୃତୀୟ ଥର ପାଇଁ ଟାଇଟଲ ହାତେଇବା ଚର୍ଚ୍ଚା ସର୍ବାଗ୍ରେ ରହିଛି । ଏଭଳି ସମୟରେ ମ୍ୟାଚ ପୂର୍ବରୁ ଓଡିଶାର ପୂର୍ବତନ ରଣଜୀ ଖେଳାଳି ପୱନ ଅଗ୍ରୱାଲ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାର ମ୍ୟାଚକୁ ନେଇ ଟିମ୍ ଇଣ୍ଡିଆର ବ୍ୟାଟିଂ, ବୋଲିଂ, ଅନ୍ତିମ ଏକାଦଶ ଚୟନକୁ ନେଇ ନିଜ ମତ ରଖିଛନ୍ତି ।
ପ୍ରଥମ ସ୍ଥାନ ବିରାଟ କୋହଲି ରହିଥିବା ବେଳେ ଚତୁର୍ଥ ସ୍ଥାନରେ ଯୁବ ପ୍ରତିଭା କେଏଲ ରାହୁଲ ସର୍ବୋତ୍ତମ ବୋଲି କହିଛନ୍ତି ପୂର୍ବତନ ରଣଜୀ ଖେଳାଳି ପୱନ ଅଗ୍ରୱାଲ । ଚତୁର୍ଥ ସ୍ଥାନ ଦଳ ମେରୁଦଣ୍ଡକୁ ବେଶ ପ୍ରଭାବିତ କରିଥାଏ । ଏହାସହ ଅଭ୍ୟାସ ମ୍ୟାଚରେ ରହୁଲଙ୍କ ଚମକପ୍ରଦ ଶତକ ସବୁ କିଛି ବୟାନ କରିଦେଇଥିଲା । ସେହି ଦୃଷ୍ଟିକୋଣରୁ ରାହୁଲ ହିଁ ଚତୁର୍ଥ ସ୍ଥାନ ପାଇଁ ଉପଯୁକ୍ତ ବୋଲି କହିଛନ୍ତି ପୱନ । ଉଭୟ ବୋଲିଂ ଓ ବ୍ୟାଟିଂ ଦିଗରେ ବେଶ ଟପ୍ ରହିଥବା ଟିମ ଇଣ୍ଡିଆ ବିପକ୍ଷ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେବାରେ ଆଶା ରଖିଛନ୍ତି କ୍ରୀଡ଼ାପ୍ରେମୀ । ଓପନିଂ ଯୋଡି ରହିତ ଶର୍ମା ଓ ଶିଖର ଧାୱନଙ୍କ ରେକର୍ଡ ବିଦେଶୀ ମାଟିରେ ଭଲ ରହିଛି । ପୂର୍ବରୁ ଇଂଲଣ୍ଡରେ ଖେଳାଯାଇଥିବା ଚମ୍ପିଆନ ଟ୍ରଫିରେ ମଧ୍ୟ ଅନେକ ଆଖିଦୃଶିଆ ପାଳି ଖେଳିଥିଲେ ଏହି ଯୋଡି ।