ଓଡିଶା

odisha

ETV Bharat / sports

WI vs IND: ଶେଷ ଟି-20ରେ ବିଜୟ ସହ, କ୍ଳିନ ସୁଇପ ଲକ୍ଷ୍ୟରେ ଭାରତ - କ୍ୟାପଟେନ କୋହଲି

ଭାରତ-ୱେଷ୍ଟଇଣ୍ଡିଜ ଟି-20 ସିରଜର ଆଜି 3ୟ ତଥା ଶେଷ ମ୍ୟାଚ ଖେଳାଯିବ । ଆଜିର ମ୍ୟାଚକୁ ଜିତି 3-0ରେ କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି ଭାରତ ।

ଡିଜାଇନ ଫଟୋ

By

Published : Aug 6, 2019, 11:57 AM IST

ନୂଆଦିଲ୍ଲୀ: ଭାରତ-ୱେଷ୍ଟଇଣ୍ଡିଜ ଟି-20 ସିରଜର ଆଜି 3ୟ ତଥା ଶେଷ ମ୍ୟାଚ ଖେଳାଯିବ । ପ୍ରଥମ 2ଟି ମ୍ୟାଚକୁ ଜିତି 2-0ରେ ସିରିଜ ହାତେଇ ସାରିଛି ଭାରତ । ତେବେ ଆଜିର ମ୍ୟାଚକୁ ଜିତି 3-0ରେ କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି ଭାରତ ।

ସିରିଜର ପ୍ରଥମ 2ଟି ମ୍ୟାଚ ରିଜିଓନାଲ ପାର୍କ ଷ୍ଟାଡିୟମ, ଫ୍ଳୋରିଡାରେ ଖେଳାଯିବା ପରେ ଆଜିର ମ୍ୟାଚ ଗୁୟାନାରେ ହେବ । ଆଗୁଆ ସିରିଜ ବିଜୟ ପରେ କ୍ୟାପଟେନ କୋହଲି ଅବଶିଷ୍ଟ ଖେଳାଳିଙ୍କୁ ସୁଯୋଗ ମିଳିବ ମିଳିବା ନେଇ ସଂକେତ ଦେଇଛନ୍ତି । ପ୍ରଥମ 2ଟି ମ୍ୟାଚରେ ବିଫଳ ହୋଇଥିବା ରିଷଭ ପନ୍ତଙ୍କୁ ନେଇ ମଧ୍ୟ କିଛି ନିଷ୍ପତ୍ତି ହୋଇପାରେ । ମନିଷ ପାଣ୍ଡେଙ୍କ ବଦଳରେ ଲୋକେଶ ରାହୁଲଙ୍କୁ ମଧ୍ୟ ସୁଯୋଗ ମିଳିପାରେ । ଶ୍ରେୟାସ ଆୟର, ଦିପକ ଚହରଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିପାରେ । ରାହୁଲ ଚହଲ ମଧ୍ୟ ଆଜି ଟିମ ଇଣ୍ଡିଆରେ ଟି-20 ଡେବ୍ୟୁ କରିପାରନ୍ତି ।

ୱେଷ୍ଟଇଣ୍ଡିଜ ଦଳ: କାର୍ଲସ ବ୍ରାଥୱେଟ(କ୍ୟାପଟେନ), ଜନ କାମ୍ପବେଲ, ଇଭିନ ଲିୱିସ, ସିମ୍ରନ ହେଟମେୟର, ନିକୋଲାସ ପୁରୋନ(ୱିକେଟ କିପର), କିରୋନ ପୋଲାର୍ଡ, ରଭମାନ ପାୱେଲ, କିମୋ ପଲ, ସୁନିଲ ନାରିନ, ସେଲଡନ କଟ୍ରେଲ, ଓସାନେ ଥୋମାସ, ଆନ୍ଥୋନି ବ୍ରାମ୍ବଲେ, ଆଣ୍ଡ୍ରେ ରସେଲ, ଖେରି ପେରୀ ।

ଭାରତ: ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା, ଶିଖର ଧାୱନ, କେଏଲ ରାହୁଲ, ଶ୍ରେୟସ ଆୟର, ମନିଷ ପାଣ୍ଡେ, ରିଷଭ ପନ୍ତ(ୱିକେଟ କିପର), କୁନାଲ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ୱାସିଂଟନ ସୁନ୍ଦର, ରାହୁଲ ଚହର, ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ, ଦିପକ ଚହର, ନବଦୀପ ସାଇନି ।

ABOUT THE AUTHOR

...view details