ଓଡିଶା

odisha

By

Published : Dec 10, 2019, 7:50 PM IST

ETV Bharat / sports

ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ଟିକେଟ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭାରତ-ୱେଷ୍ଟଇଣ୍ଡିଜ 3ୟ ବାରବାଟୀ ଦିନିକିଆ ମ୍ୟାଚ କାଉଣ୍ଟର ଟିକେଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି ।

ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ଟିକେଟ ଉନ୍ମୋଚନ
ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ଟିକେଟ ଉନ୍ମୋଚନ

କଟକ: ଡିସେମ୍ବର 22ରେ ବାରବାଟୀ ଷ୍ଟାଡିୟମ କଟକରେ ଭାରତ-ୱେଷ୍ଟଇଣ୍ଡିଜ 3ୟ ଦିନିକିଆ ମ୍ୟାଚ ଖେଳାଯିବ । ସେଥିପାଇଁ ଅନଲାଇନ ଟିକେଟ ବିକ୍ରି ସରିଥିବା ବେଳେ ଅଫଲାଇନ ବା କାଉଣ୍ଟରରେ 19 ତାରିଖରେ ଟିକେଟ ମିଳିବ । କାଉଣ୍ଟର ଟିକେଟକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି ।

ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ଟିକେଟ ଉନ୍ମୋଚନ କରୁଛନ୍ତି ମୁଖ୍ୟମନ୍ତ୍ରୀ

ଶୃଙ୍ଖଳାର ସହ ଟିକେଟ ବିକ୍ରି ପାଇଁ ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ 12ଟି କାଉଣ୍ଟରର ବ୍ୟବସ୍ଥା କରାଯାଇଛି । ପ୍ରାୟ 2 ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ଅନ୍ତଜାର୍ତୀୟ କ୍ରିକେଟ ମ୍ୟାଚ ଖେଳାଯିବ । ସେଥିପାଇଁ ଓଡିଶା କ୍ରୀଡାପ୍ରେମୀଙ୍କ ମଧ୍ୟରେ ଟିକେଟକୁ ନେଇ ବେଶ ଉତ୍ସାହ ଦେଖାଦେଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details