ଓଡିଶା

odisha

ETV Bharat / sports

ଭାରତ ବନାମ ୱେଷ୍ଟଇଣ୍ଡିଜ: ପନ୍ତଙ୍କ ଅର୍ଧଶତକ, ଭାରତର ସ୍କୋର 250 ପାର

ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଏମ ଏ ଚିଦାମ୍ବରମ ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଖେଳାଯାଉଛି। ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ନିଜ ଅନ୍ତଜାର୍ତୀୟ ଦିନିକିଆ କ୍ରିକେଟ କ୍ୟାରିୟରର ପ୍ରଥମ ଅର୍ଧଶତକ ହାସଲ କରିଛନ୍ତି। ଅଧିକ ପଢନ୍ତୁ...

By

Published : Dec 15, 2019, 5:28 PM IST

ଋଷଭ ପନ୍ତ
ଋଷଭ ପନ୍ତ

ଚେନ୍ନାଇ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଏମ ଏ ଚିଦାମ୍ବରମ ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଖେଳାଯାଉଛି । ଆମନ୍ତ୍ରଣ ପାଇ ବ୍ୟାଟିଂ କରୁଛି ଭାରତ। ଓପନର ଲେକେଶ ରାହୁଲ 6, ରୋହିତ ଶର୍ମା 36 ଓ କ୍ୟାପଟେନ କୋହଲି ଆଉଟ ହେବା ପରେ ସଙ୍କଟରେ ପଡିଥିଲା ଟିମ ଇଣ୍ଡିଆ।

ମଧ୍ୟକ୍ରମରେ 2 ଯୁବ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ଓ ଋଷଭ ପନ୍ତ ପାଳି ସମ୍ଭାଳିଥିଲେ। ଉଭୟଙ୍କ ମଧ୍ୟରେ ଶତକୀୟ ପାର୍ଟନରସିପ ହୋଇଥିଲା । ଋଷଭ ପନ୍ତ ନିଜ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ କ୍ୟାରିୟରର ପ୍ରଥମ ଅର୍ଧଶତକ ହାସଲ କରିଛନ୍ତି । 69 ବଲରୁ 7 ଚୌକା ଓ 2 ଛକା ସହ ଦମଦାର 71 ରନର କରି ଆଉଟ ହୋଇଛନ୍ତି।

ଫଟୋ ସୌଜନ୍ୟ: twitter @ICC

ଏହାସହିତ ଭାରତର ସ୍କୋରକୁ ମଧ୍ୟ 200 ପାର କରାଇଥିଲେ। ଶ୍ରେୟସ ଆୟର 88 ବଲରୁ 7 ଚକା ଓ ଗୋଟିଏ ଛକା ସହ 70 ରନ କରି ଆଉଟ ହୋଇଛନ୍ତି। ଭାରତର ସ୍କୋର 45 ଓଭର ସୁଦ୍ଧା 250 ପାର କରିଛି। କେଦାର ଯାଦବ ଓ ରବିନ୍ଦ୍ର ଜାଡେଜା ବ୍ୟାଟିଂ ଜାରି ରଖିଛନ୍ତି।

ABOUT THE AUTHOR

...view details