ଓଡିଶା

odisha

ETV Bharat / sports

2ୟ ଦିନିକିଆ: ଭୁଲ ସୁଧାରିବ ଭ୍ରମଣକାରୀ ଦଳ ! - ଭାରତ ପାଇଁ କର ବା ମର ମ୍ୟାଚ

3ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଘରୋଇ ନ୍ୟୁଜିଲାଣ୍ଡ 1-0ରେ ଆଗରେ ରହିଥିବା ବେଳେ ଶନିବାର ମ୍ୟାଚ ଜିତି ଆଗୁଆ ସିରିଜ ସିଲ ଲକ୍ଷ୍ୟରେ ରହିଛି । ଫଳରେ କାଲିର ମ୍ୟାଚ ବିରାଟ ବାହୀନି ପାଇଁ କର ବା ମର ମ୍ୟାଚ ହେବାକୁ ଯାଉଛି ।

india-vs-new-zealand-2nd-odi-preview-do-or-die-match-for-india
କର ବା ମର ମ୍ୟାଚ

By

Published : Feb 7, 2020, 11:27 PM IST

Updated : Feb 7, 2020, 11:36 PM IST

ଅକଲାଣ୍ଡ: ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର 2ୟ ମ୍ୟାଚ ଏଠାରେ ଆସନ୍ତାକାଲି (ଶନିବାର) ଖେଳାଯିବ । ଟି-20 ସିରିଜର କ୍ଲିନ ସୁଇପ ପରେ ପ୍ରଥମ ଦିନିକିଆରେ ଫେଲ ମାରିଛି ଭ୍ରମଣକାରୀ ଭାରତୀୟ ଦଳ । ଅନ୍ୟପଟେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଘରୋଇ ନ୍ୟୁଜିଲାଣ୍ଡ 1-0ରେ ଆଗରେ ରହିଥିବା ବେଳେ ଶନିବାର ମ୍ୟାଚ ଜିତି ଆଗୁଆ ସିରିଜ ସିଲ ଲକ୍ଷ୍ୟରେ ରହିଛି । ଫଳରେ କାଲିର ମ୍ୟାଚ ବିରାଟ ବାହୀନି ପାଇଁ କର ବା ମର ମ୍ୟାଚ ହେବାକୁ ଯାଉଛି । ଅନ୍ୟପଟେ ପ୍ରଥମ ଦିନିକିଆର ବୋଲିଂ ଓ ଫିଲ୍ଡିଂରେ ହୋଇଥିବା ମାରାତ୍ମକ ଭୁଲକୁ ସୁଧାରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ ।

ଗତ ବୁଧବାର ଖେଳାଯାଇଥିବା ପ୍ରଥମ ଦିନିକିଆ ଲଢେଇରେ 4 ୱିକେଟରେ ବିଜୟୀ ହୋଇଥିଲେ ଘରୋଇ ନ୍ୟୁଜିଲାଣ୍ଡ । ହାମିଲଟନ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ ଗୁରୁତ୍ବପୂର୍ଣ୍ଣ ଭୂମିକା ସାଜିଥିଲା । ଟସ ଜିତି ପ୍ରଥମେ ବୋଲିଂ କରି ଦଳ ଦିନିକିଆ କ୍ୟାରିଅରର ସର୍ବଧିକ ବିଜୟ ଲକ୍ଷ୍ୟ ଚେଜ୍‌ କରି ନେଇଥିଲା ବ୍ଲାକକ୍ୟାପ ଟିମ । ଅଭିଜ୍ଞ ରସ ଟେଲରଙ୍କ ବିସ୍ଫୋରକ ଶତକୀୟ ପାଳି ଓ ନୂଆ ଅଧିନାୟକ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ ଟମ ଲାଥନଙ୍କ 69ରନ ପାଳି ଘରୋଇ ଦଳକୁ ସହଜ ବିଜୟ ଆଣି ଦେଇଥିଲା ।

ଅନ୍ୟପକ୍ଷରେ ପୁଣିଥରେ ପ୍ରଥମେ ବ୍ୟାଟିଂ ବିରାଟ ସେନାକୁ ମହଙ୍ଗା ପଡିଥିଲା । ଯୁବ ଶ୍ରେୟସ ଆୟରଙ୍କ ଶତକୀୟ ପାଳି ସତ୍ତ୍ବେ ମଧ୍ୟ ଭାରତ ପରାଜୟ ମୁହଁ ଦେଖିଥିଲା । ତେବେ ଭାରତର ଏହି ପରାଜୟ କରାଣ ଦୁର୍ବଳ ଡିଫେଣ୍ଡ ବୋଲି ପୁଣିଥରେ ପ୍ରମାଣ ହୋଇଗଲା । ମଧ୍ୟ ଓଭରରେ ଦୁର୍ବଳ ବୋଲିଂ ଘରୋଇ ଦଳ ବ୍ୟାଟ୍ସମ୍ୟାନଙ୍କୁ ଫାଇଦା ଦେଇଥିଲା । ଦଳର ନିର୍ଭରଯୋଗ୍ୟ ବୋଲର ଜଶପ୍ରୀତ୍‌ ବୁମରାଙ୍କ ଉପରେ ବାରମ୍ବାର ନିର୍ଭର କରି ହତାସ ହୋଇଥିଲେ ଅଧିନାୟକ କୋହଲି । ଚେନ୍ନାଇରେ ଇଣ୍ଡିଜ ବିପକ୍ଷ ଦିନିକିଆ ଓ ମୁମ୍ବାଇରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଘଟିଥିବା ଭୁଲର ପୁନରାବୃତି ହାମିଲଟନରେ ହୋଇଥିଲା । ଘରୋଇ ଟିମର ବ୍ୟାଟ୍ସମ୍ୟାନଙ୍କ ବିଗ୍‌ ହିଟ ଆଗରେ ଭ୍ରମଣକାରୀ ଦଳର ବୋଲିଂ ଆଟାକ୍‌ ଫିକା ପଡିଥିଲା । ସେହିପରି ବାଂଲାଦେଶ ବିପକ୍ଷ ସିରିଜରେ ଦେଖିବାକୁ ମିଳିଥିବା ଦୁର୍ବଳ ଫିଲ୍ଡିଂର ଚିତ୍ରକୁ ମଧ୍ୟ ଦୋହରାଇଥିଲା ଭାରତୀୟ ଦଳ ।

ତେବେ ଶୁକ୍ରବାର ନେଟ୍ସରେ ଖୁବ ଝାଳ ବୁହାଇଛି ଟିମ ଇଣ୍ଡିଆ । ଦଳର ଦୁଇ ବୋଲର ନବଦୀପ ସାଇନ ଓ ଶ୍ରାଦୁଲ ଠାକୁର ବୋଲିଂ ଓ ବ୍ୟାଟିଂ ଆଭ୍ୟାସ କରିଛନ୍ତି । ତେବେ ପ୍ରଥମ ମ୍ୟାଚରେ ଠାକୁର ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିବାରୁ ତାଙ୍କ ସ୍ଥାନରେ ସାଇନଙ୍କୁ ଖେଳାଇବାର ଅଧିକ ସମ୍ଭାବନା ରହିଛି । ସେହିପରି ଅଲରାଉଣ୍ଡର ସ୍ଥାନରେ କେଦାର ଯାଦବଙ୍କୁ ଖେଳାଇବା ଦଳ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ହାମିଲଟନ ଗ୍ରାଉଣ୍ ପରି ଛୋଟ ଗ୍ରାଉଣ୍ଡରେ ଗୋଟିଏ ବି ଓଭର ବୋଲିଂ କରି ନାହାନ୍ତି ଯାଦବ । ତେଣୁ ତାଙ୍କ ସ୍ଥାନରେ ଯୁବ ଶିବମ ଦୁବେଙ୍କୁ ଖେଳାଯିବାର ସମ୍ଭାବନା ରହିଛି ।

Last Updated : Feb 7, 2020, 11:36 PM IST

ABOUT THE AUTHOR

...view details