ଓଡିଶା

odisha

ETV Bharat / sports

ପନ୍ତଙ୍କ ବିସ୍ଫୋରକ ଶତକ, ଇଂଲିସ ବୋଲର ପ୍ରଭାବହୀନ

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶୁକ୍ରବାର ଦେଖିବାକୁ ମିଳିଛି ଋଷଭ ପନ୍ତ ଶୋ । 115 ବଲରୁ ହାସଲ କଲେ କ୍ୟାରିୟରର ତୃତୀୟ ଟେଷ୍ଟ ଶତକ । ଅଧିକ ପଢନ୍ତୁ...

India vs England: Rishabh Pant hits 3rd hundred
ପନ୍ତଙ୍କ ବିସ୍ଫୋରକ ଶତକ, ଇଂଲିସ ବୋଲର ପ୍ରଭାବହୀନ

By

Published : Mar 5, 2021, 5:06 PM IST

ଅହମ୍ମଦାବାଦ: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶୁକ୍ରବାର ଦେଖିବାକୁ ମିଳିଛି ଋଷଭ ପନ୍ତ ଶୋ । ଏକାକୀ ଇଂଲଣ୍ଡ ବୋଲରଙ୍କୁ ନିର୍ଧୁମ ପ୍ରହାର କରିବା ସହ ଘରୋଇ ମାଟିରେ ପ୍ରଥମ ଶତକ ହାସଲ କରିଛନ୍ତି 23 ବର୍ଷୀୟ ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ପନ୍ତ । 115 ବଲରେ କ୍ୟାରିୟରର ତୃତୀୟ ଶତକ ପୂରଣ କରିବା ସହ ବର୍ଷ 2021ର ପ୍ରଥମ ଶତକୀୟ ଇଂନିସ ଖେଳିଛନ୍ତି । ଇଂଲଣ୍ଡ ବିପକ୍ଷ 4ର୍ଥ ଟେଷ୍ଟର ଦ୍ବିତୀୟ ଦିନର ଶେଷ ସେସନରେ ଏହି ମାରାଥନ ଇଂନିସ ଖେଳିଛନ୍ତି ।

ପନ୍ତଙ୍କ ଏହି ଇଂନିସ ଭାରତୀୟ ଦଳ, ଚଳିତ ଟେଷ୍ଟ ତଥା ସିରିଜ ଦୃଷ୍ଟିରୁ ବେଶ ମହତ୍ତ୍ବପୂର୍ଣ୍ଣ ରହିଛି । କାରଣ ପନ୍ତ ବ୍ୟାଟିଂ ପାଇଁ ଆସିବା ସମୟରେ ଭାରତ ସଙ୍କଟରେ ଥିଲା ।

80 ରନରେ 4 ୱିକେଟ ହରାଇ ସଂଘର୍ଷ କରୁଥିଲା । ଇଂଲଣ୍ଡର ପ୍ରଥମ ଇଂନିସ ସ୍କୋର ଠାରୁ 100ରୁ ଅଧିକ ରନ ପଛରେ ଥିଲା ଭାରତ । ଏପରି ସମୟରେ ବ୍ୟାଟିଂ ପାଇଁ ଆସି ପନ୍ତ କେବଳ ସଙ୍କଟମୁକ୍ତ କରିନାହାନ୍ତି ବରଂ ପ୍ରତିଆକ୍ରମଣ ଦ୍ବାରା ମ୍ୟାଚର ମୋଡ ବଦଳାଇ ଭାରତ ସପକ୍ଷରେ କରିଛନ୍ତି । ରୋହିତ ଶର୍ମାଙ୍କ ସହ ମିଶି ପଞ୍ଚମ ୱିକେଟ ଯୋଡିରେ 41 ଓ ଷଷ୍ଠ ୱିକେଟ ଯୋଡିରେ ଅଶ୍ବିନଙ୍କ ସହ ମିଶି 25ରନର ପାର୍ଟନରସିପ କରିଥିଲେ । ତେବେ ରୋହିତ 49 ଓ ଅଶ୍ବିନ 13 ରନରେ ଆଉଟ ହେବାପରେ ୱାସିଂଟନ ସୁନ୍ଦରଙ୍କ ସହ ମିଶି 146/6ରୁ ଭାରତ 259/7ପହଞ୍ଚାଇଥିଲେ । ସପ୍ତମ ୱିକେଟ ଯୋଡିରେ 113 ରନ ଯୋଡିଥିଲେ । ତେବେ ଶତକ ପୂରଣ କରିବା ପରେ 101 ରନରେ ଆଣ୍ଡରସନଙ୍କ ବଲରେ ଆଉଟ ହୋଇଥିଲେ ।

ଏହି ଶତକୀୟ ଇଂନିସ ସହ ବର୍ଷ 2021ରେ ଅଧିକ ରନ ତାଲିକାରେ ରୋହିତ ଶର୍ମାଙ୍କୁ ଅତିକ୍ରମ କରିବା ସହ ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ଙ୍କ ନିକଟତର ହୋଇଛନ୍ତି । ରୁଟ୍‌ଙ୍କ ନାମରେ 6ଟି ଟେଷ୍ଟରୁ 764 ରନର ରହିଥିବାବେଳେ ପନ୍ତ 488 ରନ ସଂଗ୍ରହ କରିସାରିଛନ୍ତି ।

ତେବେ ସବୁଠୁ ମଜାଦାର କଥା ହେଉଛି ପନ୍ତ ଇଂଲଣ୍ଡ ବିପକ୍ଷରେ ବର୍ଷ 2018ରେ ଓଭାଲରେ ପ୍ରଥମ ଶତକ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details