ଢାକା: ପିଠିରେ ଆଘତ କାରଣରୁ ବାଂଲାଦେଶର ଅଲରାଉଣ୍ଡର ମହମ୍ମଦ ସୈଫୁଦ୍ଦିନ ଭାରତ ବିପକ୍ଷ ଟି-20 ସିରିଜ ଖେଳିବେ ନାହିଁ । ଏହାର ସୂଚନା ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି)ଗୁରୁବାର ଦିନ ଦେଇଛି। ଏନେଇ ବିସିବି ପକ୍ଷରୁ କୁହାଯାଇଛି ଯେ, ପିଠିରେ ଆଘାତ ଲାଗିଥିବାରୁ ସୈଫୁଦ୍ଦିନ ଭାରତ ଗସ୍ତ କରିବେ ନାହଁ। ତାଙ୍କୁ ବିଶ୍ରାମ ଦିଆଯାଇଛି ।
INDvsBAN: ଟି-20 ସରିଜ ଖେଳିବେନି ସୈଫୁଦ୍ଦିନ
ବାଂଲାଦେଶ ଅଲରାଉଣ୍ଡର ମହମ୍ମଦ ସୈଫୁଦ୍ଦିନ ପିଠିରେ ଆଘତ କାରଣରୁ ଭାରତ ଗସ୍ତରେ ଆସିବେ ନାହଁ । ବାଂଲାଦେଶ ଓ ଭାରତ ମଧ୍ୟରେ 3ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଖେଳାଯିବ।
Saifuddin
ଏଥିସହ ବିସିବି ଚୟନକର୍ତ୍ତା ହବିବୁଲ ବାସର କହିଛନ୍ତି ଯେ, 22ବର୍ଷୀୟ ସୈଫୁଦ୍ଦିନଙ୍କ ସ୍ଥାନରେ ଆମେ ଅନ୍ୟ ଜଣେ ଖେଳାଳିଙ୍କୁ ସାମିଲ କରିବୁ । ଭାରତ ପଡୋଶୀ ଦେଶ ହୋଇଥିବାରୁ ଆମେ ଯେକୌଣସି ସମୟରେ ରିପ୍ଲେସମେଣ୍ଟ ଖେଳାଳି ପଠାଇ ପାରିବୁ ।
ସୂଚନାଥାଉକି, ବାଂଲାଦେଶ ଓ ଭାରତ ମଧ୍ୟରେ 3ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଖେଳାଯିବ । ପ୍ରଥମ ମ୍ୟାଚ 3ନଭେମ୍ବରରେ ଦିଲ୍ଲୀରେ ଖେଳାଯିବ । ସେହିପରି 2ୟ ମ୍ୟାଚ 7ନଭେମ୍ବର ଦିନ ରାଜକୋଟରେ ଓ ତୃତୀୟ ମ୍ୟାଚ 10 ନଭେମ୍ବରରେ ନାଗପୁର ଠାରେ ଖେଳାଯିବ।