ଓଡିଶା

odisha

ପିଙ୍କ୍‌ ବଲ ଟେଷ୍ଟ: ସରିଲା ପ୍ରଥମ ଦିନ ଖେଳ, 68 ରନରେ ଆଗୁଆ ଟିମ ଇଣ୍ଡିଆ

ଭାରତ ପ୍ରଥମ ଦିନ ଖେଳରେ 3 ୱିକେଟ ବ୍ୟୟରେ 174ରନ କରିପାରିଛି । କ୍ରିଜରେ ଅପରାଜିତ ଅଛନ୍ତି ଅଧିନାୟକ କୋହଲି(59) ଓ ଉପ ଅଧିନାୟକ(23) ରାହାଣେ ।

By

Published : Nov 22, 2019, 9:30 PM IST

Published : Nov 22, 2019, 9:30 PM IST

ପିଙ୍କ୍‌ ବଲ ଟେଷ୍ଟ

କୋଲକାତା: ଐତିହାସିକ ଡେ/ନାଇଟ ଟେଷ୍ଟର ପ୍ରଥମ ଦିନର ଖେଳ ସମାପ୍ତ ହୋଇଛି । 30.3 ଓଭରର ଖେଳରେ ମାତ୍ର 106ରନ କରି ସମସ୍ତ ୱିକେଟ ହରାଇଥିବା ବେଳେ ଭାରତ ପ୍ରଥମ ଦିନ ଖେଳରେ 3 ୱିକେଟ ବ୍ୟୟରେ 174ରନ କରିପାରିଛି । କ୍ରିଜରେ ଅପରାଜିତ ଅଛନ୍ତି ଅଧିନାୟକ କୋହଲି(59) ଓ ଉପ ଅଧିନାୟକ(23) ରାହାଣେ ।

ପିଙ୍କ୍‌ ବଲ ଟେଷ୍ଟ

ତେବେ ପ୍ରଥମ ଦିନରେ ଗୋଲାପୀ ବଲ ତାର କରାମତି ଦେଖାଇଛି । ବଲର ସୁଇଙ୍ଗ୍‌ ଗୁଣ ଦେଇଛି ପେସ ବୋଲରଙ୍କୁ ଫାଇଦା । ଭାରତୀୟ ବୋଲର ଏହାର ଫାଇଦା ଉଠାଇଥିବା ବେଳେ ଅତିଥି ଦଳର ବୋଲର ମଧ୍ୟ ଠିକଠାକ୍‌ ପ୍ରଦର୍ଶନ କରିଛନ୍ତି । ଓପନର ମୟଙ୍କ ଅଗ୍ରୱାଲ(14) ଓ ରୋହିତ ଶର୍ମା(21) ସୁଇଙ୍ଗର ଶୀକାର ହୋଇ ଶୀଘ୍ର ପାଭେଲିଅନ ଫେରିଛନ୍ତି । ସେହିପରି 55ରନର ପାଳି ଖେଳିଥିବା ଚେତେଶ୍ବର ପୂଜାରା ମଧ୍ୟ କ୍ୟାଚ ଆଉଟ ହୋଇଛନ୍ତି ।

ସରିଲା ପ୍ରଥମ ଦିନ ଖେଳ

ଅନ୍ୟପଟେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିବା ଅତିଥି ବାଂଲାଦେଶ ପ୍ରଥମ ଦିନ ଖେଳର ଲଞ୍ଚ ବ୍ରେକ ପୂର୍ବରୁ ବ୍ୟାକଫୁଟକୁ ଚାଲିଯାଇଥିଲା । ଲଞ୍ଚ ବ୍ରେକ ସୁଦ୍ଧା 21.4 ଓଭରରେ 6 ୱିକେଟ ହରାଇ ମାତ୍ର 73 ରନ୍‌ କରିଥିଲା ଅତିଥି ଦଳ । ଓପନର ଶାଦମାନ ଇସଲାମ 29 ରନ୍‌ କରିଥିବାବେଳେ ଅଧିନାୟକ ମୋମିନୁଲ ହକ୍‌, ମହମ୍ମଦ ମିଥୁନ ଓ ଅଭିଜ୍ଞ ମୁଶିଫକର ରହିମ ଖାତା ଖୋଲି ନ ପାରି ଆଉଟ୍‌ ହୋଇଥିଲେ । ଲଞ୍ଚ ବ୍ରେକ ସୁଦ୍ଧା ଲିଟନ ଦାସ 24ରନ କରିଥିବା ବେଳେ ରିଟାଏର୍ଡ ହର୍ଟ ହୋଇ ପାଭେଲିଅନ ପେରିଥିଲ । ପରେ ପରେ ଇବାଦତ୍‌ ହୋସାନି(1) ଓ ନିଇମ ହାସନ(19) ମଧ୍ୟ ପ୍ରଭାବହୀନ ବ୍ୟାଟିଂର ପ୍ରଦର୍ଶନ କରିଥିଲେ ।

ଭାରତୀୟ ଦଳ ପକ୍ଷରୁ ଇଶାନ୍ତାଙ୍କ 5 ୱିକେଟ ହଲ ବ୍ୟତିତ, ଉମେଶ ଯାଦବ 3ଟି ଓ ମହମ୍ମଦ ଶାମି ଦୁଇଟି ୱିକେଟ ଅକ୍ତିଆର କରିଛନ୍ତି । ତେବେ ରବିନ୍ଦ୍ର ଜାଡେଜା ଏକମାତ୍ର ସ୍ପିନ ଭାବେ ମାତ୍ର ଗୋଟିଏ ଓଭର ବୋଲିଂ କରିଛନ୍ତି ।

ସଂକ୍ଷିପ୍ତ ସ୍କୋର-

  • ବାଂଲାଦେଶ ପ୍ରଥମ ଇଂନିସ: 73/6, 21.4 ଓଭର (ଶାଦମାନ ଇସଲାମ 29, ଲିଟନ ଦାସ 24-ରିଟାଏର୍ଡ ହର୍ଟ, ଉମେଶ ଯାଦାବ-29/3)
  • ଭାରତ ପ୍ରଥମ ଇଂନିସ- (ଚେତେଶ୍ବର ପୂଜାରା(55), କୋହଲି(59*) ଓ ରାହାଣେ(23*), ଇବାଦତ୍‌ ହୋସେନ 61/2)

ABOUT THE AUTHOR

...view details