ଓଡିଶା

odisha

ETV Bharat / sports

ଆଜି ଫାଇନାଲ ସୋ ଡାଉନ, କାହାକୁ ନେଇ ପଡିଆକୁ ଓହ୍ଲାଇବା ଟିମ ଇଣ୍ଡିଆ - cricket

ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଖେଳାଯିବ ସିରିଜ ନିର୍ଣ୍ଣାୟକ ମ୍ୟାଚ । ବିଶ୍ବକପ ପୂର୍ବରୁ ବିରାଟ ସେନା ପାଇଁ ଏହି ମ୍ୟାଚ ବନିବ ବିରାଟ୍ ଚ୍ୟାଲେଞ୍ଜ ।

ଫଟୋ ସୌଜନ୍ୟ- ଡିଜାଇନ ଫଟୋ

By

Published : Mar 13, 2019, 2:43 PM IST

ନୂଆଦିଲ୍ଲୀ: ବାଜିରେ ଲାଗିଛି ଘରୋଇ ସିରିଜ । ସ୍ଥିତି 2-2ରେ ବରାବର ରହିଛି । ଆଜି ଅନ୍ତିମ ମୁକାବିଲା । "ଯୋ ଜିତା ଓ୍ୱ ସିକନ୍ଦର" । ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଖେଳାଯିବ ସିରିଜ ନିର୍ଣ୍ଣାୟକ ମ୍ୟାଚ । ବିଶ୍ବକପ ପୂର୍ବରୁ ବିରାଟ ସେନା ପାଇଁ ଏହି ମ୍ୟାଚ ବନିବ ବିରାଟ୍ ଚ୍ୟାଲେଞ୍ଜ ।

ଯଦି ମ୍ୟାଚ ହାରିାଲା, ତେବେ 2015ର ସେହି ଭୟାନକ ଇତିହାସକୁ ଦୋହରାଇବ ଭାରତୀୟ କ୍ରିକେଟ । 2015ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଘରୋଇ ସିରିଜକୁ 3-2ରେ ଭ୍ରମଣକାରୀ ଦଳ ଜିତି ଇତିହାସ ରଚିଥିଲା । ଏବେ ସେହି ସ୍ଥିତି । 2-2ରେ ସିରିଜ ରହିଛି ବରାବର । ଆଉ ଯଦି କଙ୍ଗାରୁ ଦଳ ମ୍ୟାଚ ଜିତେ । ତେବେ 3-2ରେ ସିରିଜ ଜିତିବା ସହିତ 10ବର୍ଷ ପରେ ଭାରତ ମାଟିରେ କୌଣସି ଦିନିକିଆ ସିରିଜ ଜିତିବ ଅଷ୍ଟ୍ରେଲିଆ । ସେହିପରି ଶେଷ ହୋଇଥିବା ଟି-20 ସିରିଜକୁ ଜିତି ଭ୍ରମଣକାରୀ ଦଳ ନିଜର ଆତ୍ମବିଶ୍ବାସ ବଢାଇ ସାରିଛି । ତେଣୁ ଅନ୍ତିମ ମ୍ୟାଚ ଜିତି ସିରିଜ ସିଲ କରିବାକୁ ଜି ଜାନା ଲାଗଇ ଦେବ କଙ୍ଗାରୁ ଦଳ ।

ସେହିପରି ବିଶ୍ବକପ ପୂର୍ବରୁ ବିରାଟ ସେନା ପାଇଁ ବି ଏହା ଅଗ୍ନି ପରୀକ୍ଷା ସଦୃଶ । କାରଣ ମେ 30ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ବିଶ୍ବକପ ପୂର୍ବରୁ ଭାରତ ପାଇଁ ଏହା ଶେଷ ଦିନିକିଆ ମ୍ୟାଚ । ବିଶ୍ବକପ ପାଇଁ ଦଳ ଏହି ସିରିଜରୁ ହିଁ ଚୟନ କରାଯିବାର ଲକ୍ଷ୍ୟ ରଖିଛନ୍ତି ଚୟନକର୍ତା । ମାତ୍ର କେବେ ଭାରତୀୟ ଟପ ଅର୍ଡରକୁ ନେଇ ଚିନ୍ତା ତ କେବେ ମଧ୍ୟ କ୍ରମକୁ ନେଇ । ପୁଣି କେବେ ପେସରଙ୍କୁ ନେଇ ଚିନ୍ତା ତ କେବେ ସ୍ଫିନରଙ୍କୁ ନେଇ । ସେହିପରି ଗତ ମ୍ୟାଚରେ କାମଚଳା ୱିକେଟକିପର ଋସବ ପନ୍ତଙ୍କ ଅତ୍ୟନ୍ତ ଖରାପ ୱିକେଟ କିପିଂ ଚିନ୍ତାର କାରଣ ପାଲଟି ଯାଇଛି । ତେଣୁ ଭାରତୀୟ ଦଳର ସନ୍ତୁଳନ ପାଇଁ ବ୍ୟସ୍ତ ବିବ୍ରତ ଏବେ କ୍ୟାପ୍ଟେନ କୋହଲି ।

3ୟ ମ୍ୟାଚରେ ଓପିନିଂ ଯୋଡି ତ ନିଜର କମାଲ ଦେଖାଇଥିଲେ । ହେଲେ ଫେଲ ମାରିଥିଲା ମଧ୍ୟ କ୍ରମ । ଅମ୍ବାତି ରାଇଡୁଙ୍କୁ ବେଞ୍ଚକୁ ପଠାଇ 3ୟ ସ୍ଥାନରେ ବ୍ୟାଟିଂ ପାଇଁ ପାଠା ଯାଇଥିଲା ଅନ୍ୟତମ ଓପନର କେଏଲ ରାହୁଲଙ୍କୁ । ଆଉ ନିଜ ଚିରାଚରିତ 3ୟ ସ୍ଥାନ ଛାଡି 4ର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ଅଧିନାୟକ କୋହଲି । ହୋଲେ ଦୁହେଁ ମାରିଥିଲେ ଫେଲ । ରାହୁଲ 26ରନ କରିଥିଲା ବେଳେ କୋହଲି 7ରନ କରି ଆଉଟ ହୋଇଥିଲେ । ତେଣୁ ଆଜି 4ର୍ଥ ସ୍ଥାନ ପାଇଁ କଣ ରହୁଛି ଗେମ ପ୍ଲାନ ତାହାକୁ ଅପେକ୍ଷା । ରାଇଡୁଙ୍କୁ ଏକାଦଶରେ ସାମିଲ କରାଯାଉଛି ନା 4ର୍ଥ ଦିନିକିଆର ଏକାଦଶ ରିପିଟ୍‌ କରାଯାଉଛି ।

ସେହିପରି ମୋହାଲି ଗ୍ରାଉଣ୍ଡରେ ଡ୍ୟୁ ଫ୍ୟାକ୍ଟର ସ୍ଫିନରଙ୍କ ପାଇଁ ସାଜିଥିଲା କାଳ । କାକର ପଡାବାରୁ ଟର୍ଣ୍ଣ ହୋଇନଥିଲା ରିଷ୍ଟୋ ସ୍ପିନର କୁଳ-ଚାଙ୍କ ଗେମ । ଫଳରେ ଧୁମ ଧୋଇଥିଲେ କଙ୍ଗର ଦଳର ଅଷ୍ଟୋନ ଟର୍ଣ୍ଣର । ମ୍ୟାଚରେ ଆଣିଥିଲେ ଟର୍ଣ୍ଣି ପଏଣ୍ଟ । ତେଣୁ ଆଜି ମ୍ୟାଚରେ ଡ୍ୟୁ ଫ୍ୟାକ୍ଟରକୁ ନଜ ରଖି ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେବ ଘରୋଇ ଦଳ । ଆଉ ସେମିତି ହେଲେ 3ୟ ସ୍ଥାନରେ ରାଇଡୁ ଓ ରାହୁଲଙ୍କୁ ନ ଖେଳାଇ 3ୟ ସ୍ଫିନର ଭାବେ 7ଷ୍ଠ ସ୍ଥାନରେ ଅଲରାଉଣ୍ଡ ରବିନ୍ଦ୍ର ଜାଡେଜାଙ୍କୁ ଖେଳଆଇବାକୁ ଦଳ ଚିନ୍ତା କରିବ ।

ତେଣୁ ଏହି ଅଗ୍ନୀ ପରିକ୍ଷାରେ କାହାକୁ ନେଇ ବିରାଟ ପଡିଆକୁ ଓହ୍ଲାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ସମ୍ଭାବ୍ୟ ଦଳ

ସମ୍ଭାବ୍ୟ ଭାରତୀୟ ଏକାଦଶ : 1.ଶିଖର ଧୱନ୍, 2.ରୋହିତ ଶର୍ମା, 3.ବିରାଟ କୋହଲି (ଅଧିନାୟକ), 4.ଅମ୍ବାତି ରାୟୁଡୁ/ଲୋକେଶ ରାହୁଲ, 5.କେଦାର ଯାଦବ, 6.ଋଷଭ ପନ୍ତ (ୱିକେଟ୍କିପର), 7.ବିଜୟ ଶଙ୍କର, 8.ଭୁବନେଶ୍ୱର କୁମାର, 9.ୟୁଜବେନ୍ଦ୍ର ଚହଲ୍/ରବୀନ୍ଦ୍ର ଜାଡେଜା, 10.କୁଲଦୀପ ଯାଦବ, 11.ଜସପ୍ରୀତ ବୁମ୍ରା ।

ଅଷ୍ଟ୍ରେଲିଆ ଦଳ : ଉସମାନ ଖ୍ୱାଜା, ଆରୋନ୍ ଫିଞ୍ଚ୍ (ଅଧିନାୟକ), ଶନ୍ ମାର୍ଶ, ପିଟର ହ୍ୟାଣ୍ଡସ୍କମ୍ବ, ଗ୍ଲେନ୍ ମ୍ୟାକ୍ସୱେଲ, ଅଷ୍ଟନ ଟର୍ଣ୍ଣର, ଆଲେକ୍ସ କ୍ୟାରି (ୱିକେଟ କିପର), ପ୍ୟାଟ୍ କମିନ୍ସ, ନେଥନ ଲିଅନ୍, ଝାଇ ରିଚାର୍ଡସନ୍, ଆଡାମ ଜାମ୍ପା ।

For All Latest Updates

ABOUT THE AUTHOR

...view details