ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନରେ ଖେଳାଯିବାକୁ ଥିବା 4ର୍ଥ ଟେଷ୍ଟର ଭାଗ୍ୟ ଅନିଶ୍ଚିତତା ମଧ୍ୟରେ ରହିଥିଲା । କିନ୍ତୁ ଏହି ସନ୍ଦେହର ବାଦଲ ହଟିଛି । ମଙ୍ଗଳବାର ଦିନ ବ୍ରିସବେନ ଗସ୍ତରେ ଯିବେ ଭାରତୀୟ ଖେଳାଳି ।
କୁଇନ୍ସଲ୍ୟାଣ୍ଡର ରାଜଧାନୀରେ 15 ଜାନୁଆରୀରୁ ଅନ୍ତିମ ଟେଷ୍ଟ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ 50 ପ୍ରତିଶତ ଦର୍ଶକ ରହିବେ ।
ଉଭୟ ଅଷ୍ଟ୍ରେଲିଆ ଓ ଭାରତୀୟ ଟିମ କୋରୋନା ହଟସ୍ପଟ ଘୋଷଣା ହୋଇଥିବା ସିଡନିରୁ ଆସୁଥିବାରୁ ବ୍ରିସବେନରେ କଡା କ୍ବାରେଣ୍ଟିନ ନିୟମର ପାଳନ କରିବାକୁ ହେବ ବୋଲି ସ୍ପଷ୍ଟ କରିଥିଲା । ମହାମାରୀକୁ ଦେଖି କୁଇନ୍ସଲ୍ୟାଣ୍ଡ ରାଜ୍ୟ ନିଜର ସୀମାକୁ ସିଲ କରିଥିଲା । କିନ୍ତୁ କଡା କ୍ବାରେଣ୍ଟିନ ପ୍ରୋଟକଲ୍ସ ମଧ୍ୟରେ ଭାରତୀୟ ଟିମର ସ୍ବାଗତ ପାଇଁ ମଧ୍ୟ ପ୍ରସ୍ତୁତ ଥିଲା ।
ତେବେ 3ଦିନର ଲକଡାଉନ ଆଜି ସମାପ୍ତ ହେଉଛି ଓ କୋରାନା ମାମଲା ମଧ୍ୟ କମ୍ ରହିଛି ।
ଏହାପରେ ଭାରତ-ଅଷ୍ଟେଲିଆ ମଧ୍ୟରେ 4ର୍ଥ ଟେଷ୍ଟ ମ୍ୟାଚ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ମୁତାବକ ହେବ ବୋଲି ସୂଚନା ରହିଛି ।