ଓଡିଶା

odisha

By

Published : Apr 16, 2020, 9:46 AM IST

Updated : Apr 16, 2020, 11:30 AM IST

ETV Bharat / sports

2021 ମହିଳା ଦିନିକିଆ କ୍ରିକେଟ ବିଶ୍ବକପ: ଭାରତର ଯୋଗ୍ୟତା ହାସଲ

2021 ମହିଳା ଦିନିକିଆ କ୍ରିକେଟ ବିଶ୍ବକପ ପାଇଁ ଯୋଗ୍ୟତା ହାସଲ କରିଛି ଭାରତ । ଏହି ସଂସ୍କରଣର ଆୟୋଜକ ରହିଛି ନ୍ୟୁଜିଲାଣ୍ଡ । ଏନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଘୋଷଣା କରିଛି ।

India qualify for ICC Women's ODI world Cup 2021
2021 ମହିଳା ଦିନିକିଆ କ୍ରିକେଟ ବିଶ୍ବକପ: ଭାରତର ଯୋଗ୍ୟତା ହାସଲ

ଦୁବାଇ: 2021 ମହିଳା ଦିନିକିଆ କ୍ରିକେଟ ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରିଛି ଭାରତ । ଏହି ସଂସ୍କରଣର ଆୟୋଜକ ରହିଛି ନ୍ୟୁଜିଲାଣ୍ଡ । ଏନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଘୋଷଣା କରିଛି । ପୂର୍ବ ସଂସ୍କରଣରେ ଭାରତୀୟ ମହିଳା ଦଳ ଦମଦାର ପ୍ରଦର୍ଶନ କରିଥିଲା । ତେବେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଫାଇନାଲରେ ଘରୋଇ ଇଂଲଣ୍ଡ ଠାରୁ ପରାଜିତ ହୋଇ ରନର୍ସଅପ ହୋଇଥିଲା ।

2021 ମହିଳା ଦିନିକିଆ କ୍ରିକେଟ ବିଶ୍ବକପ: ଭାରତର ଯୋଗ୍ୟତା ହାସଲ

ଆଇସିସି ମହିଳା ଚମ୍ପିଆନସିପ ପଏଣ୍ଟ ଟେବୁଲ ଅନୁଯାୟୀ 2021 କ୍ରିକେଟ ବିଶ୍ବକପ ଯୋଗ୍ୟତା ହାସଲକାରୀ ଟିମ ଘୋଷଣା ହୋଇଛି । ଆୟୋଜକ ନ୍ୟୁଜିଲାଣ୍ଡ ଆଇସିସି ମହିଳା ଚମ୍ପିଆନସିପ ପଏଣ୍ଟ ଟେବୁଲର 4ର୍ଥ ସ୍ଥାନରେ ରହି ଯୋଗ୍ୟତା ଅର୍ଜନ କରିଛି ।

ପ୍ରଥମ ସ୍ଥାନରେ 37 ପଏଣ୍ଟ ସହ ଅଷ୍ଟ୍ରେଲିଆ ରହିଛି । ଇଂଲଣ୍ଡ 29 ଓ ଦକ୍ଷିଣ ଆଫ୍ରିକା 25 ପଏଣ୍ଟ ସହ 3ୟ ସ୍ଥାନରେ ରହିଛି । ଭାରତ 223 ପଏଣ୍ଟ ସହ 5ମ ସ୍ଥାନରେ ରହିଛି । ପାକିସ୍ତାନ 19, ନ୍ୟୁଜିଲାଣ୍ଡ 17, ୱେଷ୍ଟଇଣ୍ଡିଜ 13 ଓ 5 ପଏଣ୍ଟ ଶ୍ରୀଲଙ୍କାର ରହିଛି ।

2021 ମହିଳା ଦିନିକିଆ କ୍ରିକେଟ ବିଶ୍ବକପ: ଭାରତର ଯୋଗ୍ୟତା ହାସଲ

ଆଇସିସି ମହିଳା କ୍ରିକେଟ ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଜୁଲାଇ 3-9 ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଛି । ତେବେ ମହାମାରୀ କୋରୋନା ଭାଇରସ ଯୋଗୁ ଏହା ପ୍ରଭାବିତ ହେବାର ଆଶଙ୍କା କରାଯ।ଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 16, 2020, 11:30 AM IST

ABOUT THE AUTHOR

...view details