ଓଡିଶା

odisha

ETV Bharat / sports

ଘରୋଇ ମାଟିରେ ଟିମ୍ ଇଣ୍ଡିଆର ଚିତପଟାଙ୍ଗ, ସିରିଜ ଜିତିଲା କଙ୍ଗାରୁ

ଶେଷ ତଥା ନିର୍ଣ୍ଣାୟକ ଦିନିକିଆରେ ଭାରତର ପରାଜୟ । 35 ରନ ବ୍ୟବଧାନରେ ମ୍ୟାଚ ସହ ସିରିଜକୁ ଜିତି ନେଇଛି ଅଷ୍ଟ୍ରେଲିଆ ।

By

Published : Mar 13, 2019, 11:42 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଶେଷ ତଥା ନିର୍ଣ୍ଣାୟକ ଦିନିକିଆରେ ଭାରତର ପରାଜୟ । 273 ରନକୁ ପିଛା କରି ପଡିଆକୁ ଓହ୍ଲାଇଥିବା ଟିମ ଇଣ୍ଡିଆର ଟପ ଅର୍ଡର ଫେଲ ମାରିବା ପରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ କେଦାର ଯାଦବ ଓ ଭୁବନେଶ୍ୱର କୁମାର ପାଳି ସମ୍ଭାଳି ଥିଲେ । କିନ୍ତୁ ଉଭୟଙ୍କ ଭାଗିଦାରୀ ମଧ୍ୟ ଭାରତକୁ ମ୍ୟାଚ ବିଜୟୀ କରିପାରିନାହିଁ । 35 ରନ ବ୍ୟବଧାନରେ ମ୍ୟାଚ ସହ ସିରିଜକୁ ଜିତି ନେଇଛି ଅଷ୍ଟ୍ରେଲିଆ ।

ଆଜି ମ୍ୟାଚରେ କୌଣସି ଭାରତୀୟ ଖେଳାଳି ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ । କ୍ୟାପଟେନ ବିରାଟଙ୍କ ସହ, ଧୱନ, ରୋହିତ ଶର୍ମା, ଜାଡେଜା, ବିଜୟ ଶଙ୍କର, ଋଷଭ ପନ୍ତ କେହି ମଧ୍ୟ କ୍ରିଜରେ ତିଷ୍ଟି ପାରିନଥିଲେ । ଫଳରେ ଭାରତକୁ 35 ରନ ବ୍ୟବଧାନର ପରାଜୟ ସାମ୍ନା କରିବାକୁ ପଡିଛି । ଏହି ହାର ସହ ଭାରତ ହାତରୁ ସିରିଜ ମଧ୍ୟ ଚାଲିଯାଇଛି । ପ୍ରଥମ ଦୁଇଟି ମ୍ୟାଚରେ ଜିତ ହାସଲ କରିଥିବା ଟିମ ଇଣ୍ଡିଆକୁ ଶେଷ ତିନୋଟି ମ୍ୟାଚରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଛି ।


ଆଗକୁ ବିଶ୍ୱକପ୍ ଥିବା ବେଳେ ଟିମର ଏଭଳି ପ୍ରଦର୍ଶନ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛି । ତେବେ ଭାରତର ବ୍ୟାଟିଂକୁ ନେଇ ଏବେ ପ୍ରଶ୍ନ ଉଠିଛି । ବିଶ୍ୱକପ୍ ପାଇଁ ଏବେ ଠାରୁ ପ୍ରସ୍ତୁତ ନହେଲେ ଟିମ ଇଣ୍ଡିଆକୁ ଏହାର ପରିଣାମ ଭୋଗିବାକୁ ପଡିପାରେ ।

ABOUT THE AUTHOR

...view details