ଓଡିଶା

odisha

ETV Bharat / sports

ବିଶ୍ବକପରୁ ଆଉଟ ବିରାଟ ସେନା, ଫାଇନାଲରେ ନ୍ୟୁଜିଲାଣ୍ଡ - semifinal

18ରନରେ ସେମିଫାଇନାଲରେ ହାରିଲା ଭାରତ । ମ୍ୟାଚର ମୋଡ ବଦଳାଇ ଦେଲା ଧୋନିଙ୍କ ରନ ଆଉଟ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

By

Published : Jul 10, 2019, 7:37 PM IST

Updated : Jul 10, 2019, 9:00 PM IST

ମାଞ୍ଚେଷ୍ଟର: ଅଧୁରା ରହିଗଲା ବିରାଟଙ୍କ ବିଶ୍ବକପ ସ୍ବପ୍ନ । ସଚିନଙ୍କ ରେକର୍ଡ ଭାଙ୍ଗିବାରୁ 27ରନ ଦୂରରେ ରହିଗଲେ ହିଟ୍‌ ମ୍ୟାନ । ଚୁରମାର ହୋଇଗଲା କୋଟି କୋଟି ଭାରତୀୟଙ୍କ ଆଶା । ବିଶ୍ବକପ ଫାଇନାଲରୁ 18ରନ ଦୂରରେ ରହିଗଲା ଭାରତୀୟ ଦଳ । ସମ୍ଭବତଃ ଧୋନିଙ୍କ ଫ୍ୟାରୱେଲ ହୋଇଗଲା ଧୁଳିସାତ୍‌ । ମ୍ୟାଚ ପ୍ରଥମ ଦଳ ଭାବେ ବିଶ୍ବକପ ଫାଇନାଲରେ ପହଁଚିଗଲା ନ୍ୟୁଜିଲାଣ୍ଡ । ମ୍ୟାଚର ମୋଡ ବଦଳାଇଦେଲା ଧୋନିଙ୍କ ରନ ଆଉଟ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଦୁଇ ଦିନିଆ ସେମି ଲଢେଇରେ ପ୍ରଥମ ଦିନ ବୋଲର ନିଜ କାମ କରି ଦେଖାଇ ଦେଲେ । ମାତ୍ର ରିଜର୍ଭ ଡେରେ କିଛି କମାଲ କରି ପାରିଲେନି ଭାରତୀୟ ବ୍ୟାଟ୍ସମ୍ୟାନ । 5ରନରେ ଟପ ଅର୍ଡର ଫେଲ । 100ରନ ପୂର୍ବରୁ ମଧ୍ୟକ୍ରମ ଟଳମଳ । ଯଦିଓ ଧୋନି-ଜାଡେଜାଙ୍କ ଲଢୁଆ ପାଳି ଦଳକୁ ବିଜୟ ଆଡକୁ ଅଗ୍ରସର କରିଥିଲା । ମାତ୍ର ମ୍ୟାଚର ମୋଡ ବଦଳାଇଦେଲା ଧୋନିଙ୍କ ରନ ଆଉଟ । ତେବେ ମ୍ୟାଚ ଦୋହରାଇ ଦେଲା 2015 ବିଶ୍ବକପର ସୃତି । ସେହିପରି 2015 ପରେ 2ୟ ଥର ପାଇଁ ଫାଇନାଲରେ ପ୍ରବେଶ କିୱି ଦଳ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଟସ ଜିତି ପ୍ରଥମେ ବ୍ୟାଟି କରିଥିବା କିୱି ଦଳ ବିରାଟ ବାହିନୀ ଆଗରେ 240ରନ ବିଜୟ ଲକ୍ଷ୍ୟ ରଖିଥିଲା । ଜବାବରେ ରବୀନ୍ଦ୍ର ଜାଡେଜା (77) ଓ ମହେନ୍ଦ୍ର ସିଂହ ଧୋନି (50)ଙ୍କ ଲଢ଼ୁଆ ପ୍ରଦର୍ଶନ ସତ୍ତ୍ୱେ ଭାରତ 49.3 ଓଭରରେ ସମସ୍ତ ୱିକେଟ୍ ହରାଇ 221ରନ୍ କରି ପରାସ୍ତ ହେଲା ।

ନ୍ୟୁଜିଲାଣ୍ଡ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ 3 ୱିକେଟ ନେଇଥିବା ମ୍ୟାଟ୍‌ ହେନରୀଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ କରାଯାଇଛି ।

Last Updated : Jul 10, 2019, 9:00 PM IST

For All Latest Updates

ABOUT THE AUTHOR

...view details