ଓଡିଶା

odisha

By

Published : Mar 21, 2021, 1:39 PM IST

ETV Bharat / sports

ରୋଡ୍ ସେଫ୍ଟି ୱାର୍ଲଡ ସିରିଜ: ଇଣ୍ଡିଆ ଲିଜେଣ୍ଡସ ଓ ଶ୍ରୀଲଙ୍କା ଲିଜେଣ୍ଡସ ମଧ୍ୟରେ ମହାମୁକାବିଲା

ରୋଡ୍ ସେଫ୍ଟି ୱାର୍ଲଡ ସିରିଜର ଫାଇନାଲରେ ଇଣ୍ଡିଆ ଲିଜେଣ୍ଡସ ଓ ଶ୍ରୀଲଙ୍କା ଲିଜେଣ୍ଡସ ମଧ୍ୟରେ ହେବ ଟକ୍କର। ଦୁଇ ଦଳ ମଧ୍ୟରେ 2011 ବିଶ୍ବକପ ଭଳି ରୋମାଞ୍ଚକର ମ୍ୟାଚ ହେବ ବୋଲି ଫ୍ୟାନ ମାନଙ୍କ ଆଶା। ଅଧିକ ପଢ଼ନ୍ତୁ...

ରୋଡ୍ ସେଫ୍ଟି ୱାର୍ଲଡ ସିରିଜ: ଇଣ୍ଡିଆ ଲିଜେଣ୍ଡସ ଓ ଶ୍ରୀଲଙ୍କା ଲିଜେଣ୍ଡସ ମଧ୍ୟରେ ମହାମୁକାବିଲା
ରୋଡ୍ ସେଫ୍ଟି ୱାର୍ଲଡ ସିରିଜ: ଇଣ୍ଡିଆ ଲିଜେଣ୍ଡସ ଓ ଶ୍ରୀଲଙ୍କା ଲିଜେଣ୍ଡସ ମଧ୍ୟରେ ମହାମୁକାବିଲା

ରାୟପୁର:ରୋଡ୍ ସେଫ୍ଟି ୱାର୍ଲଡ ସିରିଜର ଫାଇନାଲରେ ଇଣ୍ଡିଆ ଲିଜେଣ୍ଡସ ଓ ଶ୍ରୀଲଙ୍କା ଲିଜେଣ୍ଡସ ମଧ୍ୟରେ ହେବ ଟକ୍କର। ଆଜି(ରବିବାର) ରାୟପୁରର ଶହୀଦ ବୀର ନାରାୟଣ ଆନ୍ତର୍ଜାତିକ କ୍ରିକେଟ ଷ୍ଟାଡିୟମରେ ଏହି ଫାଇନାଲ ମ୍ୟାଚ ଖେଳାଯିବ। ମଜାଦାର କଥା ହେଉଛି ଫ୍ୟାନମାନେ ଏହି ମ୍ୟାଚକୁ 2011 ମସିହା ବିଶ୍ବକପ ଫାଇନାଲ ମ୍ୟାଚ ଭଳି ଦେଖୁଛନ୍ତି।

ଇଣ୍ଡିଆ ଲିଜେଣ୍ଡସରେ 2011 ବିଶ୍ବକପ ଫାଇନାଲ ଖେଳିଥିବା 5ଜଣ ଖେଳାଳି ସାମିଲ ରହିଛନ୍ତି। ସେମାନେ ହେଉଛନ୍ତି ଅଧିନାୟକ ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହୱାଗ, ଯୁବରାଜ ସିଂହ, ୟୁସୁଫ ପଠାନ, ମୁନାଫ ପଟେଲ, ଓ ଜାହିର ଖାନ। ସେପେଟ ଶ୍ରୀଲଙ୍କା ଲିଜେଣ୍ଡସରେ ମଧ୍ୟ 2011 ବିଶ୍ବକପ ଫାଇନାଲ ଖେଳିଥିବା 6 ଜଣ କ୍ରିକେଟର ରହିଛନ୍ତି। ଏହି ଖେଳାଳିମାନେ ହେଉଛନ୍ତି ଅଧିନାୟକ ତିଲକରତ୍ନେ ଦିଲଶାନ, ରଙ୍ଗନା ହେରାଥ, ନୁୱନ କୁଲେସେକରା, ଅଜନ୍ତା ମେଣ୍ଡିସ, ଚମାରା ସିଲବା ଓ ଉପୁଲ ଥରଙ୍ଗା।

ଏହି ମ୍ୟାଚକୁ ଉଭୟ ଦଳର କ୍ରିକେଟର ମଧ୍ୟ ଉତ୍ସାହିତ ଅଛନ୍ତି। ପୂର୍ବରୁ ଇଣ୍ଡିଆ ଲିଜେଣ୍ଡସ ଦଳ ଫାଇନାଲରେ ପ୍ରବେଶ କରି ସାରିଥିବା ବେଳେ, ଗତ ଶୁକ୍ରବାର ଦକ୍ଷିଣ ଆଫ୍ରିକା ଲିଜେଣ୍ଡସକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଶ୍ରୀଲଙ୍କା ଲିଜେଣ୍ଡସ। ଏହି ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ ଲିଜେଣ୍ଡସ ଦଳ ଭଲ ବ୍ୟାଟିଂ ପ୍ରଦର୍ଶନ କରିଛି। ବିଶେଷ କରି ଯୁବରାଜ ସିଂହ, ସଚିନ ତେନ୍ଦୁଲକର ଓ ଇର୍ଫାନ ପଠାନ ନିଜର ବ୍ୟାଟିଂ ଜଲୱା ଦେଖାଇଛନ୍ତି। ସେପଟେ ଶ୍ରୀଲଙ୍କା ଲିଜେଣ୍ଡସ ମଧ୍ୟ ନିଜ ବୋଲିଂ ଧାରରେ ବିପକ୍ଷ ଦଳକୁ ଧରାଶାୟୀ କରିଛି। ତିଲକରତ୍ନେ ଦିଲସାନଙ୍କ ଅଫ ସ୍ପିନ ବୁଝିବାକୁ ବିଫଳ ହୋଇଛନ୍ତି ବିପକ୍ଷ ଦଳ। ଗତ ମ୍ୟାଚରେ ନୁୱନ କୁଲେସେକରା ମାତ୍ର 25 ରନ ଦେଇ 5ଟି ୱିକେଟ ନେଇଥିଲେ।

ଏହି ମ୍ୟାଚରେ ଦୁଇ ଦଳ ମଧ୍ୟରେ 2011 ବିଶ୍ବକପ ଭଳି ରୋମାଞ୍ଚକର ମ୍ୟାଚ ହେବ ବୋଲି ଫ୍ୟାନ ଆଶା ରଖିଛନ୍ତି। ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟରେ ଦୁହିଁଙ୍କ ମଧ୍ୟରେ ମ୍ୟାଚ ହୋଇଥିବା ବେଳେ ଏଥିରେ ଇଣ୍ଡିଆ ଲିଜେଣ୍ଡସ ବାଜିମାତ କରିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details