ଓଡିଶା

odisha

ETV Bharat / sports

ICC ଦିନିକିଆ ମାନ୍ୟତାରେ ଦ୍ବିତୀୟ ସ୍ଥାନକୁ ଖସିଲା ଭାରତ

ବିଶ୍ବକପରେ ଇଂଲଣ୍ଡ ଠାରୁ ପରାସ୍ତ ହେବା ପରେ ଟିମ୍ ଇଣ୍ଡିଆ ଦିନିକିଆ ଆଇସିସି ମାନ୍ୟତାର 2ୟ ସ୍ଥାନକୁ ଖସିଆସିଛି । ଇଂଲଣ୍ଡ ଦଳ ଟିମ୍ ଇଣ୍ଡିଆକୁ ପରାସ୍ତ କରି ପୁଣିଥରେ ଏହି ଶୀର୍ଷ ସ୍ଥାନ ଛଡାଇ ନେଇଛି ।

ଫଟୋ ସୌଜନ୍ୟ- ଟ୍ବିଟର @icc

By

Published : Jul 2, 2019, 5:45 PM IST

Updated : Jul 3, 2019, 9:28 AM IST

ଲଣ୍ଡନ: ବିଶ୍ବକପରେ ଇଂଲଣ୍ଡ ଠାରୁ ପରାସ୍ତ ହେବା ପରେ ଟିମ୍ ଇଣ୍ଡିଆ ଦିନିକିଆ ଆଇସିସି ମାନ୍ୟତାର 2ୟ ସ୍ଥାନକୁ ଖସିଆସିଛି । ଇଂଲଣ୍ଡ ଦଳ ଟିମ୍ ଇଣ୍ଡିଆକୁ ପରାସ୍ତ କରି ପୁଣିଥରେ ଏହି ଶୀର୍ଷ ସ୍ଥାନ ଛଡାଇ ନେଇଛି । କାରଣ ଶ୍ରୀଲଙ୍କାଠାରୁ ପରାସ୍ତ ପରେ 2ୟ ସ୍ଥାନକୁ ଖସି ଆସିଥିଲା ଇଂଲଣ୍ଡ । ତେବେ ଗୋଟିଏ ଅଙ୍କର ଫରକ୍‌ ରହିଥିଲା ଦୁଇ ଦଳ ମଧ୍ୟରେ । ଫଳରେ ଭାରତ ଇଂଲଣ୍ଡ ବିପକ୍ଷ ମ୍ୟାଚ ହାରି ପୁଣି 2ୟ ସ୍ଥାନକୁ ଖସି ଆସିଛି ।

ଫଟୋ ସୌଜନ୍ୟ- ଟ୍ବିଟର @icc

ତେବେ ଚଳିତ ଦିନିକିଆ ବିଶ୍ବକପରେ ଆୟୋଜକ ଇଂଲଣ୍ଡଠାରୁ ପରାସ୍ତ ହେବା ପୂର୍ବରୁ ଟିମ୍ ଇଣ୍ଡିଆ ଲଗାତାର ଭାବେ ୫ଟି ମ୍ୟାଚରେ ବିଜୟ ହୋଇଥିଲା । ଅନ୍ୟପଟେ ଇଂଲଣ୍ଡ ଦୁଇଟି ମ୍ୟାଚରେ ପରାସ୍ତ ହୋଇ ତଳକୁ ଖସି ଆସିଥିଲା । ଫଳରେ ଟିମ୍ ଇଣ୍ଡିଆ ଶୀର୍ଷ ସ୍ଥାନ ହାସଲ କରିଥିଲା ।

ତେବେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଆଇସିସି ପକ୍ଷରୁ ସେୟାର କରାଯାଇ କୁହାଯାଇଛି ଯେ, ଭାରତୀୟ ଦଳ ଇଂଲଣ୍ଡ ଠାରୁ ଗତ ମ୍ୟାଚରେ ପରାସ୍ତ ହେବା ସହିତ ୧୨୩ ଅଙ୍କ ସହିତ ହାସଲ କରିଥିବା ନମ୍ୱର ୱାନ ସ୍ଥାନ ହରାଇ ଦେଇଛି । ୧୨୨ ଅଙ୍କ ସହିତ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ଇଂଲଣ୍ଡ, ଭାରତକୁ ପରାସ୍ତ କରି ଗୋଟିଏ ଅଙ୍କ ହାସଲ କରିଛି ଏବଂ ପୁନର୍ବାର ଶୀର୍ଷ ସ୍ଥାନ ହାସଲ କରିଛି । ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ତାଲିକାକୁ ଟ୍ୱିଟରରେ ସେୟାର କରିଛି ।

Last Updated : Jul 3, 2019, 9:28 AM IST

For All Latest Updates

ABOUT THE AUTHOR

...view details