ଓଡିଶା

odisha

ETV Bharat / sports

ବ୍ରିସବେନ ବିଜୟ ପରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ର ଶୀର୍ଷରେ ଭାରତ - ଟେଷ୍ଟ ଚମ୍ପିଆନସିପ୍‌ର ଶୀର୍ଷରେ ଭାରତ

ବର୍ଡର ଗାଭାସ୍କର ଟ୍ରଫି ସିରିଜ ବିଜୟ ସହ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପର ଶୀର୍ଷ ସ୍ଥାନରେ ପହଞ୍ଚିଯାଇଛି । ଅଧିକ ପଢନ୍ତୁ...

India claim top-spot in World Test Championship table after historic win at The Gabba
ବ୍ରିସବେନ ବିଜୟ ପରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ର ଶୀର୍ଷରେ ଭାରତ

By

Published : Jan 19, 2021, 4:12 PM IST

Updated : Jan 19, 2021, 11:12 PM IST

ବ୍ରିସବେନ: ଅଷ୍ଟ୍ରେଲିଆ ବିପକ୍ଷ 4ର୍ଥ ଟେଷ୍ଟରେ ଦମଦାର ବିଜୟ ସହ ବର୍ଡର ଗାଭାସ୍କର ଟ୍ରଫି ନିଜ ପାଖରେ ରଖିଛି ଭାରତ । ଏହି ଆକର୍ଷଣୀୟ ବିଜୟ ସହ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପର ଶୀର୍ଷ ସ୍ଥାନରେ ପହଞ୍ଚିଯାଇଛି ।

ବ୍ରିସବେନ ବିଜୟ ପରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ର ଶୀର୍ଷରେ ଭାରତ

430 ପଏଣ୍ଟ ସହ ଭାରତ ପ୍ରଥମ ଓ ନ୍ୟୁଜିଲାଣ୍ଡ 420 ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ତୃତୀୟ ସ୍ଥାନରେ 332 ପଏଣ୍ଟ ସହ ଅଷ୍ଟ୍ରେଲିଆରେ ରହିଛି ।

ବ୍ରିସବେନ ବିଜୟ ପରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ର ଶୀର୍ଷରେ ଭାରତ

ଭାରତ ନଂ1 ସ୍ଥାନରେ, ଗାବାରେ କଡା ମୁକାବିଲାରେ ବିଜୟ ମିଳିବା ପରେ ଭାରତ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି । ଅଷ୍ଟ୍ରେଲିଆ 3 ନଂ ସ୍ଥାନକୁ ଖସିଆସିଛି ।

ଏଥିସହ ଆଇସିସି ଟେଷ୍ଟ ଟିମ ମାନ୍ୟତା ତାଲିକାରେ ମଧ୍ୟ ଅଷ୍ଟ୍ରେଲିଆକୁ ପଛକୁ ଠେଲି ଦ୍ବିତୀୟ ସ୍ଥାନରେ ପହଞ୍ଚିଛି ଭାରତ । ଅଷ୍ଟ୍ରେଲିଆର 113 ପଏଣ୍ଟ ଥିବାବେଳେ ଭାରତ 117.65 ପଏଣ୍ଟ ସହ ଦ୍ବିତୀୟରେ ରହିଛି । ନ୍ୟୁଜିଲାଣ୍ଡ 118.44 ପଏଣ୍ଟ ସହ ଶୀର୍ଷରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 19, 2021, 11:12 PM IST

ABOUT THE AUTHOR

...view details