କଟକ: ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଏକ ଦିବସୀୟ ମ୍ୟାଚ ପାଇଁ ଆଉ ମାତ୍ର ଦିନ କେଇଟା ଥିଲାବେଳେ ବାରବାଟୀ ଷ୍ଟାଡିୟମର ସମୀକ୍ଷା କରିଛନ୍ତି କଟକ ଡିସିପି । ଷ୍ଟାଡିୟମର ସମସ୍ତ ଗ୍ୟାଲେରୀ, ପାଭେଲିଅନ, କର୍ପୋରେଟ ବକ୍ସ ଆଦି ପ୍ରତ୍ୟେକ ସ୍ଥାନକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ଡିସିପି ।
ସଣ୍ଡେ ସୁପର ଫାଇଟ ପାଇଁ ଚଳଚଞ୍ଚଳ ବାରବାଟୀ - ସଣ୍ଡେ ସୁପର ଫାଇଟ
ବାରବାଟୀ ଷ୍ଟାଡିୟମର ସମୀକ୍ଷା କରିଛନ୍ତି କଟକ ଡିସିପି । ଷ୍ଟାଡିୟମର ସମସ୍ତ ଗ୍ୟାଲେରୀ, ପାଭେଲିଅନ, କର୍ପୋରେଟ ବକ୍ସ ଆଦି ପ୍ରତ୍ୟେକ ସ୍ଥାନକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ଡିସିପି ।
ବାରବାଟୀ ଦିନିକିଆ
ତେବେ ଷ୍ଟାଡିୟମର କେଉଁ କେଉଁ ସ୍ଥାନରେ ସିଟ ସଂଖ୍ୟା ବୃଦ୍ଧି କରାଯିବ, କେଉଁଠି କେଉଁଠି ଅଧିକ ଅସ୍ଥାୟୀ ଶୌଚାଳୟ ବ୍ୟବହାର କରାଯିବ, ସେ ନେଇ ଡିସିପି ଓସିଏକୁ ପରାମର୍ଶ ଦେଇଛନ୍ତି । ଦର୍ଶକଙ୍କ ପ୍ରାଥମିକତାକୁ ଗୁରୁତ୍ବ ଦିଆଯିବ ବୋଲି ଡିସିପି ଅଖିଳେଶ୍ବର ସିଂ ସୂଚନା ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ