ଅହମ୍ମଦାବାଦ:ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ଟି20 ସିରିଜର ନିର୍ଣ୍ଣାୟକ ମ୍ୟାଚରେ ଟିମ ଇଣ୍ଡିଆର ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଟସ ହାରିବା ପରେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ଇଂଲିସ କ୍ୟାପଟେନ ଇଆନ ମୋର୍ଗାନ । ତେବେ ଏହି ନିଷ୍ପତ୍ତି ଭାରତ ପାଇଁ ଯେପରି ବରଦାନ ସାବ୍ୟସ୍ତ ହୋଇଛି । ନିର୍ଦ୍ଧାରିତ 20 ଓଭରରେ 2 ୱିକେଟ ହରାଇ 224 ରନ କରିଛି ଦଳ । ଫଳରେ ଇଂଲଣ୍ଡ ସାମ୍ନାରେ 225 ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ।
କ୍ୟାପଟେନ ବିରାଟ କୋହଲି ଓ ଭାଇସ କ୍ୟାପଟେନ ରୋହିତ ଶର୍ମା ଓପନିଂ ଯୋଡିରେ 91 ରନ ଯୋଡିଥିଲେ । ରୋହିତ 34 ବଲ୍ରୁ 4 ଚୌକା ଓ 5 ଛକା ସହାୟତାରେ 64 ରନର ବିସ୍ଫୋରକ ଇଂନିସ ଖେଳିବା ସହ ସମସ୍ତ ଇଂଲିସ ବୋଲରଙ୍କୁ ମହଙ୍ଗା ସାବ୍ୟସ୍ତ କରାଇଥିଲେ ।