ଓଡିଶା

odisha

ETV Bharat / sports

ବ୍ରିସବେନ ଟେଷ୍ଟ: 336ରେ ଭାରତ ଅଲଆଉଟ୍‌, 33 ରନ୍‌ରେ ଅଷ୍ଟ୍ରେଲିଆ ଆଗୁଆ - ଭାରତ ଇଂନିସ

ଭାରତ- ଅଷ୍ଟ୍ରେଲିଆ ଅନ୍ତିମ ଟେଷ୍ଟର ପ୍ରଥମ ପାଳିରେ ଭାରତ 336 ରେ ଅଲଆଉଟ୍‌ ହୋଇଛି । ବିପକ୍ଷ ଦଳ ପ୍ରଥମେ ଟସ୍‌ ଜିତି 369ରନ୍‌ କରିଥିଲା । ତେବେ 3ୟ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟେଲିଆ 21ରନ୍ ସଂଗ୍ରହ କରି ‌ 54ରନ୍‌ରେ ଆଗୁଆ ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ବ୍ରିସବେନ ଟେଷ୍ଟ: 336 ରେ ଭାରତ ଅଲଆଉଟ୍‌, 33ରନ୍‌ରେ ଅଷ୍ଟ୍ରେଲିଆ ଆଗୁଆ
ବ୍ରିସବେନ ଟେଷ୍ଟ: 336 ରେ ଭାରତ ଅଲଆଉଟ୍‌, 33ରନ୍‌ରେ ଅଷ୍ଟ୍ରେଲିଆ ଆଗୁଆ

By

Published : Jan 17, 2021, 1:39 PM IST

ବ୍ରିସବେନ: ଭାରତ- ଅଷ୍ଟ୍ରେଲିଆ ଅନ୍ତିମ ଟେଷ୍ଟର ପ୍ରଥମ ପାଳିରେ ଭାରତ 336 ରେ ଅଲଆଉଟ୍‌ ହୋଇଛି । ବିପକ୍ଷ ଦଳ ପ୍ରଥମେ ଟସ୍‌ ଜିତି 369ରନ୍‌ କରିଥିଲା । ଏହି ପ୍ରକାରେ ଘରୋଇ ଦଳ 33ରନ୍‌ରେ ଆଗୁଆ ରହିଛି ।

ତେବେ ଆଜି ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ 2ୟ ଇଂନିସରେ 21ରନ୍‌ କରିଛି । ଓପନର ଓ୍ବାର୍ଣ୍ଣର 20 ଓ ମାକ୍ସ 1ରନ୍‌ କରି କ୍ରିଜରେ ରହିଛନ୍ତି ।

ଏପଟେ ଭାରତ ପକ୍ଷରୁ ଓ୍ବାସିଂଟନ ସୁନ୍ଦର(62) ଓ ଶାର୍ଦ୍ଦୁଳ ଠାକୁର(67) ସପ୍ତମ ଓ୍ବିକେଟ ପାଇଁ 123ରନ୍‌ର ପାର୍ଟନରସିପ୍‌ ଇଂନିସ ଖେଳିଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ଜୋସ ହେଜଲଉଡ 57ରନ୍‌ ଦେଇ 5ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।

ଗାବା ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଜି 3ୟଦିନ ଖେଳରେ ଭାରତ ଟି ବ୍ରେକ ସୁଦ୍ଧା 6ଓ୍ବିକେଟ ହରାଇ 253ରନ୍‌ ସଂଗ୍ରହ କରିଥିଲା ।

ଭାରତର ପ୍ରଥମ ଇଂନିସରେ ଦଳ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ସର୍ବାଧିକ 67, ଓ୍ବାସିଂଟନ ସୁନ୍ଦର 62, ରୋହିତ ଶର୍ମା 44, ମୟଙ୍କ ଅଗ୍ରଓ୍ବାଲ 38, ରାହାଣେ 37, ପୂଜାରା 25, ସିରାଜ 13, ଶୁଭମନ 7, ସାଇନି 5, ଟି.ନଟରାଜନ 1* ସଂଗ୍ରହ କରିଛନ୍ତି ।

ତେବେ କଙ୍ଗାରୁ ଦଳ ପକ୍ଷରୁ ହେଜଲଉଡ ସର୍ବାଧିକ 5, ମିଚେଲ ଓ କମିନ୍ସ 2ଟି ଲେଖାଏଁ ଓ୍ବିକେଟ ହାତେଇଥିବାବେଳେ ନାଥନ 1ଓ୍ବିକେଟ ଅକ୍ତିଆର କରିଛନ୍ତି ।

ABOUT THE AUTHOR

...view details