ଓଡିଶା

odisha

ETV Bharat / sports

5ମ ଦିନିକିଆ: ଅଷ୍ଟ୍ରେଲିଆକୁ ଲାଗିଲା 7ମ ଝଟକା

32 ଓଭରରେ 1 ୱିକେଟ ବିନିମୟରେ 175 ରନ କରିଥିଲା ଅଷ୍ଟ୍ରେଲିଆ । ତେବେ 46 ଓଭର ବେଳକୁ 7ଟି ୱିକେଟ ହରାଇ 229 ରନ କରିଛି ଅଷ୍ଟ୍ରେଲିଆ ।

By

Published : Mar 13, 2019, 6:05 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର

ନୂଆଦିଲ୍ଲୀ: ଭାରତ ବନାମ ଅଷ୍ଟ୍ରେଲିଆ ସିରିଜର ପଞ୍ଚମ ତଥା ଶେଷ ଦିନିକିଆ ଫିରୋଜଶାହା କୋଟଲା ଠାରେ ଚାଲିଛି । ଆଜିର ମ୍ୟାଚ ଉଭୟ ଟିମ ପାଇଁ ନିର୍ଣ୍ଣାୟକ ଥିବା ବେଳେ ଉଭୟ ଏହାକୁ ଜିତିବା ପାଇଁ ପଡିଆରେ ଦମ ଦେଖାଉଛନ୍ତି । ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ ପାଇଁ ଓହ୍ଲାଇଥିବା କଙ୍ଗାରୁ ଦଳର ଆରମ୍ଭ ଦମଦାର ରହିଥିଲା । 32 ଓଭରରେ 1 ୱିକେଟ ବିନିମୟରେ 175 ରନ କରିଥିଲା ଅଷ୍ଟ୍ରେଲିଆ । ତେବେ 46 ଓଭର ବେଳକୁ 7ଟି ୱିକେଟ ହରାଇ 229 ରନ କରିଛି ଅଷ୍ଟ୍ରେଲିଆ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର


ଅଷ୍ଟ୍ରେଲିଆ ଓପନର ଉସମାନ ଖ୍ୱାଜା ଚମତ୍କାର ବ୍ୟାଟିଂ କରି 106 ବଲରେ ଶତକୀୟ ପାଳି ଖେଳିଥିଲେ । ଶତକ କରିବା ପରେ ଖ୍ୱାଜା ଭୁବନେଶ୍ୱର କୁମାରଙ୍କ ଶିକାର ହୋଇଥିଲେ । ଏହା ପରେ ବ୍ୟାଟିଂ ପାଇଁ ଆସିଥିବା ମ୍ୟାକ୍ସୱେଲଙ୍କୁ ଜାଡେଜା ପଭିଲିୟନର ବାଟ ଦେଖାଇଥିଲେ । ଅର୍ଦ୍ଧଶତକ କରିଥିବା ପିଟର ହ୍ୟାଣ୍ଡସ୍କମ୍ବ ମଧ୍ୟ ସାମିଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ । ତେବେ ଆଉ 9 ଓଭର ବାକି ଥିବା ବେଳେ କଙ୍ଗାରୁ ଦଳର ସ୍କୋର କରୁଛି ତା ଉପରେ ନଜର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର

ସୂଚନା ଯୋଗ୍ୟ ଯେ, ଏଯାବତ ଫିରୋଜଶାହା କୋଟଲା ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରଲିଆ ମଧ୍ୟରେ 4ଟି ମ୍ୟାଚ ଖେଳା ଯାଇଛି । ଯେଉଁଥିରେ ତିନିଟି ମ୍ୟାଚରେ ଭାରତର ବିଜୟ ହୋଇଛି । 1998ରେ ଗୋଟିଏ ମ୍ୟାଚ କେବଳ ଅଷ୍ଟ୍ରେଲିଆ ଜିତିଥିଲା ।

ABOUT THE AUTHOR

...view details