ମୋହାଲି: ଫସର ଫାଟିଗଲା ବିଶାଳ ବିଜୟ ଲକ୍ଷ୍ୟ । ଘରୋଇ ମାଟିରେ ପୁଣିଥରେ ଧୁମ ଧୋଇଲା କଙ୍ଗାରୁ । ରାଞ୍ଚିରେ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ ଚାଲି ନଥିବା ବେଳେ ଆଜି ବୋଲର ସାବ୍ୟସ୍ତ ହେଲେ ମହଙ୍ଗା । ସବୁଠାରୁ ଭରସା ଯୋଗ୍ୟ ବୋଲର ଚହଳ 80ରନ ବ୍ୟୟ କରି ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ।
ପ୍ରଥମ ବ୍ୟାଟିଂ କରି ଭାରତ ଦେଇଥିବା 359ରନର ବିଜୟ ଲକ୍ଷ୍ୟକୁ 6ୱିକେଟ ବ୍ୟୟରେ ହାସଲ କରି ନେଇଛି ଭ୍ରମଣକାରୀ ଦଳ ।
ଭିଡିଓ ସୌଜନ୍ୟ- ବ୍ୟୁରୋ ଇନପୁଟ ମୋହଲି ଦିନିକିଆରରେ ଲଜ୍ୟାଜନକ ଭାବେ ପରାଜିତ ହୋଇଛି ଘରୋଇ ଦଳ । 359ରନର ବିଜୟ ଲକ୍ଷ୍ୟକୁ 6ୱିକେଟ ବ୍ୟୟରେ ହାସଲ କରି ନେଇଛି ଭ୍ରମଣକାରୀ ଦଳ । ପିଟର ହ୍ୟାଣ୍ଡକମ ଙ୍କ ଶତକୀୟ ପାଳି ଓ ଟରର୍ଣ୍ଣଙ୍କ ଟରନିଂ ଗେମ ଭାରତକୁ ପରାଜୟ ଦ୍ବାରରେ ଠିଆ କରି ଦେଇଛି । ଏଥି ସହିତ ସିରିଜକୁ 2-2ରେ ବାରବର କରି ଶେଷ ମ୍ୟାଚକୁ ନିର୍ଣ୍ଣାୟକ ମୋଡ ପର୍ଯ୍ୟନ୍ତ ନେଇଯାଇଛି ଅଷ୍ଟ୍ରେଲିଆ ।
ଶିଖର ଶତକ ଯୋଡି ବିଶାଳ ବିଜୟ ଲକ୍ଷ୍ୟ ତ ଠିଆ କରି ଦେଲେ । ମାତ୍ର କଙ୍ଗାରୁଙ୍କ ମାଡରେ ଚିତପଟାଙ୍ଗା ମାରିଲେ ଭାରତୀୟ ବୋଲର । ଭୁବି ଓ ବୁମରାଙ୍କୁ ନିର୍ଧୁମ ପିଟିଲେ କଙ୍ଗାରୁ ବ୍ୟାଟ୍ସମ୍ୟାନ । ସେହିପରି ସଫଳ ସ୍ପିନର ଯୋଡି କୁଳ-ଚାଙ୍କୁ ବି ରକ୍ଷା ମିଳିଲାନି । ଅନ୍ୟପଟେ ଗୋଟେ ପରେ ଗୋଟିଏ କ୍ୟାଚ ଛାଡିବା ବି ଭାରତୀୟ ଫିଲ୍ଡିଂ ଉପରେ ବି ପ୍ରଶ୍ନବାଚୀ ଆଣିଲା । ସେହିପରି ୱିକେଟ ପଛରେ ଧୋନିଙ୍କ ଅନୁପସ୍ଥିତି ବି ଅନୁଭବ କଲା ଟିମ ଇଣ୍ଡିଆ ।
ତେବେ 3ୟ ଦିନିକିଆରେ ତ ବ୍ୟାଟିଂ ଚାଲି ନଥିଲା । ଆଉ ଆଜି ବୋଲିଂ... ଯଦି ଏମିତି ହିଁ ପ୍ରଦର୍ଶନ ରହେ ଭାରତର ବିଶ୍ବକପ ଜିତିବା ସ୍ବପ୍ନ ସେମିତି ରହିବ, ଯେମିତି ୱିକେଟ ପଛରେ ଋଶବ ପନ୍ଥଙ୍କ ଷ୍ଟମ୍ପିଂ ।