ଓଡିଶା

odisha

ETV Bharat / sports

ବୁମରାଙ୍କ ବୋଲିଂ ପଛରେ 'ରକେଟ୍‌ ସାଇନ୍ସ'

ବୁମରାଙ୍କ ପେସ ଆଟାକ ପଛରେ ରହିଛି ଫିଜିକ୍ସ(ଭୌତିକ ବିଜ୍ଞାନ)ର କରାମତି । ତେବେ କାନପୁରର ଆଇଆଇଟି ପ୍ରଫେସର ସଞ୍ଜୟ ମିତ୍ତଲ ବୁମରାଙ୍କ ବୋଲିଂକୁ ନେଇ ଏକ ଅଧ୍ୟୟନ କରିଛନ୍ତି ।

By

Published : May 19, 2019, 12:53 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

କାନପୁର: ବୁମରାଙ୍କ ପେସ ଆଟାକ ଆଗରେ ବଡ ବଡ ମହାରଥୀ ମାରନ୍ତି ଫେଲ୍‌ । ବିଶ୍ବ ମାନ୍ୟତାର ଟପ୍‌ ସ୍ଥାନରେ ଥିବା ଏହି ପେସ ଷ୍ଟାରଙ୍କ ସଫଳତା ପଛରେ ରହିଛି ଏକ ବିରାଟ ସାଇନ୍ସ । ଏହାକୁ ଖୋଜି ବାହାର କରିଛନ୍ତି କାନପୁରର ଆଇଆଇଟି ପ୍ରଫେସର ସଞ୍ଜୟ ମିତ୍ତଲ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ବୁମରାଙ୍କ ପେସ ଆଟାକ ପଛରେ ରହିଛି ଫିଜିକ୍ସ(ଭୌତିକ ବିଜ୍ଞାନ)ର କରାମତି । ତେବେ କାନପୁରର ଆଇଆଇଟି ପ୍ରଫେସର ସଞ୍ଜୟ ମିତ୍ତଲ ବୁମରାଙ୍କ ବୋଲିଂକୁ ନେଇ ଏକ ଅଧ୍ୟୟନ କରିଥିଲେ । ପରେ ସେ ଏହି ଫଳାଫଳରେ ଉପନିତ ହୋଇଛନ୍ତି । ମିତ୍ତଲ କହିଛନ୍ତି, ବୁମରାଙ୍କ ଗତି, ନିର୍ଦ୍ଧାରିତ ଲକ୍ଷ୍ୟ ଓ ଘୂର୍ଣ୍ଣୟନ ବେଗ ତାଙ୍କ ବଲକୁ 1000ମିନିଟ ହାରରେ 0.1 ସ୍ପିନ ଦେଇଥାଏ । ଯାହାକି ତାଙ୍କ ବୋଲିଂରେ ରିଭର୍ସ ମାଙ୍ଗନେସ୍‌ ପ୍ରଭାବ ଦେଇଥାଏ । ଫଳରେ ତାଙ୍କ ବଲ ଉପରେ ଆପେ ଆପେ ଏକ ନିମ୍ନଗାମୀ ବଳ ପଡିଥାଏ । ଯେଉଁ କାରଣ ପାଇଁ ତାଙ୍କ ବଲ ଡଟ୍‌ ହେବା ପରେ ବ୍ୟାଟ୍ସମ୍ୟାନଙ୍କୁ ଅନୁଧ୍ୟାନ କରିବାରେ କଷ୍ଟକର ହୋଇଥାଏ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଆଗାମୀ ବିଶ୍ବକପରେ ବୁମରା ଭାରତର ବ୍ରହ୍ମାସ୍ତ୍ର ସାଜିବେ ବୋଲି କ୍ରିକେଟ ବିଶେଷଜ୍ଞଙ୍କ ମତ ରହିଛି । ସେହିପରି 25 ବର୍ଷିୟ ବୁମରା 77ଟି ଆଇପିଏଲ ମ୍ୟାଚରୁ 82ଟି ୱିକେଟ, 49ଟି ଦିନିକିଆରୁ 85ଟି ୱିକେଟ, 10ଟି ଟେଷ୍ଟରୁ 49ଟି ୱିକେଟ ଓ 42ଟି ଟି-20 ମ୍ୟାଚ ଖେଳି 51ଟି ୱିକେଟ ନେଇ ସାରିଛନ୍ତି ।

For All Latest Updates

ABOUT THE AUTHOR

...view details