ଓଡିଶା

odisha

ETV Bharat / sports

ଖେଳାଳିଙ୍କଠାରୁ କୋରୋନା ଦୂରେଇ ରଖିବାର ବିକଳ୍ପ ଅଛି ହେଡ଼ନଙ୍କ ପାଖରେ - ଆଇସିସି

ଆଇସିସି ଛେପ ଉପରେ ରୋକ୍‌ ଓ ଝାଳ ବ୍ୟବହାରକୁ ଅନୁମତି ଦେବାର ନିଷ୍ପତ୍ତି ବହୁତ ଅଜବ୍‌ ‌। ଏହା କ୍ରିକେଟର ମୁଖ୍ୟ ଅଂଶ । ସବୁଠାରୁ ଭଲ ହୁଅନ୍ତା ବୋଲରଙ୍କ କୋରୋନା ଟେଷ୍ଟ କରାଯାଉ, ରିପୋର୍ଟ ନେଗେଟିଭ ଆସିଲେ ସେମାନଙ୍କୁ କ୍ରିକେଟ ଖେଳିବାର ଅନୁମତି ମିଳୁ । ଏହାପରେ ଆଇସିସି ଛେପ-ଝାଳ 2ଟିର ଅନୁମତି ଦେଉ ।

ଖେଳାଳିଙ୍କଠାରୁ କୋରୋନା ଦୂରେଇ ରଖିବାର ବିକଳ୍ପ ଅଛି ହେଡ଼ନଙ୍କ ପାଖରେ
ଖେଳାଳିଙ୍କଠାରୁ କୋରୋନା ଦୂରେଇ ରଖିବାର ବିକଳ୍ପ ଅଛି ହେଡ଼ନଙ୍କ ପାଖରେ

By

Published : May 21, 2020, 1:07 AM IST

ମେଲବର୍ଣ୍ଣ: କୋରାନା ଭାଇରସର ଆତଙ୍କକୁ ଦେଖି ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ(ଆଇସିସି) ବଲ୍‌ରେ ଛେପ ନଲଗାଇବା ଓ ଝାଳର ବ୍ୟବହାରକୁ ଅନୁମତି ଦେବାର ନିଷ୍ପତ୍ତି ନେଇଛି । ତେବେ ଏହି ନିଷ୍ପତ୍ତିକୁ ଅଜବ ବୋଲି କହିଛନ୍ତି ଅଷ୍ଟ୍ରେ୍ଲିଆର ପୂର୍ବତନ ଓପନର ମାଥ୍ୟୁ ହେଡନ ।

ଡେଲ ଷ୍ଟେନ

ହେଡନ କହିଛନ୍ତି ଯେ, ମୋ ମତରେ ଆଇସିସି ଛେପ ଉପରେ ରୋକ୍‌ ଓ ଝାଳ ବ୍ୟବହାରକୁ ଅନୁମତି ଦେବାର ନିଷ୍ପତ୍ତି ବହୁତ ଅଜବ‌ ‌। ଏହା କ୍ରିକେଟର ମୁଖ୍ୟ ଅଂଶ । ସବୁଠାରୁ ଭଲ ହୁଅନ୍ତା ବୋଲରଙ୍କ କୋରୋନା ଟେଷ୍ଟ କରାଯାଉ, ରିପୋର୍ଟ ନେଗେଟିଭ ଆସିଲେ ସେମାନଙ୍କୁ କ୍ରିକେଟ ଖେଳିବାର ଅନୁମତି ମିଳୁ । ଏହାପରେ ଆଇସିସି ଛେପ-ଝାଳ 2ଟିର ଅନୁମତି ଦେଉ ।

ଏହା ବ୍ୟତୀତ ବିନା ଦର୍ଶକରେ ମ୍ୟାଚ ହେବାକୁ ନେଇ ଅରାଜି ହୋଇଛନ୍ତି ହେଡନ । ସେ କହିଛନ୍ତି ଯେ, କ୍ରିକେଟରେ ଦର୍ଶକଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ । ବିନା ଦର୍ଶକରେ ଖେଳିବା ଦ୍ବାରା ଖେଳର ଆକର୍ଷଣ କମ ହୋଇଯାଇଥାଏ ।

ଦର୍ଶକ ବିନା ଟି-20 ବିଶ୍ବକପ ଆୟୋଜିତ ହେବାକୁ ନେଇ ପୂର୍ବତନ ଓପନର ମାଥ୍ୟୁ ହେଡନ କହିଛନ୍ତି ଯେ, ମତେ ଲାଗୁଛି ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଟି-20 ବିଶ୍ବକପ ହେବାର ସମ୍ଭାବନା ବହୁତ କମ ରହିଛି । ଯଦି ଦର୍ଶକ ବିନା ଟି-20 ଆୟୋଜିତ ହୁଏ ମତେ ବହୁତ ଆଶ୍ଚର୍ଯ୍ୟ ଲାଗିବ ।

ABOUT THE AUTHOR

...view details