ହାଇଦ୍ରାବାଦ: ଦୁଇ ଥର ବିଶ୍ବବିଜୟୀ ହୋଇଛି ଭାରତ । 1983ରେ ଭେଟେରାନ କପିଲ ଦେବ ଓ 2011ରେ କ୍ୟାପଟେନ କୁଲ ଧୋନି ଭାରତକୁ ଭେଟି ଦେଇଛନ୍ତି ବିଶ୍ବକପ । ଭାରତ ବିଶ୍ବକପର ସମସ୍ତ ସଂସ୍କରଣ ଖେଳିସାରିଛି । ତେବେ 12ତମ ସଂସ୍କରଣରେ ବିରାଟଙ୍କ ନେତୃତ୍ବରେ ଦଳ ଖେଳିବ ବିଶ୍ବକପ । ନୂଆ ଅଧିନାୟକ ଓ ନୂଆ ରଙ୍ଗ (ନୂଆ ଜର୍ସି)ରେ ଭାରତୀୟ ଦଳ 3ୟ ଟାଇଟଲ ଲକ୍ଷ୍ୟରେ ରହିଛି ।
ତେବେ ଆସନ୍ତୁ ନଜର ନଜର ପାଇବା ଭାରତର ସମ୍ପୂର୍ଣ୍ଣ ବିଶ୍ବକପ ଯାତ୍ରା ଉପରେ । କେଉଁ ରଙ୍ଗରେ କେଉଁ ବିଶ୍ବକପ ଖେଳିଥିଲା ଭାରତ । ଅର୍ଥାତ କେଉଁ କେଉଁ ଜର୍ସି ପିନ୍ଧି କେଉଁ ବିଶ୍ବକପରେ ପଡିଆକୁ ଓହ୍ଲାଇଥିଲା ଭାରତୀୟ ଦଳ ।
1983-
ପ୍ରଥମଥର ପାଇଁ ବିଶ୍ବବିଜୟୀ ହୋଇଥିଲା ଭାରତୀୟ ଦଳ । ଫାଇନାଲ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଦଳକୁ ଚକମା ଦେଇ ଟାଇଟଲ ହାତେଇଥିଲା କିମ୍ବଦନ୍ତୀ କ୍ରିକେଟର କପିଳ ଦେବଙ୍କ ଦଳ । ଦଳର ବିଜୟରେ ମଧ୍ୟ କପିଲ ଦେବ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତେବେ ଧଳା ରଙ୍ଗର ସାଧାସିଧା ଜର୍ସି ପିନ୍ଧି ବିଶ୍ବ ବିଜୟୀ ହୋଇଥିଲା ଭାରତ ।
1987-
ଏହି ବିଶ୍ବକପରେ ମଧ୍ୟ ଭାରତ ସମାନ ରଙ୍ଗର ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଥିଲା । ମାତ୍ର ଏଥର ଧଳା ରଙ୍ଗର ପୋଷାକରେ ଭାରତୀୟ ଦଳ ଆଶାତୀତ ଭଲ ପ୍ରଦର୍ଶନ କରିପାରିନଥିଲା ।
1992-
ରଙ୍ଗ ବେରଙ୍ଗର କପଡାରେ ଇଂଲଣ୍ଡ ବିଶ୍ବକପ ପଡିଆ ରଙ୍ଗିନ ହୋଇଥିଲା । ଆରମ୍ଭ ହୋଇଥିଲା କଲରଫୁଲ ଜର୍ସି କ୍ରିକେଟର ଯୁଗ । ବିଭନ୍ନ ଦଳ ବିଭିନ୍ନ ରଙ୍ଗର ଜର୍ସି ପରିଧାନ କରି ପଡିଆକୁ ଓହ୍ଲାଇଥିଲେ । ତେବେ ଭାରତର ଜର୍ସିର ରଙ୍ଗ ଥିଲା ଗାଢ ନୀଳ । ଖେଳାଳିଙ୍କ କାନ୍ଧ ଉପରେ ବିଭିନ୍ନ ରଙ୍ଗର ଗାର ପଡିଥିଲା । ଆଉ ଜର୍ସିର ଛାତି ପାଖରେ ଲେଖା ରହିଥିଲା "ଇଣ୍ଡିଆ" । ତେବେ ଏହା ଥିଲା କ୍ରିକେଟ ଭାଗବାନ ବୋଲାଉଥିବା ସଚିନ ତେନ୍ଦୁଲକରଙ୍କର ପ୍ରଥମ ବିଶ୍ବକପ । ମାତ୍ର ମହମ୍ମଦ ଆଝା୍ରୁଦିନ୍ଙ୍କ ନେତୃତ୍ବାଧିନ ଦଳ ବିଶ୍ବକପ ଟାଇଟଲ ଜିତିବାରୁ ବଞ୍ଚିତ ହୋଇଥିଲା ।
1996-
ଏହି ବିଶ୍ବକପରେ ଭାରତର ଜର୍ସିର ରଙ୍ଗ ଥିଲା ଆକାଶି ନୀଳ । ଜର୍ସିର ଗୋଟିଏ ପଟରେ ହଳଦିଆ ରଙ୍ଗ ମଧ୍ୟ ଥିଲା । ତେବେ ଏହି ବିଶ୍ବକପରେ ଭାରତ ସେମିଫାଇନାଲରେ ଶ୍ରୀଲଙ୍କାଠାରୁ ହାରି ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲା । ବିନୋଦ କାମ୍ବିଲୀ ପଡିଆରୁ କାନ୍ଦି କାନ୍ଦି ପାଭେଲିଅନ ଫେରୁଥିବାର ଦୃଶ୍ୟ ହୃଦୟ ବିଦାରକ ଥିଲା ।
1999-