ଓଡିଶା

odisha

ETV Bharat / sports

ବିଶ୍ବକପ: ଯଦି ରିଜର୍ଭ ଡେ’ରେ ବର୍ଷା ହୁଏ ? - semifinal

ଯଦି ଆଜି ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ବାତିଲ ହୁଏ, ତେବେ ଭାରତ ପଏଣ୍ଟ ତାଲିକାର ଶୀର୍ଷରେ ଥିବା ହେତୁ ଓ ଭାରତର ରନ ରେଟ୍‌ ନ୍ୟୁଜିଲାଣ୍ଡଠାରୁ ଅଧିକ ରହିଥିବାରୁ, ଭାରତ ଫାଇନାଲ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହେବ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

By

Published : Jul 9, 2019, 6:14 PM IST

ମାଞ୍ଚେଷ୍ଟର: ଚଳିତ ବିଶ୍ବକପର ପ୍ରଥମ ସେମିଫାଇନାଲରେ କିୱି ଦଳକୁ ଭେଟୁଛି ଭାରତ । ଟସ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରୁଛି । ଯଦିଓ ଏବେ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ ବର୍ଷାର ସମ୍ଭାବନା ଦେଖାଦେଇ ନାହିଁ । ମାତ୍ର ଇଂଲଣ୍ଡରେ ସକାଳୁ ଦୁଇଥର ବର୍ଷା ହୋଇସାରିଛି । ତେବେ ଏହି କ୍ଷେତ୍ରରେ ଆଇସିସିର ଏମିତି କିଛି ନିୟମ ରହିଛି । ଯାହା ଫଳରେ ଭାରତର ଫାଇନାଲ ଖେଳିବା ସମ୍ଭାବନା ଅଧିକ ରହିଛି ।

ଡିଜାଇନ ଫଟୋ

ତେବେ ସେମିଫାଇନାଲ୍ ଓ ଫାଇନାଲ ମ୍ୟାଚ ପାଇଁ ଆଇସିସି ରିଜର୍ଭ ଡେ ସ୍ଥିର କରିଛି । ଦୁଇଟି ସେମିଫାଇନାଲ ପାଇଁ ଜୁଲାଇ-10 ଓ ଜୁଲାଇ-12 ରିଜର୍ଭ ଡେ ସ୍ଥିର ହୋଇଛି । ସେହିପରି ଫାଇନାଲ ମ୍ୟାଚ ପାଇଁ ଜୁଲାଇ-15 ତାରିଖକୁ ରିଜର୍ଭ ଡେ ଭାବେ ରଖାଯାଇଛି । ଯଦି ଆଜି ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ମଧ୍ୟରେ ବର୍ଷା ହେଉଛି । ତେବେ ଆଇସିସିର ନିୟମ ଅନୁସାରେ ରିଜର୍ଭ ଡେ ଅର୍ଥାତ ଆସନ୍ତାକାଲି(ବୁଧବାର) ମ୍ୟାଚ ଖେଳାଯିବ । ବର୍ଷାଯୋଗୁଁ ଆଜି ମ୍ୟାଚ ଯେଉଁ ମୁହୂର୍ତ୍ତରୁ ବାଧାପ୍ରାପ୍ତ ହେବ, ପରଦିନ ଠିକ୍‌ ସେହି ସ୍ଥାନରୁ ଖେଳ ଆରମ୍ଭ ହେବ ।

ଯଦି ରିଜର୍ଭ ଡେ ବର୍ଷା ହେଉଛି-

ତେବେ ଯଦି ରିଜର୍ଭ ଡେ ବର୍ଷା ହେଉଛି, ଆଇସିସିର ଅନ୍ୟ ଏକ ନିୟମ ଅନୁସାରେ ପଏଣ୍ଟ ଟେବୁଲର ଉପରେ ଥିବା ଦଳ ଫାଇନାଲ ଖେଳିବାକୁ ଯୋଗ୍ୟ ସାବ୍ୟସ୍ତ ହେବେ । ଉଦାହରଣ ସ୍ବରୂପ ଯଦି ଆଜି ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚର ରିଜର୍ଭ ଡେ ମଧ୍ୟ ବର୍ଷା ହେଉଛି । ତେବେ ଭାରତ ପଏଣ୍ଟ ତାଲିକାର ଶୀର୍ଷରେ ଥିବା ହେତୁ ଓ ଭାରତର ରନ ରେଟ୍‌ ନ୍ୟୁଜିଲାଣ୍ଡଠାରୁ ଅଧିକ ଥିବାରୁ, ଭାରତ ଫାଇନାଲ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହେବ ।

ସେହିପରି ଯଦି ଫାଇନଲ ମ୍ୟାଚର ରିଜର୍ଭ ଡେ ରେ ମଧ୍ୟ ବର୍ଷା ହେଉଛି, ତେବେ ବିଶ୍ବକପ ଟ୍ରଫି ଦୁଇ ଫାଇନାଲିଷ୍ଟଙ୍କ ମଧ୍ୟରେ ଭାଗ ହେବ । ଦୁଇ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯିବ ।

For All Latest Updates

ABOUT THE AUTHOR

...view details