ଓଡିଶା

odisha

ETV Bharat / sports

'ବିଜୟଙ୍କ ଆଘାତ ସାମାନ୍ୟ' - World Cup

4ର୍ଥ ସ୍ଥାନକୁ ନେଇ ଏବେ ବି ଭାରତୀୟ ଦଳ ଦ୍ବନ୍ଦ୍ବରେ ଥିବା ବେଳେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ବିଜୟ ଶଙ୍କର ଅଭ୍ୟାସ ସମୟରେ ଆହାତ ହୋଇଥିଲେ । ମାତ୍ର ପରେ ମିଳିଥିବା ସୂଚନାନୁସାରେ ବିଜୟ ଶଙ୍କରଙ୍କ ଆଘାତ ସେତେ ଗୁରୁତର ନୁହେଁ ।

ଫଟୋ ସୌଜନ୍ୟ- ସୋସସିଆଲ ମି଼ଡିଆ

By

Published : May 26, 2019, 6:51 PM IST

ଲଣ୍ଡନ: ବୋଝ ଉପରେ ନଳିତା ବିଡା ପରି ଭାରତୀୟ ଟିମ ଉପରେ ବୋଝ ମାଡି ପଡୁଛି । 4ର୍ଥ ସ୍ଥାନକୁ ନେଇ ଏବେ ବି ଭାରତୀୟ ଦଳ ଦ୍ବନ୍ଦ୍ବରେ ଥିବା ବେଳେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ବିଜୟ ଶଙ୍କର ଅଭ୍ୟାସ ସମୟରେ ଆହତ ହୋଇଥିଲେ । ମାତ୍ର ପରେ ମିଳିଥିବା ସୂଚନାନୁସାରେ ବିଜୟ ଶଙ୍କରଙ୍କ ଆଘାତ ସେତେଟା ଗୁରୁତର ନୁହେଁ ।

ତେବେ ଶନିବାର ନ୍ୟୁଜିଲାଣ୍ଡ ବିପକ୍ଷ ୱାର୍ମଅପ ମ୍ୟାଚ ପୂର୍ବରୁ ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରୁଥିଲେ ବିଜୟ । ବୋଲିଂ କରୁଥିବା ଖଲିଲ ଅହମ୍ମଦଙ୍କ ଏକ ଶଟ୍‌ ପିଚ୍‌ ବଲ ଶଙ୍କରଙ୍କ ରିଷ୍ଟରେ ବାଜିଥିଲା। ଯନ୍ତ୍ରଣା ହେବା ପରେ ସେ ଆଉ ଅଭ୍ୟାସରେ ଅଂଶଗ୍ରହଣ କରି ନ ଥିଲେ।

ତେବେ ଦଳର ଜଣେ ମୁଖପାତ୍ର ମିଡିଆକୁ ବିଜୟଙ୍କ ସୁସ୍ଥ ହେବା ଖବର ଦେଇଛନ୍ତି । ସେ କହିଛନ୍ତି, "ବିଜୟଙ୍କ ଆଘାତ ସାମାନ୍ୟ, ଫ୍ୟାକ୍‌ଚର ନୁହେଁ । ତାଙ୍କ ରିଷ୍ଟର ସ୍କାନ କରାଯିବା ପରେ ଫ୍ୟାକ୍‌ଚର ହୋଇ ନ ଥିବା ଜଣାପଡ଼ିଛି ।"

ଉଲ୍ଲେଖଥାଉ କି, ଶଙ୍କର ଭାରତୀୟ ଦଳର ୪ର୍ଥ କ୍ରମରେ ବ୍ୟାଟିଂ କରିବା ଲାଗି ପ୍ରଥମ ପସନ୍ଦ। ସେ ୨୮ ତାରିଖରେ ଖେଳାଯିବାକୁ ଥିବା ବାଂଲାଦେଶ ବିପକ୍ଷ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଖେଳିବା ନେଇ ଆଶା କରାଯାଉଛି।

ABOUT THE AUTHOR

...view details