ନୂଆଦିଲ୍ଲୀ: 2022ରେ ଇଂଲଣ୍ଡର ବର୍ମିଂହାମରେ ଆୟୋଜିତ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା କ୍ରିକେଟକୁ ସାମିଲ ହୋଇପାରେ । ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ ମହିଳା କ୍ରକେଟ ଟିମକୁ 2022 ରାଜ୍ୟଗୋଷ୍ଠୀ କ୍ରୀଡାରେ ସାମିଲ କରିବା ପାଇଁ ନୋମିନେଟ (ନାମାଙ୍କନ) କରିଛି । ଏପଟେ ଏହାକୁ ବିଭିନ୍ନ ଦେଶର କ୍ରିକେଟ ବୋର୍ଡ ସ୍ବାଗତ କରିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘର ଏହି ନିଷ୍ପତ୍ତିକୁ ଆଇସିସି ଏବଂ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ ଇସିବି ସ୍ୱାଗତ କରିଛି ।
2022 ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ ହେବ ମହିଳା କ୍ରିକେଟ !
2022ରେ ଇଂଲଣ୍ଡର ବର୍ମିଂହାମରେ ଆୟୋଜିତ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା କ୍ରିକେଟକୁ ସାମିଲ୍ ହୋଇପାରେ । ଏ ନେଇ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
ଏଭିଳି କରିବାର ଆଭିମୁଖ୍ୟ ହେଲା ମହିଳା କ୍ରିକେଟକୁ ସାରା ବିଶ୍ବରେ ପରିତିଚ କରିବା । ଆଇସିସିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମନୁ ସ୍ୱାହନେ କହିଛନ୍ତି, “2022 ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା କ୍ରିକେଟକୁ ସାମିଲ୍ କରାଯିବା ପାଇଁ ହୋଇଥିବା ଉଦ୍ୟମ ନେଇ ଆମେ ବହୁତ ଖୁସି । ଏଥିପାଇଁ ମୁଁ ସିଜିଏଫକୁ ଧନ୍ୟବାଦ ଜଣାଉଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପରିବାରର ସଦସ୍ୟା ହେବା ଗର୍ବର କଥା । "