ଓଡିଶା

odisha

ETV Bharat / sports

ଦିନିକିଆ ବ୍ୟାଟ୍ସମ୍ୟାନ ରାଙ୍କିଂର ଶୀର୍ଷରେ କୋହଲି, ଦ୍ବିତୀୟ ସ୍ଥାନରେ ରୋହିତ - ଆସିିସି ଦିନିକିଆ ଖେଳାଳିଙ୍କ ରାଙ୍କିଂ

ଆଇସିସି ପକ୍ଷରୁ ଦିନିକିଆ ମ୍ୟାଚରେ ଖେଳାଳିଙ୍କ ରାଙ୍କିଂ ପ୍ରକାଶିତ ହୋଇଛି । ଦିନିକିଆ ବ୍ୟାଟ୍ସମ୍ୟାନ ତାଲିକାରେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ଭାରତୀୟ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ରହିଛନ୍ତି। ଅଧିକ ପଢ଼ନ୍ତୁ...

icc declares odi rankings of mens And womens team, kohli remains top of the batsman list
ଦିନିକିଆ ବ୍ୟଟ୍ସମେନ ରାଙ୍କିଂର ଶୀର୍ଷରେ କୋହଲି, ଦ୍ବିତୀୟ ସ୍ଥାନରେ ରୋହିତ ଶର୍ମା

By

Published : Jan 27, 2021, 6:36 PM IST

ଦୁବାଇ: ଆଇସିସି ପକ୍ଷରୁ ଦିନିକିଆ ମ୍ୟାଚରେ ଖେଳାଳିଙ୍କ ରାଙ୍କିଂ ପ୍ରକାଶିତ ହୋଇଛି। ଦିନିକିଆ ବ୍ୟାଟ୍ସମ୍ୟାନ ତାଲିକାରେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ଭାରତୀୟ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ରହିଛନ୍ତି । ତାଙ୍କ ପଛକୁ ପାକିସ୍ତାନର ଦମଦାର ବ୍ୟାଟ୍ସମ୍ୟାନ ବାବର ଆଜମ ତୃତୀୟ ସ୍ଥାନରେ ରହିଛନ୍ତି । ସେପଟେ ଦିନିକିଆ ବୋଲିରମାନଙ୍କ ରାଙ୍କିଂରେ ଜଶପ୍ରୀତ ବୁମରାହ ତୃତୀୟ ସ୍ଥାନରେ ରହିଛନ୍ତି।

ବିରାଟ କୋହଲି ଶେଷ ଦୁଇଟି ଦିନିକିଆ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ। ଏହି ଦୁଇଟି ମ୍ୟାଚରେ ଯଥାକ୍ରମେ 89 ଓ 93 ରନ କରି 870 ପଏଣ୍ଟ ହାସଲ କରି ସେ ଦିନିକିଆ ମ୍ୟାଚର ଟପ ବ୍ୟାଟ୍ସମ୍ୟାନ ରହିଛନ୍ତି । ଆହତ ଜନିତ ସମସ୍ୟା ଯୋଗୁଁ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜରୁ ବାଦ ପଡ଼ିଥିଲେ । ସେ ଦ୍ବିତୀୟ ସ୍ଥାନରେ ବଜାୟ ରଖିଛନ୍ତି।

ପାକିସ୍ତାନ ବ୍ୟାଟ୍ସମ୍ୟାନ ବାବର ଆଜମ 837 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ନ୍ୟୁଜିଲାଣ୍ଡର ରସ ଟେଲର ଚତୁର୍ଥ ଓ ଅଷ୍ଟ୍ରେଲିଆ ଓପନର ଆରୋନ ଫିଞ୍ଚ ପଞ୍ଚମ ସ୍ଥାନରେ ରହିଛନ୍ତି । ଆୟର୍ଲାଣ୍ଡର ପାଉଲ ଷ୍ଟର୍ଲିଂ 8ଟି ସ୍ଥାନ ଉପରକୁ ଉଠି 20ତମ ରାଙ୍କିଂରେ ରହିଛନ୍ତି। ଆଫଗାନିସ୍ତାନ ବିପକ୍ଷରେ ସେ 285 ରନ କରିଥିଲେ।

ସେହିଭଳି ଦିନିକିଆ ବୋଲର ରାଙ୍କିରେ ଜଶପ୍ରୀତ ବୁମରାହ ତୃତୀୟ ସ୍ଥାନରେ ରହିଛନ୍ତି। 722 ପଏଣ୍ଟ ସହ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ପ୍ରଥମ ସ୍ଥାନରେ ରହିଥିବା ବେଳେ 708 ପଏଣ୍ଟ ସହ ଆଫଗାନିସ୍ତାନର ମୁଜିବ-ଉର-ରେହମାନ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଦିନିକିଆ ରାଙ୍କିଂରେ ପ୍ରଥମ 10ଜଣଙ୍କ ମଧ୍ୟରେ ବୁମରାହଙ୍କ ଛଡ଼ା ଆଉ କୌଣସି ଭାରତୀୟ ବୋଲର ସାମିଲ ହୋଇ ପାରିନାହାନ୍ତି।

ଦିନିକିଆ ଅଲରାଉଣ୍ଡର ତାଲିକାରେ ଅଷ୍ଟମ ସ୍ଥାନରେ ରହିଛନ୍ତି ଅଲ ରାଉଣ୍ଡର ରବିନ୍ଦ୍ର ଜାଡେଜା। ଏହି ତାଲିକାର ସର୍ବଶୀର୍ଷରେ ରହିଛନ୍ତି ବାଂଲାଦେଶର ସାକିବ-ଅଲ-ହାସଲ। ତାଙ୍କ ପଛକୁ ଆଫଗାନିସ୍ତାନର ମହୋମ୍ମଦ ନବୀ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ମହିଳା ଦିନିକିଆ ବ୍ୟାଟ୍ସମ୍ୟାନ ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି ସ୍ମୃତି ମନ୍ଧାନା। ଅଷ୍ଟ୍ରେଲିଆର ମେଗ ଲାନିଂ ଏହି ତାଲିକାର ଶୀର୍ଷରେ ରହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details