ଦୁବାଇ: ଦୀପକ ଅଗ୍ରୱାଲଙ୍କୁ ମହଙ୍ଗା ପଡିଲା ଆଇସିସିର ଦୁର୍ନୀତି-ନିରୋଧ ଧାରାର ଉଲ୍ଲଂଘନ । ଦୁଇ ବର୍ଷ ପର୍ଯ୍ୟନ୍ତ କ୍ରିକେଟରୁ ବାସନ୍ଦାଦେଶ ଶୁଣାଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) । 2018ରେ ହୋଇଥିବା ଟି-10 ଲିଗରେ ସିନ୍ଧି ଫ୍ରାଞ୍ଚାଇଜର ମାଲିକ ଥିଲେ ଦୀପକ ଅଗ୍ରୱାଲ । ବାସନ୍ଦାଦେଶ ପରେ ସେ, 27 ଅକ୍ଟୋବର 2021 ପର୍ଯ୍ୟନ୍ତ କୌଣସି ପ୍ରକାର କ୍ରିକେଟ କାର୍ଯ୍ୟକଳାପରେ ସାମିଲ ହୋଇପାରିବେ ନାହିଁ ।
ଆଇସିସିର ଘୋଷଣା: ଦୀପକ ଅଗ୍ରୱାଲ କ୍ରିକେଟରୁ 2ବର୍ଷ ବାସନ୍ଦ - ଦୀପକ ଅଗ୍ରୱାଲ ବାସନ୍ଦ
ଦୀପକ ଅଗ୍ରୱାଲଙ୍କୁ ମହଙ୍ଗା ପଡିଲା ଆଇସିସିର ଦୁର୍ନୀତି-ନିରୋଧ ଧାରାର ଉଲ୍ଲଂଘନ । ଦୁଇ ବର୍ଷ ପର୍ଯ୍ୟନ୍ତ କ୍ରିକେଟରୁ ବାସନ୍ଦାଦେଶ ଶୁଣାଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ।
ଆଇସିସିର ଘୋଷଣା: ଦୀପକ ଅଗ୍ରୱାଲ କ୍ରିକେଟରୁ 2ବର୍ଷ ବାସନ୍ଦ
ଦୁର୍ନୀତି-ନିରୋଧ ଧାରାର ଉଲ୍ଲଂଘନର ଗୋଟିଏ ଅଭିଯୋଗକୁ ସ୍ବୀକାର କରିବାପରେ 6 ମାସ ବାସନ୍ଦାଦେଶ କମ ହୋଇଛି । ଏନେଇ ଆଇସିସି ପକ୍ଷରୁ ଏକ ଘୋଷଣାନାମାରେ ସୂଚନା ଦିଆଯାଇଛି । ଦୀପକଙ୍କ ବିରୋଧରେ ଟି-10 ଲିଗରେ ଅନିୟମିତା ନେଇ ଅଭିଯୋଗ ରହିଥିଲା । ତେବେ ଏହାର ଯାଞ୍ଚ ପ୍ରକ୍ରିୟାରେ ଅସହଯୋଗ ସହ ପ୍ରଭାବିତ କରିବାକୁ ପ୍ରୟାସ କରୁଥିଲେ ଦୀପକ ଅଗ୍ରୱାଲ । ଆଇସିସି ସାଧାରଣ ସମ୍ପାଦକ ଆଲେକ୍ସ ମାର୍ସାଲ ଏନେଇ ସ୍ପଷ୍ଟ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ