ଓଡିଶା

odisha

By

Published : Mar 15, 2020, 12:02 AM IST

ETV Bharat / sports

ମହିଳା କ୍ରିକେଟର ଶିଖାଙ୍କୁ ସମ୍ବର୍ଦ୍ଧିତ କଲା ବାୟୁ ସେନା

ଶନିବାର ଭାରତୀୟ ମହିଳା କ୍ରିକେଟ ଦଳର ସ୍ପିଡ ଷ୍ଟାର ଶିଖା ପାଣ୍ଡେଙ୍କୁ ସମ୍ବର୍ଦ୍ଧିତ କରିଛି ଭାରତୀୟ ବାୟୁ ସେନା । ଅଧିକ ପଢନ୍ତୁ...

iaf-felicitates-shikha-pandey-for-stellar-performance-in-womens
ଭାରତକୁ ଫେରିଲା ପରେ ସମ୍ବର୍ଦ୍ଧିତ ହେଲେ ଏହି ମହିଳା କ୍ରିକେଟର

ନୂଆଦିଲ୍ଲୀ: ସଦ୍ୟସମାପ୍ତ ଆଇସିସି ମହିଳା ଟି-20 ବିଶ୍ବକପର ଫାଇନାଲିଷ୍ଟ ରହିଛି ଭାରତ । ତେବେ ଫାଇନାଲରେ ରନର୍ସଅଫ ହୋଇ ନିଜ ଦେଶକୁ ଫେରିଲା ପରେ ମୁମ୍ବାଇ ଏୟାରପୋର୍ଟରେ ସ୍ବାଗତ ସମ୍ବର୍ଦ୍ଧନା ପାଇଁ କେହି ନ ଆସିବା ଏକ ଲଜ୍ଜାଜନକ ବିଷୟ ପାଲଟିଛି । ମାତ୍ର ଏହା ପରେ ଶନିବାର ଦଳର ସ୍ପିଡ ଷ୍ଟାର ଶିଖା ପାଣ୍ଡେଙ୍କୁ ସମ୍ବର୍ଦ୍ଧିତ କରିଛି ଭାରତୀୟ ବାୟୁ ସେନା ।

ତାଙ୍କୁ ଏୟାର ମାର୍ଶଲ୍ ଏମଜିଏସ୍ ମେମନ୍ ସମ୍ବର୍ଦ୍ଧିତ କରିଛନ୍ତି । ଇଣ୍ଡିଆନ୍ ଏୟାର ଫୋର୍ସର ଟ୍ବିଟର ହ୍ୟାଣ୍ଡଲରେ ତାଙ୍କର ଏକ ଫଟୋ ସେୟାର୍ ହୋଇଛି । ଶେଷ ହୋଇଥିବା ମହିଳା ଟି-20 ବିଶ୍ବକପରେ ଶିଖା 7ଟି ୱିକେଟର ସଫଳତା ପାଇଥିଲେ । ଯେତେବେଳେ କି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଲିଗ ମ୍ୟାଚରେ ଶିଖା 3ଟି ୱିକେଟ ନେଇ ଦଳକୁ ମ୍ୟାଚ ବିଜୟୀ କରାଇଥିଲେ । ତେବେ ଫାଇନାଲରେ ତାଙ୍କ ପ୍ରଦର୍ଶନ ସେତେଟା ଭଲ ରହିନଥିଲା ।

ABOUT THE AUTHOR

...view details