ଓଡିଶା

odisha

ETV Bharat / sports

ବିଶ୍ବକପ: ସତ ହେଉଛି କୋହଲିଙ୍କ ଭବିଷ୍ୟତବାଣୀ

"ଯଦିଓ ଆଗାମୀ ଟୁର୍ଣ୍ଣାମେଣ୍ଟରେ ହାଇ ସ୍କୋରିଂ ମ୍ୟାଚ ହେବ । ମାତ୍ର ଟୁର୍ଣ୍ଣାମେଣ୍ଟ ମଧ୍ୟ ଭାଗ ବେଳେକୁ 250ରନକୁ ବି ପାର କରିବା କଷ୍ଟସାଧ୍ୟ ହୋଇଯିବା।" ଏପରି କିଛି ଭବିଷ୍ୟବାଣୀ କରିଛନ୍ତି ବିରାଟ କୋହଲି ।

By

Published : Jun 28, 2019, 2:03 PM IST

ଡିଜାଇନ ଫଟୋ

ଲଣ୍ଡନ: ଚଳିତ ବିଶ୍ବକପରେ ଅଦ୍ୟାବଧି ଅଧାରୁ ଅଧିକ ମ୍ୟାଚ ଖେଳାସରିଲାଣି । କିଛି ମ୍ୟାଚ ହାଇସ୍କୋରିଂ ହୋଇଥିବା ବେଳେ କିଛି ମ୍ୟାଚରେ ଲୋ ସ୍କୋର ହେଉଛି । ମାତ୍ର ଗୋଟିଏ ସାଧାରଣ କଥା ଦେଖିବାକୁ ମିଳୁଛି ଯେ, ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଦଳ ପ୍ରାୟତଃ ମ୍ୟାଚ ଉପରେ କବଜା୍‌ କରୁଛି । ତେବେ ଠିକ୍‌ ଏହି କଥା ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି କହିଥିଲେ ।

ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ସମସ୍ତ ଦଳର ଅଧିନାୟକଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ତେବେ ଏଥିରେ କୋହଲିଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଆଗାମୀ ବିଶ୍ବକପରେ କେଉଁ ଦଳ ସର୍ବାଧିକ ରନ କରିବ । ଉତ୍ତରରେ କୋହଲି ଇଂଲଣ୍ଡ ଅଧିନାୟକଙ୍କ ଆଡକୁ ଇସାର କରି ମଜାଳିଆ ଢଙ୍ଗରେ କହିଥିଲେ, "ମୋତେ ତ ଲାଗୁଛି ଏମାନେ ଏହି କାରନାମ କରିପାରିବେ କେବଳ ।"

ତେବେ କୋହଲି ପୁଣି କହିଥିଲେ, "ଯଦିଓ ଆଗାମୀ ଟୁର୍ଣ୍ଣାମେଣ୍ଟରେ ହାଇ ସ୍କୋରିଂ ମ୍ୟାଚ ହେବ । ମାତ୍ର ଟୁର୍ଣ୍ଣାମେଣ୍ଟ ମଧ୍ୟ ଭାଗ ବେଳେକୁ 250ରନକୁ ବି ପାର କରିବା କଷ୍ଟସାଧ୍ୟ ହୋଇଯିବା ।"

For All Latest Updates

ABOUT THE AUTHOR

...view details