ଓଡିଶା

odisha

ETV Bharat / sports

ସୌରଭଙ୍କ ପାଇଁ ସବୁଠି ପ୍ରାର୍ଥନା: ରାଜନେତାଙ୍କଠାରୁ କ୍ରିକେଟରଙ୍କ ଆଶୁ-ଆରୋଗ୍ୟ କାମନା - ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟବସ୍ଥା

ରାଜନେତାଙ୍କଠାରୁ କ୍ରିକେଟରଙ୍କ ପର୍ଯ୍ୟନ୍ତ ସମସ୍ତେ ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ...

Here's how nation reacted over Ganguly's heart attack
ସୌରଭ ପାଇଁ ସବୁଠି ପ୍ରାର୍ଥନା, ରାଜନେତାଙ୍କଠାରୁ କ୍ରିକେଟରଙ୍କ ପର୍ଯ୍ୟନ୍ତ

By

Published : Jan 2, 2021, 5:17 PM IST

ହାଇଦ୍ରାବାଦ:ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ କ୍ୟାପଟେନ ସୌରଭ ଗାଙ୍ଗୁଲି ଶନିବାର ହୃଦଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଖବର ବିଜୁଳି ବେଗରେ ପ୍ରଚାରିତ ହେବାପରେ କ୍ରିକେଟ ଜଗତ ସ୍ତବ୍ଦ ହୋଇଯାଇଛି । ଅଗଣିତ ପ୍ରଶଂସକଙ୍କ ସହ ସମଗ୍ର ଦେଶରୁ ବିଶିଷ୍ଟ ରାଜନେତା ଓ ଅନୁଷ୍ଠାନ ପକ୍ଷରୁ ସୌରଭଙ୍କ ଆଶୁ ଆରୋଗ୍ୟ କାମନା କରାଯାଉଛି ।

ମିଳିଥିବା ଶେଷ ସୂଚନା ଅନୁଯାୟୀ, ଗାଙ୍ଗୁଲି ପ୍ରତିଦିନ ଭଳି ଆଜି ସକାଳ ସମୟରେ ନିଜର ବେହାଲ ସ୍ଥିତ ବାସଭବନରେ ବ୍ୟାୟାମ କରୁଥିବାବେଳେ ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ସେ ତାଙ୍କର ପାରିବାରିକ ଡାକ୍ତରଙ୍କୁ ଡାକିଥିଲେ । ତେବେ ଡାକ୍ତର ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି ହେବାକୁ ପରାମର୍ଶ ଦେଇଥିଲେ ।

ଗାଙ୍ଗୁଲିଙ୍କ ଘନିଷ୍ଠ ସୂତ୍ରରୁ ପ୍ରକାଶ ଯେ, ଡାକ୍ତରୀ ଟିମ ତାଙ୍କର ECG ପରୀକ୍ଷା କରାଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ସେ ବିପଦମୁକ୍ତ ରହିଛନ୍ତି । ତେବେ ଆଞ୍ଜିଓପ୍ଲେଷ୍ଟି ଓ ଟ୍ରପୋନିନ-ଟି ଟେଷ୍ଟ ଭଳି ଅନ୍ୟ ଟେଷ୍ଟ ମଧ୍ୟ କରାଯାଇପାରେ ବୋଲି ଜଣାପଡିଛି । ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ମେଡିକାଲ ପକ୍ଷରୁ ମଧ୍ୟ ପ୍ରଥମ ବୁଲେଟିନ ଜାରି କରାଯାଇଥିବାବେଳେ, ଦ୍ବିତୀୟ ବୁଲେଟିନ ସନ୍ଧ୍ୟା 5.00ରେ ଜାରି ହେବ । SSKM ହସ୍ପିଟାଲ କାର୍ଡିଓଲୋଡି ବିଭାଗର ମୁଖ୍ୟ ସରୋଜ ମଣ୍ଡଲଙ୍କ ନେତୃତ୍ବରେ ଏକ ଡାକ୍ତରୀ ଟିମ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟ ଉପରେ କଡା ନଜର ରଖିଛନ୍ତି । ବର୍ତ୍ତମାନ ଦାଦା କୋଲକାତା ସହରର ଉଡଲାଣ୍ଡ ହସ୍ପିଟାଲର ଜରୁରୀକାଳୀନ ପର୍ଯ୍ୟବେକ୍ଷଣ ୱାର୍ଡରେ ରହିଛନ୍ତି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ବିଟ ଯୋଗେ ଗାଙ୍ଗୁଲିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଅସୁସ୍ଥ ଖବରରେ ଦୁଃଖିତ ବୋଲି ମଧ୍ୟ ଟ୍ବିଟରେ ଉଲ୍ଲେଖ କରିଛନ୍ତି ।

ସେହିପରି ବିସିସିଆଇ ସମ୍ପାଦକ ଜୟ ଶାହ ମଧ୍ୟ ପରିବାର ସହ କଥା ହୋଇଥିବା ଟ୍ବିଟ ଯୋଗେ ସୂଚନା ଦେବାସହ, ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥିସହ ଦାଦା ସୁସ୍ଥ ଓ ଚିକିତ୍ସାରେ ସହଯୋଗ କରୁଥିବା କହିଛନ୍ତି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଜଗଦୀପ ଧନଖର ମଧ୍ୟ ଟ୍ବିଟ ଯୋଗେ ବିସିସିଆଇ ମୁଖ୍ୟଙ୍କୁ ସୁସ୍ଥତା କାମନା କରିଛନ୍ତି । ସେହିପରି ଭାରତୀୟ କ୍ୟାପଟେନ ବିରାଟ କୋହଲି ଅଜିଙ୍କ୍ୟ ରାହାଣେଙ୍କ ସମେତ ଅନେକଜଣ ପୂର୍ବତନ କ୍ରିକେଟର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details