ମୁମ୍ବାଇ: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ପେସ ଷ୍ଟାର ଭୁବନେଶ୍ୱର କୁମାର ଓ ଓପନର ଶିଖର ଧାଓ୍ବନ ଆହତ ସମସ୍ୟାରୁ ମୁକୁଳିଛନ୍ତି । ତେବେ ଏମାନେ ଗତକାଲି(ଶୁକ୍ରବାର) ଡିଓ୍ବାଇ ପାଟିଲ ଟି-20 ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ । ଆଉ ଏହି ସମୟରେ ତାଙ୍କ ଫିଟନେସ ଯାଞ୍ଚ କରିଥିଲେ ମୁଖ୍ୟ ଚୟନକର୍ତ୍ତା ଏମ୍ଏସକେ ପ୍ରସାଦ ।
MSK ପ୍ରସାଦଙ୍କ ତତ୍ବାବଧାନରେ ହାର୍ଦ୍ଦିକ-ଭୁବି-ଧୱନ - Dhawan
ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ପେସ ଷ୍ଟାର ଭୁବନେଶ୍ୱର କୁମାର ଓ ଓପନର ଶିଖର ଧାଓ୍ବନ ଆହତ ସମସ୍ୟାରୁ ମୁକୁଳିଛନ୍ତି । ତାଙ୍କ ଫିଟନେସ ଯାଞ୍ଚ କରିଥିଲେ ମୁଖ୍ୟ ଚୟନକର୍ତ୍ତା ଏମ୍ଏସକେ ପ୍ରସାଦ ।
ତେବେ ଭାରତୀୟ ଦଳର ଏହି ପୂର୍ବତନ ୱିକେଟକିପର ତଥା ମୁଖ୍ୟ ଚୟନକର୍ତ୍ତଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି । ସେ ମାର୍ଚ୍ଚ 12 ତାରିଖଠାରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଖେଳାଳି ଚୟନ କରିବେ । ତେଣୁ ତାଙ୍କୁ ଦଳର ଏହି 3 ପ୍ରମୁଖ ଖେଳାଳିଙ୍କ ଫିଟନେସ ଟେଷ୍ଟର ଯାଞ୍ଚ କରିବା ପାଇଁ ଦାୟିତ୍ବ ଦିଆଯଆଇଛି ।
ହାର୍ଦ୍ଦିକ ଓ ଭୁବି ଭଲ ବୋଲିଂ କରୁଛନ୍ତି, ସମସ୍ତ ଫିଟ୍ ଲାଗୁଛନ୍ତି ବୋଲି ପ୍ରସାଦ କହିଛନ୍ତି । ଉଲ୍ଲେଖଥାଉ କି, ଗତବର୍ଷ ସେପ୍ଟେମ୍ବର 22 ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଣ୍ଡ୍ୟା ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ତାଙ୍କ ଅଣ୍ଟାର ନିମ୍ନ ଭାଗରେ ସଫଳ ଅସ୍ତ୍ରୋପଚାର କରାଇଥିଲେ । ତେବେ ପ୍ରାୟ 5 ମାସ ପରେ ଟିମ ଇଣ୍ଡିଆକୁ ଫେରିବେ । ସେହିପରି ପାଣ୍ଡ୍ୟାଙ୍କ ବ୍ୟତିତ ଅସ୍ତ୍ରୋପଚାର କରାଇଥିବା ଭୁବି ଓ ଧଓ୍ବନ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ଲାଗି ଫିଟ୍ନେସ ପ୍ରମାଣ ଦେଇଛନ୍ତି । ସେମାନେ ଅନ୍ତର୍ଜାତୀୟ କ୍ରିକେଟ ଓ ଆଇପିଏଲରେ ଖେଳିପାରିବେ ।